Advertisment

ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।

author-image
Pramod Behera
Announced Barsha Sahitya Samman 2023

Announced Barsha Sahitya Samman 2023

ଓଡ଼ିଶାର ଅଗ୍ରଣୀ ପୁସ୍ତକ ପ୍ରକାଶନୀ ସଂସ୍ଥା ‘ବର୍ଷା ପବ୍ଲିକେସନ୍’ ପକ୍ଷରୁ ପ୍ରଥମ ‘ବର୍ଷା ସମ୍ମାନ-୨୦୨୩’ ଘୋଷଣା କରାଯାଇଛି । ଆସନ୍ତା ଅଗଷ୍ଟ ୧୧ ତାରିଖରେ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହେବାକୁ ଥିବା ବର୍ଷା ଉତ୍ସବରେ ଏହା ପ୍ରଦାନ କରାଯିବ ।

Advertisment

‘ବର୍ଷା ପବ୍ଲିକେସନ୍‌’ ସବୁବେଳେ ଗୁଣାତ୍ମକ ମାନ ଥିବା ବହିର ସମ୍ମାନ କରିବା ସହିତ ଏହାର ପ୍ରକାଶ, ପ୍ରଚାର, ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଲେଖକ/ଲେଖିକାଙ୍କ ଅପେକ୍ଷା ସେମାନଙ୍କ କଳାତ୍ମକ କୃତିକୁ ଅଧିକ ସମ୍ମାନ ଦେବାରେ ବିଶ୍ୱାସ କରେ ‘ବର୍ଷା ପବ୍ଲିକେସନ୍’ ।

ସେହି କ୍ରମରେ ଚଳିତ ବର୍ଷର ଯେଉଁ ତିନୋଟି ପୁସ୍ତକକୁ ସମ୍ମାନୀତ କରାଯିବ, ସେଗୁଡ଼ିକ ହେଲା ଯଥାକ୍ରମେ; ‘ବର୍ଷା କଥା ସମ୍ମାନ’ ପାଇଁ କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ ‘ଛଦ୍ମଘଟ’, ବର୍ଷା କବିତା ସମ୍ମାନ ପାଇଁ କବି ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ ‘ମୁଁ ନ ଥିବି ଏ ନଈ ଥିବ’ ଏବଂ ବର୍ଷା ଉନ୍ମେଷ ସମ୍ମାନ ପାଇଁ ଯୁବ କବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ‘କେଇ ଫର୍ଦ୍ଦ ଜହ୍ନରାତି’କୁ ନିର୍ବାଚିତ କରାଯାଇଛି ।

Advertisment
Announced Barsha Sahitya Samman 2023ପୁରସ୍କାର ପାଇଁ ଚୟନ ହୋଇଥିବା ତିନି ବହି

ଆଗାମୀ ଅଗଷ୍ଟ ମାସ ୧୧ ତାରିଖରେ ଗୀତଗୋବିନ୍ଦ ସଦନରେ ହେବାକୁ ଥିବା ଏକଦିନବ୍ୟାପୀ କାର୍ଯ୍ୟକ୍ରମ ‘ବର୍ଷା ଉତ୍ସବ’ରେ ଏହା ପ୍ରଦାନ କରାଯିବ। ଏଥି ସହିତ ବର୍ଷା ପବ୍ଲିକେସନ୍ ପ୍ରକାଶିତ ଦଶରୁ ଊର୍ଦ୍ଧ୍ୱ ପୁସ୍ତକ ଉନ୍ମୋଚନ, ପାରମ୍ପରିକ ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଏବଂ ପାରମ୍ପରିକ ସଙ୍ଗୀତ ପରିବେଷଣ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ତେବେ ଏହି ଉତ୍ସବରେ ସାହିତ୍ୟାନୁରାଗୀ ବ୍ୟକ୍ତିବିଶେଷଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶକ ବାଦଲ ମହାନ୍ତି ବିନମ୍ର ଅନୁରୋଧ କରିଛନ୍ତି।

Odia Literature Literature
Advertisment
Advertisment