• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : ଅନୁଷ୍ଠିତ ହୋଇଛି କଳିଙ୍ଗ ଏଚ୍‌ଆର୍ ନ୍ୟାସ୍‌ନାଲ୍‌ ଏଚ୍‌ଆର ଲିଡରସିଫ୍ ଆୱାର୍ଡ ୨୦୨୧ । ସମର ମହାପାତ୍ରଙ୍କ ଦ୍ୱାରା ଗତ ଦୁଇ ବର୍ଷରୁ କଳିଙ୍କ ଏଚ୍ଆର୍‌ର ଆରମ୍ଭ ହୋଇଥିଲା । ଓଡିଶାର ବିକାଶ ପଥରେ ଏକ ଶକ୍ତିଶାଳୀ ଏଚ୍‌ଆର୍ ସମ୍ପ୍ରଦାୟ ନିର୍ମାଣ ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା । ଓଡିଶାର ବିକାଶକୁ ଶକ୍ତିଶାଳୀ, ଜଗନ୍ନାଥ ସଂସ୍କୃତି, ଓଡିଆ ଭାଷା, ଓଡିଆ ଖାଦ୍ୟକୁ ବିକଶିତ କରି ଓଡିଶାକୁ ମଜବୁତ କରିବା ସହ ଓଡିଶାର ଜନସାଧାରଣଙ୍କୁ ଚାକିରିର ସୁଯୋଗ ଦେବା ଆଦି ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଏହା ଓଡିଶାକୁ ସଶକ୍ତିକରଣ କରିବାରେ ସାହାର୍ଯ୍ୟ କରିବା ସହ ବଳିଷ୍ଠ ଭୂମିକା ନିଭାଇଆସିଛି । ବିଶ୍ୱରେ ଥିବା ୧୫୦୦ ସଦସ୍ୟଙ୍କ ମଧ୍ୟରୁ ସବୁଠୁ ଶୀଘ୍ର ବେସେବର ସମୁଦାୟ ମଧ୍ୟରୁ ଓଡିଶାକୁ ବିବେଚିତ କରାଯାଇଛି । ଏହାସହ କରୋନା ମହାମାରୀ ଆରମ୍ଭ ହେବା ପରେ ଓଡିଶା ସାମୂହିକ ଭାବେ ଭଲ କାର୍ଯ୍ୟ କରିବା ସହ ମାତ୍ରାଧିକ ୱେବିନାରର ଆୟୋଜନ ମଧ୍ୟ କରିଛି ।

କଳିଙ୍ଗ ଏଚ୍ଆର୍ ଗତ ଅଗଷ୍ଟ ୧୯ ତାରିଖ ଦିନ ନିଜ ଭର୍ଚୁଆଲ ବାର୍ଷିକ କାର୍ଯ୍ୟକ୍ରମ କଳିଙ୍ଗ ଏଚ୍‌ଆର୍ ନ୍ୟାସନାଲ ଏଚ୍‌ଆର ଲିଡରସିଫ୍ ଆୱାର୍ଡ ୨୦୨୧ର ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମର ହୋଷ୍ଟିଂ ଓଡିଶାର ବେଷ୍ଟ ଆଙ୍କର ମାଂସି ମିଶ୍ର କରିଥିଲେ । ଶ୍ରଦ୍ଧାଞ୍ଜଳୀ ଦେଇ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିବାବେଳେ ଶ୍ରୀ ଜଗନ୍ନାଥ ବନ୍ଦନା ଓ ପ୍ରସିଦ୍ଧ ଗାୟକ ଶ୍ରୀ ସୁନିଲ କୁମାର ପରିଡାଙ୍କ ଦ୍ୱାରା ଗୀତଗୁଡିକର ସଂଖ୍ୟା ଓ ତା ପରେ ଶ୍ରୀ ବିମଳଙ୍କ ଦ୍ୱାରା ସଞ୍ଚାଳିତ ପାୱାର ପ୍ୟାକ୍‌ ଏଚ୍ଆରଙ୍କ ସହ ସୁଶ୍ରୀ ଅନୁ ମେହତା, ପାର୍ତନ ଦାସ୍, ପାର୍ଥ ସାରଥୀ ମିଶ୍ର , ଡଃ ସାନ୍ତନୁଙ୍କ ସହ ଏକ ପ୍ୟାନେଲ ଆଲୋଚନାର ଆୟୋଜନ କରାଯାଇଥିଲା । ଭବିଷ୍ୟତ ପାଇଁ କମ୍ପାନୀକୁ ତିଆରି କରିବା ପାଇଁ ପରିବର୍ତ୍ତନର ସଂସ୍କୃତି ନିର୍ମାଣ ପାଇଁ ଏଚ୍‌ଆର୍‌ର ଭୂମିକା ପାଇଁ ସାନ୍ତନୁ ରଥ ଓ ଡଃ ସରୋଜ ମହାପାତ୍ରଙ୍କୁ ପ୍ରାୟ ୧୫ଟି ଏଚ୍‌ଆର୍ ଷ୍ଟାର୍ଟର ୭ଟି କୁଶଳ ଶିଷ୍ୟ ଓ ସିସିଡିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଛି ।

ଏସ୍ କେ ରାଉତ ସିସିଟିଭି ଭୁବନେଶ୍ୱରର ପ୍ରସ୍ତୁତ କରିଥିଲେ ଯାହା ବର୍ଷକୁ ୫୦ ହଜାରରୁ ଅଧିକ ଛାତ୍ରଙ୍କୁ ଶିକ୍ଷାଦାନ ଦେଇଥାଏ । ଶ୍ରୀ ସୁଂଧାଶୁ ବାରିକ, ସତ୍ୟ ବାରିକ, ଦୀପକ ମହାରଣା, ସତ୍ୟ ସାମଲ ଆଦି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ କରିଆସିଛନ୍ତି । କଳିଙ୍ଗ ଏଚ୍‌ଆର୍ ଓଡିଶାକୁ ବିକଶିତ କରିବା ପାଇଁ ଗୋଟିଏ ପ୍ରିତିବଦ୍ଧ ଓ କଳିଙ୍ଗ ଏଚ୍‌ଆର୍‌ରେ ଦୁନିଆରୁ ଅନେକ ସଦସ୍ୟମାନେ ଭାଗ ନେଇଥିଲେ । ଏଥିରେ ପ୍ରଥମେ ଆଲୋଚନା, ପ୍ରଶ୍ନୋଉତ୍ତର, ଏହାସହ ମାନବସମାଜର ଲାଭ ଓ ସମାଜର ଯୁବମାନେ ଭବିଷ୍ୟତରେ ଭଲ ଉନ୍ନତି କରିବା ପାଇଁ ପ୍ରେରଣା ଦିଆଯାଇଛି । ସମର ମହାପାତ୍ର ଦର୍ଶକ, ମିଡିଆ, ଫ୍ରେଣ୍ଡ, ମିଡିଆକୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।