/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747742975.jpg)
Galpa Ganjam 2025
ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ବର୍ଷ ୨୦୨୫ ନିମନ୍ତେ ‘ଗଳ୍ପ ଗଞ୍ଜାମ ସମ୍ମାନ' ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ଟ୍ରଷ୍ଟ୍ରର ପ୍ରତିଷ୍ଠାତା ସମ୍ପାଦକ ଭାଗୀରଥି ବେହେରାଙ୍କ ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ଗାଳ୍ପିକା ସୁକାନ୍ତି ରାଉତ ଗଳ୍ପ ‘ବଦଳି ଯାଉଥିବା ସମ୍ପର୍କର ରଙ୍ଗ’, ‘ନୀଡହରା ପକ୍ଷୀ’, ‘ଝଡ଼ପରର ଦୃଶ୍ୟ’, ‘ହତ୍ୟା’ ଆଦି ଗଳ୍ପ ସଂକଳନ ନିମନ୍ତେ 'କଥାକାର ସମ୍ମାନ' ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗଞ୍ଜାମର ଗାଳ୍ପିକା ଜ୍ୟୋତ୍ସ୍ନା ରାଣୀ ଦେବୀ ଓ ପୁରୀର ଗାଳ୍ପିକ ଲଳିତ କୁମାର ସ୍ୱାଇଁ 'ଯୁବ ଗାଳ୍ପିକ ସମ୍ମାନ'ରେ ସମ୍ମାନୀତ ହେବାକୁ ଘୋଷଣା ହୋଇଛି।
ସେହିପରି ଗଞ୍ଜାମର ପଦ୍ମାଳୟା ପାଢ଼ୀ 'ହାଉସ୍ ହଜବ୍ୟାଣ୍ଡ' ନିମନ୍ତେ 'ଗଳ୍ପ ପୁସ୍ତକ ସମ୍ମାନ'ରେ ସମ୍ମାନିତ ହେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗଞ୍ଜାମର ଦୁର୍ଗା ମାଧବ ମହାରଣା, ପୁରୀର ଐଶ୍ୱର୍ଯ୍ୟା ମିଶ୍ର, ଜଗତସିଂହପୁରର ମୋନାଲିସା ମୁଦୁଲି, ଭଦ୍ରକର ଦୀନବନ୍ଧୁ ବେଜ୍ ଏବଂ ରାୟଗଡ଼ର ଦେବେନ୍ଦ୍ର କୁମାର ବାଉରୀ 'ଗଳ୍ପ ପ୍ରତିଭା ସମ୍ମାନ' ରେ ସମ୍ମାନିତ ହେବାକୁ ଯାଉଛନ୍ତି।
ଗଳ୍ପ ଗଞ୍ଜାମ ୨୦୨୫ର ସମ୍ପାଦକ ଧର୍ମାନନ୍ଦ ମହାରଣା, ସଭାପତି ଡ଼ା ରାଜେନ୍ଦ୍ର କୁମାର ବେହେରା, ଉପସଭାପତି ଭାଗୀରଥି ପଣ୍ଡା, ଉପଦେଷ୍ଟା ଗଦାଧର ପାତ୍ର, ଉପଦେଷ୍ଟା ଇଂ. ନଳିନୀକାନ୍ତ ନାୟକ, ଉପଦେଷ୍ଟା ସୁଧାଂଶୁ ଶେଖର ସାହୁ, ସଂପାଦିକା ଜୟନ୍ତୀ ବେହେରା, ସହ ସମ୍ପାଦକ ତ୍ରିଲୋଚନ ଦାସ, ସହସଂପାଦିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଆଦି ବିଚାରକ ଗଣ ସମ୍ମାନିତ ହେବାକୁ ଥିବା ଗାଳ୍ପିକ ଗାଳ୍ପିକାଙ୍କୁ ଆନୁଷ୍ଠାନିକ ଭାବେ ଶୁଭେଛା ଜଣାଇବା ସହ ଆସନ୍ତା ୨୫ ତାରିଖ ରବିବାର ଦିନ ଆଡମ୍ବର ପୂର୍ଣ୍ଣ ଗଳ୍ପ ଗଞ୍ଜାମ ଉତ୍ସବ ୨୦୨୫ ଆୟୋଜନ ହେବ ବୋଲି ନିର୍ଦ୍ଦିଷ୍ଟ କରିଛନ୍ତି। ଏହି ଉତ୍ସବରେ ସମ୍ମାନିତ ବ୍ୟକ୍ତିଙ୍କୁ ମାନପତ୍ର, ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)