/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665047809.jpg)
Boat Catches Fire
ସମୁଦ୍ର ମଝିରେ ଘଟିଲା ଅଘଟଣ । ହୁତୁହୁତୁ ହୋଇ ଜଳିଗଲା ବୋଟ୍, ଅଳ୍ପକେ ବର୍ତ୍ତିଗଲେ ୧୦ଜଣ ମତ୍ସ୍ୟଜୀବୀ । ଧାମରାର ଅବଦୁଲ କଲାମ ହୁଇଲର ଦ୍ୱୀପ ନିକଟରେ ୧୦ଜଣ ମତ୍ସ୍ୟଜୀବୀ ମାଛ ମାରୁଥିବା ବେଳେ ବୋଟ୍ଟି ହଠାତ୍ ଜଳିଯାଇଥିଲା । ପାଖରେ ଥିବା ଆଉ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ।
ଖବର ପାଇ କୋଷ୍ଟଗାର୍ଡ ଓ ମେରାଇନ ପୋଲିସ ପହଞ୍ଚି ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ଆଣି କୂଳକୁ ଫେରୁଛନ୍ତି । ଡଙ୍ଗାରେ କେମିତି ନିଆଁ ଲାଗିଲା ଜଣାପଡିନାହିଁ । ଇଞ୍ଜିନରୁ ନିଆଁ ଲାଗି ବୋଟ୍ଟି ଜଳି ଯାଇଥିବା ସନ୍ଦେହ କରଯାଉଛି ।
ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଗାଁର ସମରେଶ ପରିଡାଙ୍କ ବୋଟ୍ ‘ମାଆ ପଦ୍ମାବତୀ’ ବୋଟରେ ୧୦ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ। ମତ୍ସ୍ୟଜୀବୀମାନେ ଅବଦୁଲ୍ କଲାମ ହୁଇଲର ଦୀପ ନିକଟରେ ମାଛ ମାରୁଥିଲେ। ଠିକ୍ ସେହି ସମୟରେ ହଠାତ୍ ମାଛଧରା ବୋଟ୍ରେ ନିଆଁ ଲାଗି ଯାଇଥିଲା। ମତ୍ସ୍ୟଜୀବୀମାନେ ଏନେଇ କୋଷ୍ଟଗାର୍ଡକୁ ଖବର ଦେଇଥିଲେ। କୋଷ୍ଟଗାର୍ଡ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା। ଯାହାଫଳରେ ୧୦ ମତ୍ସ୍ୟଜୀବୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା। ବୋଟରେ କିପରି ନିଆଁ ଲାଗିଲା ଜଣାପଡ଼ିନଥିବା ବେଳେ ଇଞ୍ଜିନରୁ ନିଆଁ ଲାଗିଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)