Advertisment

ଅଭିରାମ ଦାସଙ୍କ 'କଥାରେ ମହାଭାରତ' ଲୋକାର୍ପିତ

କବି ଅଭିରାମ ଦାସଙ୍କ 'କଥାରେ ମହାଭାରତ'ର ଲୋକାର୍ପଣ ହୋଇଯାଇଛି। ଏହି ଅବସରରେ ‘ମହାଭାରତ’ ହେଉଛି କଥା, କାହାଣୀ ଓ ଉପାଖ୍ୟାନର ଏକ ମହାସମୁଦ୍ର ଏବଂ ଅସଂଖ୍ୟ ବିଚିତ୍ର ଚରିତ୍ର ସମୂହର ଏହା ହେଉଛି ଏକ ଚିତ୍ତାକର୍ଷକ ଚିତ୍ରଶାଳା ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Abhiram Das's 'Kathare Mahabharat' released

Abhiram Das's 'Kathare Mahabharat' released

ଭୁବନେଶ୍ୱର: କବି ଅଭିରାମ ଦାସଙ୍କ 'କଥାରେ ମହାଭାରତ'ର ଲୋକାର୍ପଣ ହୋଇଯାଇଛି। କେଦାରଗୌରୀ ମନ୍ଦିର ନିକଟସ୍ଥ ଗୁଆଝର ଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରିଥିଲେ 'ଅପୂର୍ବା' ପତ୍ରିକାର ସମ୍ପାଦକ ତଥା ପ୍ରକାଶକ ଗାଳ୍ପିକ କ୍ଷୀରୋଦ ଚନ୍ଦ୍ର ପତି । ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ବରିଷ୍ଠ କବି ଡ. ପ୍ରସନ୍ନ କୁମାର ମହାନ୍ତି । ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ଅଧ୍ୟାପକ ବିଶ୍ୱରଂଜନ ।

Advertisment

ସେହିପରି ଗୀତିକବି ପ୍ରଫେସର ଶରତଚନ୍ଦ୍ର ରଥ ସମ୍ମାନିତ ବକ୍ତା ଏବଂ ଗାଳ୍ପିକ ଅଜୟ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ । ସର୍ବପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯିବା ପରେ ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ଜ୍ୱଳନ, ପୁସ୍ତକର ଲୋକାର୍ପଣ ଆଦିପର୍ବ ଅନୁଷ୍ଠିତ ହୋଇଥିଲ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସଭାପତି କ୍ଷୀରୋଦ ଚନ୍ଦ୍ର ପତି । ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ ଡ. ଅଭିରାମ ଦାସ ।

ଅତିଥି ଓ ବକ୍ତାମାନେ 'ମହାଭାରତ'ର ବିସ୍ତୃତ ଚର୍ଚ୍ଚା କରିବା ସହିତ ସାମ୍ପ୍ରତିକ ସମାଜଠାରୁ ଦୂରେଇ ଯାଉଥିବା ଯୁବପିଢି ମହାଭାରତକୁ ଅଧ୍ୟୟନ କଲେ ମହାଭାରତୀୟ ଅସ୍ମିତା ସଂପର୍କରେ ଅବଗତ ହୋଇପାରିବେ ବୋଲି ମନ୍ତବ୍ୟ ପ୍ରକାଶ କରିଥିଲେ । ଏହା ସହିତ ଅତିଥିମାନେ ଆହୁରି କହିଥିଲେ ଯେ ‘ମହାଭାରତ’ ହେଉଛି କଥା, କାହାଣୀ ଓ ଉପାଖ୍ୟାନର ଏକ ମହାସମୁଦ୍ର। ଅସଂଖ୍ୟ ବିଚିତ୍ର ଚରିତ୍ର ସମୂହର ଏହା ହେଉଛି ଏକ ଚିତ୍ତାକର୍ଷକ ଚିତ୍ରଶାଳା।

Advertisment

ଶେଷରେ ବରିଷ୍ଠ ସାମ୍ବାଦିକ ଅରୁଣ କାନୁନଗୋ ସଭାରେ ଉପସ୍ଥିତ ସମସ୍ତ ଅତିଥି ଏବଂ ଶ୍ରୋତୃମଣ୍ତଳୀ ଉଦ୍ଦେଶ୍ୟରେ କୃତଜ୍ଞତା ପ୍ରକାଶ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ହଜାରେ ପୃଷ୍ଠାର ଏହି ଗ୍ରନ୍ଥଟି ମୁଖ୍ୟତଃ ବ୍ୟାସଦେବକୃତ ମୂଳ ସଂସ୍କୃତ ‘ମହାଭାରତ’ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ସାରଳା ମହାଭାରତ, ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାରେ ରଚିତ ମହାଭାରତରୁ ମଧ୍ୟ ବହୁ ତଥ୍ୟ ଉଦ୍ଧାର କରାଯାଇଛି।

Abhiram Das's 'Kathare Mahabharat' released ଅଭିରାମ ଦାସଙ୍କ 'କଥାରେ ମହାଭାରତ' ଲୋକାର୍ପିତ

ଏହି ଉତ୍ସବରେ କେଦାର ମିଶ୍ର, ରଜନୀରଂଜନ ଦାଶ, ପବିତ୍ର ମୋହନ କର, ବାଦଲ ମହାନ୍ତି, ରମାକାନ୍ତ ଗୋଛାୟତ, ଶର୍ମିଷ୍ଠା ମହାପାତ୍ର, ପ୍ରଦୀପ୍ତ ବେହୁରା, ଆଲୋକ ରଞ୍ଜନ ଷଡଙ୍ଗୀ, ପ୍ରଶାନ୍ତ ମହାନ୍ତି, ସସ୍ମିତା ଦାସ, ସୌଦାମିନୀ ବେହେରା, ସଂଘମିତ୍ରା ମହାପାତ୍ର ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Odisha News
Advertisment
Advertisment