Advertisment

ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ 'ଉତ୍‌ସାହିତ୍ୟ' ର ଚତୁର୍ଥ ସଂସ୍କରଣ ଆୟୋଜିତ; ଟାଇମ୍‌ ପାସ୍‌ ବୁକର୍‌ ପାଇଲେ ମହାଶ୍ଵେତା ସାହୁ

ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ।

author-image
Manoranjan Behera
ଅଦ୍ୟତନ ହୋଇଛି
Utsahitya Praogramme

Utsahitya Praogramme

ଟାଇମ୍‌ ପାସ୍‌ ପ୍ରକାଶନ ତରଫରୁ ଏକ ନିଆରା ଏକଦିବସୀୟ ସାହିତ୍ୟ ଉତ୍ସବ ‘ଉତ୍‌ସାହିତ୍ୟ’ର ଚତୁର୍ଥ ସଂସ୍କରଣ ଭୁବନେଶ୍ଵରସ୍ଥିତ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ। ସମସ୍ତେ ତରୁଣ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଓ ସଂପାଦକ ସୂର୍ଯ୍ୟ ମିଶ୍ର କହିଥିଲେ, ସାହିତ୍ୟ ଏକ ଯାତ୍ରା, ଆମେ ସମସ୍ତେ ସହଯାତ୍ରୀ। ଏଥିରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନାହିଁ । ରିଲେ-ରେସ୍ ପରି ବରିଷ୍ଠଟିଏ ନିଜ ଯାତ୍ରା ଶେଷରେ ତରୁଣ ହାତରେ ଧରେଇ ଦେଇଯାଏ ସର୍ଜନାର ମଶାଲ୍। ଉତ୍ସବର ନିର୍ଦ୍ଦେଶକ ତଥା ଯୁବଲେଖକ ସରୋଜ ବଳ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ଜୀବନକୁ ସାହିତ୍ୟାଭିମୁଖୀ କଲେ ହିଁ ବଂଚିବା ସହଜ, ସୁନ୍ଦର ଓ କଳାତ୍ମକ ହୋଇପାରିବ ବୋଲି କହିଥିଲେ।

Advertisment

କବି ଓ ଗୀତିକାର ବିଜୟ ମଲ୍ଲଙ୍କ ସଂଚାଳନରେ ବାରଟି ଅଧିବେଶନ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନ ଥିଲା ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସ୍ଥିତି ଓ ଦୁସ୍ଥିତିକୁ ନେଇ। କଥାକାର ଆଶିଷ ଗଡ଼ନାୟକଙ୍କ ଦ୍ଵାରା ପରିଚାଳିତ ‘ଡେଣାକଟା ଉପନ୍ୟାସ’ ଶୀର୍ଷକ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ରମାକାନ୍ତ ସାମନ୍ତରାୟ, ପ୍ରଜ୍ଞାଶ୍ରୀ ରଥ, ସ୍ୱାଗତିକା ସ୍ୱାଇଁ ଏବଂ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ।

ଦ୍ଵିତୀୟ ଅଧିବେଶନରେ ଥିଲା ଲେଖିକାମାନଙ୍କ ପତିଙ୍କ ସ୍ୱୀକାରୋକ୍ତି। ପରଂବ୍ରହ୍ମ ତ୍ରିପାଠୀଙ୍କ ସଂଯୋଜନାରେ ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କ ପତି ଅରୁଣ କୁମାର ନାୟକ, ସୁଷମା ମିଶ୍ରଙ୍କ ପତି ସୁରେନ୍ଦ୍ର ପ୍ରସାଦ ମିଶ୍ର, ସ୍ୱାଗତିକା ସ୍ୱାଇଁଙ୍କ ପତି ସୁଧାଂଶୁ ଶେଖର ସ୍ୱାଇଁ ଏବଂ ପ୍ରଜ୍ଞା ପାରମିତା ରଥଙ୍କ ପତି ଦିବ୍ୟଦର୍ଶନ ଆଚାର୍ଯ୍ୟ ଏହି ନିଆରା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Advertisment

