• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରକୃତିଙ୍କ ସ୍ପଷ୍ଟୀକରଣ ଭିଡ଼ିଓର ଜବାବ ଦେଇ ବର୍ଷିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ । ସେ ଏକୁଟିଆ ଫାଇଟ୍‌ କରୁଥିଲେ ବୋଲି ଆମକୁ ଦେଖାଗଲାନି, ସେ ଏକୁଟିଆ ଦୌଡ଼ୁଥିଲେ ବୋଲି ଆମକୁ ଦେଖାଗଲା ବୋଲି କହିଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ।

‘ ପ୍ରକୃତି ଯେଉଁ ଭିଡ଼ିଓ କରିଛନ୍ତି ତାହା ପୁରା ଫେକ୍‌ । ଭିକ୍ଟିମ୍‌ କାର୍ଡ୍‌ ୟୁଜ୍‌ କରିଛନ୍ତି । ଭିଡ଼ିଓରେ ସେ କାହା ସହ ଲଢ଼ିଥିବାର ଦେଖିବାକୁ ମିଳିନାହିଁ । ଭିଡ଼ିଓରେ କେବଳ ସେ ଗାଡ଼ିରୁ ଓହ୍ଲାଇ ଏପଡ ସେପଡ଼ ଦୌଡିଲେ । ସେ ଯଦି ଏତେ ଠିକ୍‌ ସେ ଫେସ୍‌ କଲେନି ଦୌଡିଲେ କାହିଁକି । ଘଟଣାର ଗୋଟିଏ ଦିନ ପରେ ସ୍କ୍ରିପ୍ଟିଂ ତଥା ପ୍ଲାନିଂ କରି ଭିଡ଼ିଓ ବନାଇ ଭାରାଲ୍‌ କଲେ । ଭିଡ଼ିଓରେ କାନ୍ଦିକି ସହାନୁଭୂତି ନେଉଛନ୍ତି’ ।

‘ ସେ ଏମିତି ଆବ୍ୟୁଜ୍‌ ଲାଙ୍ଗୁଏଜ୍‌ରେ କଥା ହେଲେ ତେଣୁ ଜଣେ ସ୍ତ୍ରୀ ଓ ମାଆ କେହି ସମ୍ଭାଳି ପାରିବେନାହିଁ । ମେଣ୍ଟାଲି ହାରାସ୍‌ ଗୁଣ୍ଡା କିଏ ଥିଲେ ? ସେ ବଢ଼ିଆ ସ୍କ୍ରିପ୍ଟିଂ କରିଛନ୍ତି । ଆକ୍ଟିଂ ସହ ସ୍କ୍ରିପ୍ଟିଂ ବି କରନ୍ତୁ ତାଙ୍କୁ ଆଉ ଏକ ନ୍ୟାସ୍‌ନାଲ୍‌ ଆୱାର୍ଡ ମିଳିବ । ବାବୁସାନ୍‌ ନୂଆ ବାହା ହୋଇନାହିଁ ଯେ, ତା ସ୍ତ୍ରୀ ନିଜ ସମ୍ପର୍କକୁ ନେଇ ଅସୁରକ୍ଷିତ ଭାବିବ । ବାବୁସାନ୍‌ ଅନେକ ଫିଲ୍ମରେ ଅନେକ ହିରୋଇନ୍‌ଙ୍କ ସହ ଫିଲ୍ମରେ କାମ କରିଛି ଅନେକ ହିରୋଇନ୍‌ ଘରକୁ ମଧ୍ୟ ଆସିଛନ୍ତି । ହେଲେ ସାଙ୍ଗ ହୋଇ ପିଠି ପଛରେ ଛୁରୀ ଭୁଶିବା କେତେ ଦୂର ଠିକ୍‌ ? ସେ ଦେଖିଲେ ଯଦି ତାଙ୍କ ସ୍ତ୍ରୀ ଇନ୍‌ସିକ୍ୟୁରିଟି ଫିଲ୍‌ କଲେ ତେବେ ସେ ଦୂରେଇ ଯାଇଥାନ୍ତେ । ନଚେତ୍‌ ମୋ ଭାଇ ସହ ପ୍ରସ୍‌ନାଲି ଲିଙ୍କ୍‌ ରଖିଥାନ୍ତେ, ହେଲେ କାହିଁକି ପ୍ରସ୍‌ନାଲି ଇଣ୍ଟର୍‌ଫେୟାର୍‌ କାହିଁକି କଲେ ? ମୋ ଭାଇ ଅଲ୍‌ଗା ଅଲ୍‌ଗା ରହି ପାର୍ଟି ଯାଉଥିଲେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ବୁଲୁଥିଲେ ।

‘ଘଟଣାକୁ ନେଇ ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ବାବୁସାନ୍‌ଙ୍କୁ କହିଛନ୍ତି ଯେ,‘ସେ ତାର ସେଂସ୍‌ରେ ହି ନାହିଁ । ଯେଉଁ ବାବୁସାନ୍‌ ମହାନ୍ତିଙ୍କୁ ଆପଣ ଦେଖୁଛନ୍ତି ସେ ଏବେ ଚେଞ୍ଚ୍‌ ହୋଇଯାଇଛି । ତେଣୁ ସେ ବୁଝିପାରୁନି , ବହୁତ ଶୀଘ୍ର ବୁଝିଯାଉ ଏବଂ ତାର ପରିବାରକୁ ସମ୍ଭାଳୁ । ତୋର କ୍ୟାରିଅର୍‌ରେ ଫୋକସ୍‌ କର୍’ ।

ତେବେ ଗତକାଲି ପ୍ରକୃତି ମିଶ୍ର ଓ ବାବୁସାନ୍‌ ମହାନ୍ତିଙ୍କ ଭିଡ଼ିଓ ଭାଇରାଲ୍‌ ହେବା ପରେ । ଘଟଣାକୁ ନେଇ ଆଜି ପ୍ରକୃତି ନିଜ ଇଣ୍ଟାଗ୍ରାମ୍‌ ଆଇଡ଼ିରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଘଟଣା ସମ୍ପର୍କରେ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ପ୍ରକୃତିଙ୍କ ଏହି ଭିଡ଼ିଓର ଜବାବ ଦେଇଛନ୍ତି ବାବୁସାନ୍‌ଙ୍କ ସମ୍ପର୍କୀୟ ଭଉଣୀ ।