Advertisment

ବୟସ ମାତ୍ର ୧୦, ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ଯେଉଁ ବୟସରେ ଖେଳକୁଦ କରି ପାଠ ପଢିବା କଥା ସେହି ବୟସରେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ବୟସ ମାତ୍ର ୧୦ ହୋଇଥିଲେ ବି ସେ ମାସକୁ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରି ପାରୁଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ଏହି ବାଳିକା?

author-image
Pramod Behera
ଅଦ୍ୟତନ ହୋଇଛି
10 year old girl has own business

10 year old girl has own business

ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ ଯେ ଜଣେ ୧୦ ବର୍ଷର ପିଲା କ’ଣ କରୁଥିବ? ତେବେ ଆପଣଙ୍କ ଠାରୁ ନିଶ୍ଚିତ ଏମିତି ଉତ୍ତର ଆସିବ ଯେ ସେ ଖେଳକୁଦ କରିବା ସହିତ ପାଠ ପଢୁଥିବ। ଏମିତି ଅନେକ ପିଲା ମଧ୍ୟ ଅଛନ୍ତି ଯେଉଁମାନେ ଏହି ବୟରେ ହିଁ ନିଜ ଭବିଷ୍ୟତକୁ ନେଇ କିଛି ନିଷ୍ପତ୍ତି ନେଇଥାନ୍ତି।

Advertisment

ଯଦି ଆପଣକୁ କୁହାଯାଏ ଯେ ଏହି ବୟସରେ ଜଣେ ପିଲା କୋଟି କୋଟି ଟଙ୍କା ରୋଜଗାର କରୁଛି। ତେବେ କ’ଣ ଆପଣ ଏହାକୁ ବିଶ୍ୱାସ କରିବେ? ହୁଏତ ନାଁ। କିନ୍ତୁ ଏହା ସତ। ଏମିତି ଜଣେ ଝିଅ ଅଛନ୍ତି ଯିଏ ଏବେ କୋଟିପତି। ପିକ୍ସୀ କାର୍ଟିସ୍ ନାମକ ଏହି ଝିଅଟି ଅଳ୍ପ ବୟସରେ ନିଜର ବ୍ୟବସାୟର ଦୁର୍ଗ ଠିଆ କରିଛି। ସେ ଏବେ ନିଜ ଭବିଷ୍ୟତକୁ ନେଇ ଆଉ ଚିନ୍ତିତ ନୁହଁନ୍ତି।

ଅଷ୍ଟ୍ରେଲିଆରେ ରହୁଥିବା ପିକ୍ସୀ କର୍ଟିସ୍ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ବର୍ତ୍ତମାନ ତାଙ୍କର ପିକ୍ସୀସ ଫିଜେଟସ୍ ନାମକ ଏକ କମ୍ପାନୀ ଅଛି, ଯେଉଁଥିରୁ ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି କାମରେ ତାଙ୍କ ମା’ ରକ୍ସୀ ମଧ୍ୟ ସାହାଯ୍ୟ କରନ୍ତି। ସେ ନିଜେ ଜଣେ ସଫଳ ଜନସମ୍ପର୍କ ପରିଚାଳକ।

Advertisment

ମା’ ରକ୍ସୀ ଓ ଝିଅ ପିକ୍ସୀ ମେ ମାସରେ ଖେଳନା ବ୍ୟବସାୟ ଆରମ୍ଭ କରିଥିଲେ। ତାଙ୍କର ସମସ୍ତ ଖେଳନା ୪୮ଘଣ୍ଟା ମଧ୍ୟରେ ବିକ୍ରି ହୋଇଗଲା ଏବଂ ଏହା ତାଙ୍କର ପ୍ରଥମ ସଫଳତା ଥିଲା। ରକ୍ସୀ କହିଛନ୍ତି ଯେ ପ୍ରଥମ ମାସରେ କମ୍ପାନୀର କାରବାର ୨୦୦,୦୦୦ ଡଲାର ବା ୧ କୋଟି ଟଙ୍କାରୁ ଅଧିକ ଥିଲା।

ଏହା ପରେ, ପିକ୍ସୀଙ୍କ କମ୍ପାନୀ ଦ୍ୱାରା ଏକ ହେୟାର ଆସେସୋରିଜ୍ ବ୍ରାଣ୍ଡ ମଧ୍ୟ ତିଆରି କରାଯାଇଥିଲା, ଯାହାର ନାମ ପିକ୍ସୀଜ୍ ବୋ ରଖାଯାଇଥିଲା। ଖେଳନା ଏବଂ ହେୟାର ଆସେସୋରିଜର ବ୍ରାଣ୍ଡ୍ ପିକ୍ସୀଜ୍ ପିକ୍ସ(Pixie’s Pixs) ନାମକ ମଦର କମ୍ପାନୀ ଅଧୀନରେ ଆସେ। ଏହା ଖେଳନା, ପୋଷାକ ଏବଂ ଆନୁଷଙ୍ଗିକ ସାମଗ୍ରୀ ବିକ୍ରି କରେ। ଏହି ସମସ୍ତ ଉପରେ ୧୦ ବର୍ଷର ପିକ୍ସୀଙ୍କ ଅନୁମୋଦନ ଅଛି।

10 year old girl has own businessବାପା ମା'ଙ୍କ ସହିତ ପିକ୍ସୀ

ପିକ୍ସୀଙ୍କ ମା’ ରକ୍ସୀ ନିଜେ ମଧ୍ୟ ଜଣେ ସଫଳ ଜନସମ୍ପର୍କ ପରିଚାଳକ ଏବଂ ପିଲାମାନଙ୍କୁ ଦାମି ଉପହାର ଏବଂ ପୋଷାକ ଦେବା ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ସେ କହିଛନ୍ତି ଯେ ସେ ପିକ୍ସୀ ପାଇଁ ସବୁକିଛି କରିଛନ୍ତି ଯାହା ଦ୍ୱାରା ସେ ୧୫ ବର୍ଷ ବୟସରେ ଅବସର ନେଇ ପାରିବେ।

ସେ କୁହନ୍ତି ଯେ ଏହି କମ ବୟସରେ ପିକ୍ସୀ ଭିତରେ ବ୍ୟବସାୟ କରିବାକୁ ଇଚ୍ଛା ଥିଲା ଏବଂ ସେ ତାଙ୍କ ସାହାଯ୍ୟରେ ସଫଳତା ପାଇଲେ। ରକ୍ସୀ ନିଜେ ସ୍ୱିଟି ବେଟି ପିଆର୍ ନାମକ ଏକ ସଫଳ ବ୍ୟବସାୟ ଚଳାନ୍ତି ଏବଂ ଏଥିରେ ତାଙ୍କ ସ୍ୱାମୀ ତାଙ୍କୁ ସମର୍ଥନ କରନ୍ତି। ପ୍ରାୟ ସମୟରେ ସେ ନିଜର ଖର୍ଚ୍ଚବାର୍ଚ ଓ ରାଜକୀୟ ଜୀବନଶୈଳୀହେତୁ ଚର୍ଚ୍ଚାରେ ରୁହନ୍ତି।

Ajab Gajab
Advertisment
Advertisment