କବିତାରେ ଥରେ ପ୍ରସିଦ୍ଧି ପାଇଗଲା ପରେ ଫେସଭାଲ୍ୟୁ କାମ କରେ। ଏହି ବିଷୟକୁ ନେଇ ‘କବିତାରେ ଫେସଭାଲ୍ୟୁ’ ଶୀର୍ଷକରେ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସଂଚାଳନରେ ଆୟୋଜିତ ହୋଇଥିଲା ତୃତୀୟ ଅଧିବେଶନ। ଏଥିରେ ଅଂଶଗ୍ରହଣ କରିଥିଲେ କୃଷ୍ଣ କୁମାର ମହାନ୍ତି, ଦୁର୍ଗାପ୍ରସାଦ ପଣ୍ଡା, ଶୁଭଶ୍ରୀ ଲେଙ୍କା ଏବଂ ସୁମିତ ପଣ୍ଡା।

ସେହିପରି ‘ଗପର ଛାଇରେ ପ୍ରେମ’ ଶୀର୍ଷକରେ ଯୁବ ଗାଳ୍ପିକା ପ୍ରଜ୍ଞା ପାରମିତା ରଥଙ୍କ ସଂଯୋଜନାରେ ଆଲୋଚନା କରିଥିଲେ ରମେଶ ପଟ୍ଟନାୟକ, ଅରବିନ୍ଦ ରାୟ, ଗଙ୍ଗାଧର ବିଶ୍ଵାଳ, ତପନ ମହାପାତ୍ର, ମମତାମୟୀ ଚୌଧୁରୀ ଏବଂ ଅମରେଶ ବିଶ୍ଵାଳ।

ପରେପରେ ନିଆରା ପ୍ରଦର୍ଶନ ‘କବିତା କ୍ୟାଟ୍ୱାକ୍’ରେ ଶାଢ଼ି ଶୀର୍ଷକ କବିତା ପାଠ କରିଥିଲେ ମୌସୁମୀ ଦାସ, ଭାସ୍ଵତୀ ବସୁ, କମଳ କୁମାର ମହାନ୍ତି, ପଞ୍ଚାନନ ନାୟକ, ଅବିନାଶ ସାହୁ, ପ୍ରତୀକ୍ଷା ଜେନା, ଶ୍ରୀସିକ୍ତା ଶୁଭଦର୍ଶିନୀ, ତୃପ୍ତିରଞ୍ଜନ ଦାସ, ରତ୍ନମାଳା ସ୍ୱାଇଁ। କେଦାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସତ୍ରରେ ଅବିକା କ୍ୟାଲେଣ୍ଡରର ମଡେଲମାନେ ଓଡ଼ିଶା ହସ୍ତତନ୍ତ ପରିଧାନ କରି କ୍ୟାଟ୍ଓକ୍ କରିଥିଲେ।

ଟାଇମ୍‌ ପାସ୍‌ ପକ୍ଷରୁ ପ୍ରତିବର୍ଷ ହେଉଥିବା ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଚଳିତ ବର୍ଷ ସଫଳ ହୋଇଥିବା ପ୍ରତିଭାମାନଙ୍କୁ ନେଇ କଥାକାର ହିରଣ୍ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ପରବର୍ତ୍ତୀ ଅଧିବେଶନ। ଏଥିରେ ସ୍ଵପ୍ନାଜିତା ଶଙ୍ଖୁଆ, କେତନ ରଣା, ମୌସୁମୀ ଦାଶ, ଶିବ ଚରଣ ମହାପାତ୍ର, ଅନୁଲିପ୍ତା ମିଶ୍ର, ଲୋପାମୁଦ୍ରା ପରିଡ଼ା, ସୁନୀତା ସାହୁ, କୈଳାସ ବେହେରା, ସୁନିତା ପ୍ରଧାନ, ପଦ୍ମିନୀ ପ୍ରିୟଦର୍ଶିନୀ ରଥ ପୁରସ୍କାର ଗ୍ରହଣ କରିବା ସହିତ ଆଲୋଚନାରେ ଅଂଶ ଗ୍ରଣଣ କରିଥିଲେ। ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ଉପରେ ଆଲୋଚନା କରିଥିଲେ ସୁବ୍ରତ କୁମାର ସେନାପତି, ଆଶିଷ କୁମାର ମିଶ୍ର, ପ୍ରଣୟ ସୁଧା, ନନ୍ଦିତା ମହାନ୍ତି, ବିଭୂତି ଭୂଷଣ ଖୁଣ୍ଟିଆ, ସ୍ଵାଗତିକା ସ୍ୱାଇଁ, ମୌସୁମୀ ଦାସ, ପରଂବ୍ରହ୍ମ ତ୍ରିପାଠୀ, ମହାଶ୍ଵେତା ସାହୁ, ତପନ ମହାପାତ୍ର ଏବଂ ଅମରେଶ ବିଶ୍ଵାଳ।

