/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695041936.jpg)
Snake In Temple
ମନ୍ଦିରକୁ ଯିବା ମାତ୍ରେ ମେଂଚା ମେଂଚା ସାପ ବର୍ଷା ହେଉଛି । ଗୋଟିଏ କି ଦୁଇଟି ନୁହେଁ ବରଂ ମେଂଚା ମେଂଚା ସାପ ଭକ୍ତଙ୍କ ଉପରେ ପଡୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଲାଗିବା ସହିତ ଏତେ ମାତ୍ରାରେ ସାପ କେଉଁଠୁ ଆସିଲେ? ତାହାକୁ ନେଇ ସବୁଛି ଭୟର ବାତାବରଣ ଖେଳିଯାଇଛି ।
ଆଜି ସକାଳେ ହଠାତ୍ ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ହଠାତ୍ ଏତେ ମାତ୍ରାରେ ସାପ ମନ୍ଦିରକୁ କେମିତି ଆସିଲେ ତାହାକୁ ନେଇ ଚହଳ ପଡ଼ିଗଲା । ଘଟଣା ଜଣାପଡିବା ପରେ ସାଙ୍ଗେସଙ୍ଗେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ କରି ବନ୍ଦ କରିଦେଲେ । ଭକ୍ତଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରାଗଲା ।
ବ୍ୟାରିକେଟ୍ ଦେଇ ବନ୍ଦ କରିବା ପରେ ଘଟଣା ସଂପର୍କରେ ମନ୍ଦିର କମିଟି ପକ୍ଷରୁ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଗଲା । ଖବର ପାଇବା ପରେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ପରେ ୭ ଲାଉଡଙ୍କିଆ ସାପକୁ ଉଦ୍ଧାର କରିଥିଲେ । ହେଲେ ଆଉ କିଛି ସାପ ପଳେଇବାକୁ ସକ୍ଷମ ହୋଇଥିଲେ ।
ସେପଟେ ଲାଉଡଙ୍କିଆ ସାପ ମଣିଷ ପାଇଁ କ୍ଷତି କାରକ ନୁହେଁ । ତେଣୁ ଏଠି ରହିଲେ ଅସୁବିଧା ହେବ ନାହିଁ ବୋଲି କହିଥିଲେ ସୁଭେନ୍ଦୁ । କିନ୍ତୁ କମିଟି ପକ୍ଷରୁ ସାପ ଛୁଆଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଯାଇଥିଲା । ତେଣୁ ମନ୍ଦିର ପାଖରୁ ସାପଙ୍କୁ ଉଦ୍ଧାର କରାଯାଇ ଜଙ୍ଗଲିଆ ସ୍ଥାନରେ ଗଛ ବୁଦା ମୂଳରେ ଛାଡ଼ି ଦିଆଯାଇଛି । ହେଲେ ହଠାତ୍ ଏତେ ମାତ୍ରାରେ ସାପ ବାହାରିଥିବାରୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ବଢିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)