• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ବ୍ୟୋମକେଶ କରଙ୍କ ସ୍ମୃତି ଦିବସରେ ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ‘ଶିଶୁକଲମ’ ପକ୍ଷରୁ ଆୟେଜିତ ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ଡ. ସଂଘମିତ୍ରା ମିଶ୍ର କହିଥିଲେ ଯେ ପାଠବହି ବ୍ୟତୀତ ପିଲାଙ୍କୁ ଆହୁରି ଅଧିକ ଜାଣିବାର ଓ ପଢିବାର ଆବଶ୍ୟକ ରହିଛି । ଶିଶୁ ସାହିତ୍ୟିକ ପିଲାମାନଙ୍କ ପାଇଁ ଲେଖାଯାଉଥିଲେ ମଧ୍ୟ ଏହାକୁ ରଚନା କରିବା କଷ୍ଟସାଧ୍ୟ ବୋଲି କହିଥିଲେ । ବରିଷ୍ଠ ଶିଶୁ  ସାହିତ୍ୟିକ  ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ସଂକଳନରେ ସ୍ଥାନ ପାଇଥିବା ଗପଗୁଡ଼ିକ ସୁନ୍ଦର ଭାବରେ ସମୀକ୍ଷା ମଧ୍ୟ କରିଥିଲେ । ଓଡ଼ିଆକୁ ସାହିତ୍ୟକୁ ‘ଗଳ୍ପମାଳା’ର ଅବଦାନ ଯଥେଷ୍ଟ ରହିବ ବୋଲି କହିଥିଲେ । 


ସେପଟେ ‘ଶିଶୁକଲମ’ର ଆବାହକ ତଥା ବରିଷ୍ଠ ସମ୍ୱାଦିକ ରମେଶ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ‘ଶିଶୁକଲମ’ ପ୍ରକାଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଡ.ରଶ୍ମି ଦାସ ଓ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟିକ ତଥା ଗୀତିକାର ଜ୍ଞାନବ୍ରତ ମହାନ୍ତି । ଆରମ୍ଭରେ ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ର ଲେଖିକା ଇଲିମା କର ଲେଖନୀୟ ଅଭିମତ ପ୍ରଦାନ କରିଥିଲେ । ଶିଶୁକଲମ ପକ୍ଷରୁ ଲେଖିକା ଇଲିମା କରଙ୍କୁ ତାଙ୍କର ସାରସ୍ୱତ ସାଧନା ପାଇଁ ସମ୍ୱର୍ଦ୍ଧିତ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଲୋକ ଯୋଗ ଦେଇଥିଲେ । ଶେଷରେ ଭଜନ ପରିବେଷଣ ମଧ୍ୟ କରାଯାଇଥିଲା ।