ପରେପରେ ଗପ ଓ ଗୀତର କକ୍ଟେଲ୍ ଶୀର୍ଷକରେ ବିଜୟ ମଲ୍ଲଙ୍କ ଗଳ୍ପପାଠ ଓ ଅର୍ପିତା ପତି ତଥା ସରୋଜ ବଳଙ୍କ ଗାୟନରେ ଅନୁଷ୍ଠିତ ହୋଇଥିଲା ଏକ ବିଶେଷ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ।

ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ ୩୦ ବର୍ଷ ବୟସ ସୀମାର ୩୦ ଜଣ ନବପ୍ରତିଭାଙ୍କୁ ‘ଉଦୟରାଗ’ ପୁରସ୍କାର ପ୍ରଦାନ କରିଥିଲେ। କବିତାରେ ଅଭିଷେକ ମହାପାତ୍ର, ଅଙ୍କିତ କୁମାର ଧଳ, ଅଂଶୁମାନ ସାହୁ, ଅଂଶୁମାନ ସାହୁ, ବାବୁଲୁ ପଧାନ, ବନ୍ଦନା ସୁବୁଦ୍ଧି, ବିପ୍ଳବିନୀ ଜେନା, ବିଶ୍ୱଜିତ ଦାସ, ଦୀପିକା ପେରେଇ, ଗୌରୀ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତିକାନ୍ତ ବେହେରା, ପ୍ରତିଭା ବେହେରା, ପ୍ରୀତିକ୍ରିଷ୍ଣା ସାହୁ, ରାଧାମୋହନ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ବେହେରା, ସଂଗ୍ରାମ ମହାରଣା, ସାର୍ଥକ ପ୍ରସାଦ ସାହୁ, ସୌମ୍ୟ ରଞ୍ଜନ ପାଳ ଏବଂ ଗଳ୍ପରେ ବୋଧିସତ୍ଵ ପ୍ରଧାନ, ଦେବେନ୍ଦ୍ର ସେଠୀ, ଇତୁସ୍ମିତା ବେହେରା, ଜିନାତମାମ୍ ଦର୍ଜୀ, ପ୍ରଦ୍ୟୁମ୍ନ କିଶୋର ବାରିକ, ପ୍ରଭଞ୍ଜନ ଦାଶ, ପ୍ରୀତିରଞ୍ଜନ ନାୟକ, ରଶ୍ମିତା ବେହେରା, ସଂଗ୍ରାମ କେଶରୀ ସେନାପତି, ସନ୍ତୋଷ କୁମାର ସାହୁ, ସୁପର୍ଣ୍ଣା ମିଶ୍ର ପ୍ରମୁଖ ପୁରସ୍କୃତ ହୋଇଥିଲେ।

‘ସିନେମାରେ ସାହିତ୍ୟ ଛୁଆଁ’ ଶୀର୍ଷକ ଏକ ଆଲୋଚନାରେ କବି ଓ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ସ୍ୱରାଜ ବାରିକ ଏବଂ ଅଭିନେତ୍ରୀ ବି.ଏମ. ବୈଶାଳୀ ଯୋଗଦେଇ ଆଲୋଚନା କରିଥିଲେ। ସଂଚାଳନ କରିଥିଲେ ଗୀତିକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ଥିତ ପଟ୍ଟନାୟକ।

