Advertisment

କିଏ ଏହି ଭୁବନ ବାଦ୍ୟକର ? କାହିଁକି ତାଙ୍କ ‘କାଚା ବାଦାମ୍’ ଗୀତ ଏବେ ପାଲଟିଛି ସୋସିଆଲ୍ ମିଡିଆ ସେନସେସନ୍

କାଚା ବାଦାମ୍‌। ପକ୍କା ବାଦାମ। ଆଜିକାଲି ଏହି ଗୀତଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଛି। ଏମିତିକି କାଚା ବାଦାମ ଗୀତରେ ଅନେକ ରିଲ୍ ଓ ସର୍ଟସ୍ ଭାଇରାଲ୍ ହେବାରେ ଲାଗିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
'Kacha Badam' Fame Bhuban Badyakar, Know More About The Social Media Sensation

'Kacha Badam' Fame Bhuban Badyakar, Know More About The Social Media Sensation

କାଚା ବାଦାମ୍‌। ପକ୍କା ବାଦାମ। ଆଜିକାଲି ଏହି ଗୀତଟି ସୋସିଆଲ୍ ମିଡିଆ ସେନସେସନ୍ ପାଲଟି ଯାଇଛି। ଏମିତିକି କାଚା ବାଦାମ ଗୀତରେ ଅନେକ ରିଲ୍ ଓ ସର୍ଟସ୍ ଭାଇରାଲ୍ ହେବାରେ ଲାଗିଛି। ୟୁଟ୍ୟୁବରେ ଏହି ଗୀତକୁ ଲକ୍ଷ ଲକ୍ଷ ସଂଖ୍ୟାର ଦର୍ଶକମାନେ ଦେଖୁଛନ୍ତି । କେବଳ ଆମ ଦେଶର ନୁହଁନ୍ତି, ବିଦେଶର ଲୋକମାନେ ମଧ୍ୟ ‘କାଚା ବାଦାମ୍’ ଗୀତରେ ରିଲ୍ ବନାଉଛନ୍ତି। ତେବେ ଏହି ଗୀତ ପଛର କାହାଣୀ ଜାଣିଲେ ଆପଣ ତାଜୁବ ହୋଇଯିବେ।

Advertisment

‘କାଚା ବାଦାମ’ ଅର୍ଥ କଞ୍ଚା ବାଦାମ। ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଗାଁ ଗାଁ ବୁଲି ‘କାଚା ବାଦାମ୍’ ଗୀତ ଗାଇଥାନ୍ତି। ବୀରଭୂମି ଜିଲ୍ଲା ଦୁବରାଜପୁର ଅଂଚଳର ଭୁବନ ନିଜ ପରିବାରର ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅ ସହ କୁରାଲଜୁରି ଗାଁରେ ରହୁଛନ୍ତି। ସକାଳ‌ ହେଲେ ପରିବାର ଚଳାଇବା ପାଇଁ ସାଇକେଲରେ ବାଦାମ ବିକିବାକୁ ଦୂର ଗାଁକୁ ଯାଇଥାନ୍ତି ଭୁବନ। ଦିନକୁ ୩-୪ କିଲୋ ବାଦାମ ବିକ୍ରି ସେ ୨୦୦ରୁ ୨୫୦ ଟଙ୍କା ଆୟ କରନ୍ତି। ତେବେ ଗ୍ରାହକଙ୍କୁ କଞ୍ଚା ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ନିଜେ ଏହି ଗୀତ ନିଇତି ଗାଇଥାନ୍ତି। ହେଲେ ଦିନେ ଭୁବନ ଏହି ଗୀତ ଗାଇ ବାଦାମ ବିକୁଥିବା ସମୟରେ ଜଣେ ଯୁବକ ଆସି ତାଙ୍କର ଏହି ଭିଡିଓ କରି ଦେଲେ। ଏହାର କିଛି ଘଣ୍ଟା ମଧ୍ୟରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଲା। ଆଉ ସେହି ଗୀତଟି ଆଜି ଦେଶ ବିଦେଶରେ ବେଶ୍ ଲୋକପ୍ରିୟ ପାରିଛି।

