Advertisment

ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଆଉ ୩ଟି ଜିଲ୍ଲାରେ ‘ମୋ ବସ୍’ ସେବା,CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି

ଅଦ୍ୟତନ ହୋଇଛି
Mo Bus Service In Odisha

MO BUS

Advertisment

ଟ୍ୱିନ୍‌ ସିଟିରେ ସଫଳତା ପରେ ରାଜ୍ୟରେ ଆଉ ୩ଟି ଜିଲ୍ଲାରେ ଗଡିବ ମୋ ବସ୍‌ । ସମ୍ବଲପୁର, ଝାରସୁଗୁଡ଼ାଗଂଜାମ ଜିଲ୍ଲାରେ ଗଡ଼ିବ ମୋ ବସ୍ । ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼ ସହରରେ ଚାଲିବ । ସେହିପରି ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ, ଦିଗପହଣ୍ଡି ଅଞ୍ଚଳରେ ବି ଚାଲିବ ମୋ ବସ୍ । CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Advertisment

ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ପୂର୍ବରୁ ଯେଉଁ ଟାଉନ୍‌ ବସ୍‌ ଗଡ଼ୁଥିଲା, ସେଗୁଡ଼ିକୁ ବନ୍ଦ କରି ଦିଆଯିବ । ତେବେ ରୁଟ୍‌ ଅନୁସାରେ ଏହି ସହର ମାନଙ୍କରେ ବସ୍‌ ଚାଲିବ । ରାଜଧାନୀରେ ଯେଉଁଭଳି ଭାବରେ ମୋ ବସ୍‌ର ଭଡ଼ ରହିଛି, ସେହିଭଳି ଭାବେ ରହିବ । ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ । ସେହିଭଳି ସମୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯିବ । ଯାତ୍ରୀ ଯେପରି ଠିକ୍‌ ସମୟରେ ଗନ୍ତବ୍ୟ ପଥରେ ପହଞ୍ଚିବେ ତାହା ଉପରେ ଗୁରୁତ୍ୱ ରହିବ ।

ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ମୋ ବସ୍‌ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ମୋ ବସ ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।

Advertisment
CRUT Mo Bus Bus Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