ଏହାପରେ ଆୟୋଜିତ ହୋଇଥିଲା ଏକ ନିଆରା କାର୍ଯ୍ୟକ୍ରମ ‘ସାହିତ୍ୟ ଖଟି’। ଖଟି ଶୈଳୀରେ ବହି, ବହିବାଲା ଓ ବହିମେଳାକୁ ନେଇ କଥୋପକଥନ କରିଥିଲେ ଦେବପ୍ରସାଦ ଦାଶ, ପ୍ରକାଶ ମହାପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ପଣ୍ଡା ଓ ସରୋଜ ବଳ।

ଉତ୍ସବର ଅନ୍ତିମ ଅଧିବେଶନରେ ସଦ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଡ. ଆଶୁତୋଷ ପରିଡା ଏବଂ ବିଶିଷ୍ଟ ବଙ୍ଗଳା କଥାକାର ତଥା ‘ବର୍ତ୍ତମାନ’ର ସଂପାଦକ ଜୟନ୍ତ ଦେ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ମହାଶ୍ଵେତା ସାହୁଙ୍କୁ ଷୋହଳତମ ଟାଇମ୍‌ ପାସ୍‌ ବୁକର ପୁରସ୍କାର ପ୍ରଦାନ କରାଯାଇଥିଲା । ଫିଚରରେ କ୍ଷୀରୋଦ ପରିଡ଼ା, କବିତାରେ କୃଷ୍ଣ କୁମାର ମହାନ୍ତି, ଗଳ୍ପରେ ବିୟତପ୍ରଜ୍ଞା ତ୍ରିପାଠୀ ଏବଂ ଉପନ୍ୟାସରେ ଦେବବ୍ରତ ଦାସ ‘ଟାଇମ୍‌ ପାସ୍‌ ବେଷ୍ଟ ସେଲର୍’ ପୁରସ୍କାର ଗ୍ରହଣ କରିଥିଲେ। ସରଳ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା ‘ବହିବନ୍ଧୁ’ ସମ୍ମାନ।

ଏହି ଅବସରରେ ପ୍ରଦୀପ କୁମାର ରାୟଙ୍କ ଦ୍ଵାରା  ଅନୂଦିତ ଜୟନ୍ତ ଦେଙ୍କ ‘ରସିକ ସାରଙ୍କ ଘୋଡ଼ା’, ମହାଶ୍ଵେତା ସାହୁଙ୍କ ‘ଅକ୍ଟୋପସର ଆତ୍ମା’, ଦୁର୍ଗାପ୍ରସାଦ ପଣ୍ଡାଙ୍କ ‘ପ୍ରେମ ଏକ ବିଲୁପ୍ତ ପକ୍ଷୀର ନାଁ’, ଶ୍ୟାମଶ୍ରୀ ରାୟ କର୍ମକାରଙ୍କ ‘ବବ ଡିଲାନ: ଅନ୍ତହୀନ ଯାତ୍ରା’ ପୁସ୍ତକମାନ ଲୋକାର୍ପିତ ହୋଇଥିଲା। କସ୍ତୁରିକା ମିଶ୍ର ଗଜଲ ଗାନ କରିଥିବାବେଳେ କୁଇଜ୍ ପରିଚାଳନା କରିଥିଲେ ବେଦପ୍ରକାଶ ନାୟକ। ଗୀତିକାର ଅରୁଣ ମନ୍ତ୍ରୀ ଧାଡ଼ିକିଆ ଗପ ପାଠ କରିଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦୁଇଶହରୁ ଅଧିକ ପ୍ରବୀଣ ଓ ତରୁଣ ଲେଖକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ସବକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅବିନାଶ ସାହୁ, ଅରୁଣ କୁମାର ଦାସ, ବିଭୂତି ଭୂଷଣ ଖୁଣ୍ଟିଆ, ଆଶିଷ କୁମାର ମିଶ୍ର, ସତ୍ୟଜିତ ମିଶ୍ର ଏବଂ ଡମ୍ବରୁଧର ନାଥ।

Cultural Functions Writer
Advertisment
Advertisment