Advertisment

ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍‌ କରି ତାଜୁବ କଲେ...

ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
'Jal Pari' Jiya swims 21km across Chilika lake in Odisha

'Jal Pari' Jiya swims 21km across Chilika lake in Odisha

ଯୁଆଡେ ଦେଖିବେ ସିଆଡେ ଖାଲି ନୀଳ ଜଳରାଶି। ଆଉ ତାରି ଭିତରେ ପହଁରୁଛି ୧୪ ବର୍ଷର ଝିଅ ଜିଆ ରଏ। ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ସେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦେଶବ୍ୟାପୀ ବିଭିନ୍ନ ସନ୍ତରଣ ପ୍ରତିଯୋଗିତାରେ ନିଜର କଳା ପ୍ରଦର୍ଶନ କରି ସାରିଥିବା ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ। 

Advertisment

ପଶୁପକ୍ଷୀଙ୍କୁ ଭଲ ପାଉଥିବା ଜିଆ ସେମାନଙ୍କ ସୁରକ୍ଷା ପାଇଁ ସବୁବେଳେ ଚିନ୍ତିତ। ଚିଲିକା ହ୍ରଦ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଏକ ଭୂସ୍ୱର୍ଗ ହୋଇଥିବାରୁ ଏଠାରେ ସନ୍ତରଣ ମାଧ୍ୟମରେ ସୁରକ୍ଷାର ବାର୍ତ୍ତା ପ୍ରଦାନ କରୁଛନ୍ତି ଜିଆ। ଆଉ ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛି ଭେଟେରାନ୍ସ କ୍ଲବ୍ ଓଡିଶା। କ୍ଲବ୍ ପକ୍ଷରୁ ଚିଲିକାର ନୀଳ ଜଳରାଶିରେ ଓପନ ଓ୍ୱାଟର ସୁଇମିଙ୍ଗ ଆୟୋଜନ କରାଯାଇଛି। ଏଥିରେ ୨୧ କିଲୋମିଟର ପର୍ଯ୍ୟନ୍ତ ସେ ସନ୍ତରଣ କରିବାରେ ସଫଳ ହୋଇଛନ୍ତି ଜିଆ।

ଦିବ୍ୟାଙ୍ଗ ଝିଅ ଜିଆଙ୍କ ବାପା ହେଉଛନ୍ତି ନୌସେନା ଅଧିକାରୀ ମଦନ ରଏ। ଜିଆ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କର ଉତ୍ସାହ ଓ ପ୍ରତିଭା ପାଇଁ ସେ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଏଥିରେ ସଫଳ ହୋଇଛନ୍ତି। ଜିଆଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଶ୍ରୀଲଙ୍କାର ତାଲାଇମନାର ଠାରୁ ଭାରତର ଧନୁସକୋଡି ପର୍ଯ୍ୟନ୍ତ ୨୯ କି.ମି. ଜଳପଥକୁ ମାତ୍ର ୧୩ ଘଣ୍ଟା ୧୦ ମିନିଟରେ ସନ୍ତରଣ ଦ୍ୱାରା ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲେ। ଏତେ କମ୍ ବୟସରେ ଜିଆ ୨୬ଟି ସ୍ୱର୍ଣ୍ଣ ପଦକ ହାସଲ କରି ସାରିଛନ୍ତି। ତାଙ୍କ ପ୍ରତିଭା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍-କି-ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା ମଧ୍ୟ କରିଥିଲେ।

Advertisment

(ରିପୋର୍ଟ-ଶକ୍ତି ପ୍ରସାଦ ମହାପାତ୍ର, ବାଲୁଗାଁ)

Chilika Lake
Advertisment
Advertisment