• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ

  • ଫଳ ଓ ତଟକା ପରିବା ଅଧିକ ଖାଆନ୍ତୁ।

ମୁହଁ ହେଉଛି ମଣିଷର ଆଇନା। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି।ବିଉଟି ପାର୍ଲର ଯାଇ ଖର୍ଚ୍ଚାନ୍ତ ବି ହୁଅନ୍ତି । ତେବେ ବହୁ ଘରୋଇ ଉପାଚାର ନିଜ ଦୈନଦିନ ଜୀବନରେ ସାମିଲ କଲେ ତ୍ୱଚାରେ ଉଜ୍ଜ୍ୱଳ ଦେଖାଯାଇଥାଏ । ତେବେ ଚାଲନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ।

  • ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁକୁ ସଫା ରହିବା ସହିତ ବ୍ଲାକ୍‌ ପୋର୍ସ ହୋଇ ନଥାଏ। ଏହା ସହିତ ଇନ୍‌ଫେକସନ୍‌ ମଧ୍ୟ ହୋଇ ନଥାଏ।
  • ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁକୁ ସଫା ରହିବା ସହିତ ବ୍ଲାକ୍‌ ପୋର୍ସ ହୋଇ ନଥାଏ। ଏହା ସହିତ ଇନ୍‌ଫେକସନ୍‌ ମଧ୍ୟ ହୋଇ ନଥାଏ।ଶରୀରରେ
  • ଫଳ ଓ ତଟକା ପରିବା ଅଧିକ ଖାଆନ୍ତୁ। ଏହା ତ୍ୱଚା ପାଇଁ ଖୁବ୍ ଭଲ। ଫାଷ୍ଟଫୁଡ୍‌ ଓ ତେଲଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ। ଏପରି କଲେ ଆପଣଙ୍କର ବ୍ରଣ ସମସ୍ୟା ଉତ୍ପନ୍ନ ହୋଇଥାଏ।
  • ଆବଶ୍ୟକ ପରିମାଣରେ ଶୁଅନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଓ ତ୍ୱଚାକୁ ଆରାମ ମିଳିଥାଏ। ସ୍କିନ୍‌ ସେଲ୍‌ ଠିକ୍‌ ରହିବା ସହିତ କୁଞ୍ଚନ ମଧ୍ୟ ହୋଇ ନଥାଏ।
  • ସ୍କିନ୍‌କୁ ମଶ୍ଚ୍ୟୁରାଇଜର୍‌ କରନ୍ତୁ। ମନେ ରଖନ୍ତୁ ମଶ୍ଚ୍ୟୁରାଇଜର୍‌ ଅନୁସାରେ ମୁହଁରେ କ୍ରିମ୍ ବ୍ୟବହାର କରନ୍ତୁ। ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ସ୍କିନ୍‌ ଅଏଲି, ତା’ହେଲେ ଜେଲ୍‌ କିମ୍ୱା ୱାଟର୍‌ ବେସ୍‌ କ୍ରିମ୍ ବ୍ୟବହାର କରନ୍ତୁ। ସେହିପରି ଡ୍ରାଏ ସ୍କିନ୍‌ ପାଇଁ ଡିପ୍‌ ମଶ୍ଚ୍ୟୁରାଇଜର୍‌ ବ୍ୟବହାର କରନ୍ତୁ।
  • ସନ୍‌ସ୍କ୍ରିନ୍‌ ଲୋସନ୍‌ କେବଳ ଖରାଦିନେ ନୁହେଁ, ଶୀତଦିନେ ମଧ୍ୟ ବ୍ୟବହାର କରନ୍ତୁ। ଏହା ସ୍କିନ୍ ଓ ସେଲ୍‌କୁ ନଷ୍ଟ ହେବାକୁ ଦିଏନି ଓ ତା’ସହିତ ସୁସ୍ଥ ରଖିଥାଏ।

OTV is now on Whatsapp

Join and get latest news update delivered to you via whatsapp

Join Now