ଏମିତିକି ଭୁବନଙ୍କ ‘କାଚା ବାଦାମ’ ଗୀତକୁ ନେଇ ରିମିକ୍ସ ଗୀତ ମଧ୍ୟ ତିଆରି ହୋଇଛି। ଯେଉଁଥିରେ ଭୁବନଙ୍କୁ ଗାୟିବା ସହ ଅଭିନୟ କରିବାର ସୁଯୋଗ ମଧ୍ୟ ମିଳିଛି। ଏହାକୁ ‘ଗୋଧୂଳି ବେଳା ମ୍ୟୁଜିକ’ ନାମକ ଏକ ୟୁଟ୍ୟବ୍ ଚ୍ୟାନେଲରେ ଡିସେମ୍ବର ୨୬ ତାରିଖରେ ଅପଲୋଡ୍ କରା ଯାଇଛି। ଯାହାକୁ ଆଜି ପର୍ଯ୍ୟନ୍ତ ୪ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହା ବ୍ୟତୀତ ଭୁବନଙ୍କ ଗୀତର ରିଲଗୁଡିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି। କାଚା ବାଦାମ୍ ନୃତ୍ୟ ଚ୍ୟାଲେଞ୍ଜ୍ ମଧ୍ୟ ଆରମ୍ଭ ହୋଇଯାଇଛି। ଲୋକମାନେ ଏହି ଗୀତରେ ବିଭିନ୍ନ ପ୍ରକାର ନୃତ୍ୟ ଷ୍ଟେପ୍ସ କରୁଛନ୍ତି। କିଛି ଲୋକ ଭୁବନଙ୍କ ପାଖକୁ ଯାଇ ମଧ୍ୟ ଭିଡିଓ ବନାଉଛନ୍ତି।

Advertisment

 ଭୁବନଙ୍କ ସ୍ଵର ସାରା ଦୁନିଆରେ ପହଞ୍ଚି ଥିଲେ ମଧ୍ୟ ତାଙ୍କ ଆର୍ଥିକ ସ୍ଥିତି କିଛି ବି ସୁଧୁରି ନାହିଁ। ସେ ଚାହୁଁଛନ୍ତି ତାଙ୍କ ଗୀତ ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଞ୍ଚୁ। ଏବେ ସରକାର ମୋ ପରିବାର ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ଭୁବନ। ସ୍ତ୍ରୀ ଓ ପିଲାମାନଙ୍କୁ ଭଲ ଖାଇବା ଓ ଭଲ ପୋଷାକ ଦେବାକୁ ସେ ଚାହାଁନ୍ତି ବୋଲି ଭୁବନ କହିଛନ୍ତି। ଗାଉଁଲି ବାଦାମ ବିକାଳି ଭୁବନ ଆଜି ବି ଗାଁ ଗାଁ ବୁଲି ସେମିତି ଗୀତ ଗାଇବା ସହ ବାଦାମ୍‌ ବିକୁଛନ୍ତି।

ଖାଲି ଭୁବନ ନୁହଁନ୍ତି ସୋସିଆଲ୍‌ ମିଡିଆ ଏମିତି ଅନେକ ଲୋକଙ୍କ ଜୀବନ ପରିବର୍ତ୍ତନ କରି ଦେଇଛି। ଗୀତ ଗାଇ ରାତାରାତି ଷ୍ଟାର୍‌ ହୋଇ ଯାଇଛନ୍ତି ଅନେକ। ବିଗତ ଦିନରେ ରାନୁ ମଣ୍ଡଳ, ‘ବଚ୍‌ ପନ୍‌ କା ପ୍ୟାର’ ଗୀତ ଗାଇ ଫେମସ୍‌ ହୋଇଛନ୍ତି। ହେଲେ ଏବେ ଭୂବନ ବାଦ୍ୟକରଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ଆଜିକାଲି ସୋସିଆଲ ମିଡିଆରେ କେବଳ ତାଙ୍କରି ଗୀତ ବାଜୁଛି। କହିବାକୁ ଗଲେ ଭୁବନ ଜଣେ ଗୀତ ପ୍ରିୟ ମଣିଷ। ଯେଉଁ ଗୀତ ପାଇଁ ସେ ଏବେ ସୋସିଆଲ୍‌ ମିଡିଆରେ ହିରୋ ପାଲଟିଛନ୍ତି ।

Trending ‘Kacha Badam’ ‘Kacha Badam’ Song Bhuban Badyakar
Advertisment
Advertisment