• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତୀୟ ପରମ୍ପରାରେ ମହିଳାମାନଙ୍କର ସୌନ୍ଦର୍ଯ୍ୟ ଓ ଫ୍ୟାଶନ୍‌କୁ ନେଇ ଏମିତି ଅନେକ ଜିନିଷ ଅଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ସେମାନଙ୍କର ରୂପ ଆହୁରି ଝଟକି ଥାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ସିନ୍ଦୁର ବା ଟିକିଲି। ତେବେ ଏହି ସିନ୍ଦୁର ବା ଟିକିଲିକୁ ନେଇ କେତେ ଯେ ଗୀତ ଓ କବିତା ଲେଖା ଯାଇଛି ତାହାର ହିସାବ ନାହିଁ।

ଯଦି ହିନ୍ଦୀ ଜଗତ କଥା ଦେଖିବା ତେବେ ‘ତେରି ବିନ୍ଦିଆ ରେ' ଠାରୁ 'ବିନ୍ଦିଆ ଚମ୍‌କେଗୀ' ପର୍ଯ୍ୟନ୍ତ ବଲିଉଡ୍‌ ବିନ୍ଦୀ ବା ସିନ୍ଦୁରକୁ ବହୁତ ରୋମାଣ୍ଟିକ୍ ଭାବେ ଦେଖେଇଛି। କବିତାରେ ମଧ୍ୟ କବି ବେଳେବେଳେ ଜହ୍ନକୁ ନିଜ ପ୍ରେମିକାର ସିନ୍ଦୁର ବା ଟିକିଲି ଭାବେ ବର୍ଣ୍ଣନା କରିବା ଦେଖାଯାଏ। ଓଡିଆ ସାହିତ୍ୟ ହେଉ କି ଗୀତ ଦୁନିଆ ମଧ୍ୟ ସିନ୍ଦୁର ବା ଟିକିଲିକୁ ବାଦ ଦେଇନି।

ଯେମିତି ‘ତୋ ମଥାରେ ଟିକିଲି ଭଲ ଲାଗୁନି…’, ‘ସିନ୍ଦୁର ମଥାରେ ତୋର’ ଆଦି ଅନେକ ଗୀତ ରହିଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ଫ୍ୟାଶନ୍ ବ୍ୟତୀତ ଏହି ସିନ୍ଦୁର ବା ଟିକିଲି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ତେବେ ମହିଳାମାନେ କପାଳରେ କାହିଁକି ସିନ୍ଦୁର ଲଗାନ୍ତି ସେ ବିଷୟରେ ଜାଣିବା।

ବୈଜ୍ଞାନିକ କାରଣ:

ଅନେକ ମହିଳା ଆଧୁନିକତା ସ୍ପର୍ଶରେ ସିନ୍ଦୁର ବା ଟିକିଲିକୁ ଏଡେଇ ଦେଉଥିବା ବେଳେ ବହୁ ଭାରତୀୟ ମହିଳା ମଧ୍ୟ ଏହାକୁ ଆଦରି ରଖିଛନ୍ତି। କିନ୍ତୁ ଏହି ସିନ୍ଦୁର ପଛରେ ଥିବା ବୈଜ୍ଞାନିକ କାରଣଟି ଅନେକଙ୍କୁ ଜଣା ନଥାଇ ପାରେ। ମହିଳାମାନେ ଏହି ସିନ୍ଦୁର ଟୋପା ସବୁବେଳେ ଆଖିପତାର ଠିକ୍ ମଝିରେ ଲଗାନ୍ତି।

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି କପାଳର ଏହି ଜାଗା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯୋଗ ବିଜ୍ଞାନରେ, ଭ୍ରୁଲତାର ଏହି ମଝି ସ୍ଥାନକୁ ଆଜ୍ଞା ଚକ୍ର କୁହାଯାଏ। ଏହାକୁ ମାନବ ଶରୀରର ଷଷ୍ଠ ଏବଂ ସବୁଠାରୁ ଶକ୍ତିଶାଳୀ ଚକ୍ର ବୋଲି କୁହାଯାଏ। କାରଣ ଏହା ମୁଣ୍ଡ, ଆଖି, ମସ୍ତିଷ୍କ, ପିନଲ ଗ୍ଲାଣ୍ଡ୍ ଏବଂ ପିଟ୍ୟୁଟାରୀ ଗ୍ଲାଣ୍ଡ୍‌କୁ ସଂଯୁକ୍ତ କରିଥାଏ।

ଯୋଗରେ ମଧ୍ୟ ଏପରି ଅନେକ ଆସନ ଅଛି ଯେଉଁଥିରେ କପାଳକୁ ଭୂମିରେ ଛୁଇଁବାକୁ ପଡେ, ଏହି କାରଣରୁ ଏହି ଚକ୍ର ସକ୍ରିୟ ହୋଇଯାଏ। ଏହି ଚକ୍ରକୁ ଜ୍ଞାନର କେନ୍ଦ୍ର ଭାବରେ ମଧ୍ୟ ବିବେଚନା କରାଯାଏ। ଫଳରେ ଯେତେବେଳେ ମହିଳାମାନେ ଏହି ସ୍ଥାନରେ ସିନ୍ଦୁ ବା ଟିକିଲି ଲଗାନ୍ତି ସେମାନେ ଏହି ସ୍ଥାନ ହାତରେ ଦବାନ୍ତି। ଏହା ଫଳରେ ଆଜ୍ଞା ଚକ୍ର ପ୍ରଭାବିତ ହୋଇ ସକ୍ରିୟ ହୋଇଯାଏ।

ଆକ୍ୟୁପ୍ରେସର ଭଳି କାମ ଦିଏ:

ପ୍ରାଚୀନ ଚାଇନାର ବିଶ୍ୱାସ ମଧ୍ୟ ଯୋଗ ସହିତ ଜଡିତ। ଚାଇନାର ବିଶ୍ୱାସରେ ମଧ୍ୟ କପାଳର ଏହି ଜାଗାକୁ ‘ଥାର୍ଡ ଆଏ’ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ପ୍ରତିଦିନ ଦବାଇଲେ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ। ଏହି କାରଣରୁ, ଯେତେବେଳେ ସିନ୍ଦୁର ବା ଟିକିଲିକୁ କପାଳରେ ଦବାଯାଏ, ଏହା ଆକ୍ୟୁପ୍ରେସର ଭାବରେ କାମକରେ। କପାଳର ଏହି ଜାଗାକୁ ବାରମ୍ବାର ଦବାଇବା ଫଳରେ ମୁଣ୍ଡବିନ୍ଧା ମଧ୍ୟ କମିଯାଏ। ଏହି ସ୍ଥାନରେ ଅନେକ ଶିରା ଏବଂ ଧମନୀ ଅଛି, ଯାହାକୁ ନିୟମିତ ଦବାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।

ମୁହଁରେ କୁଞ୍ଚନ ଦେଖାଯାଏନି, ଡିପ୍ରେସନ ଦୂର ହୁଏ:

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତିଦିନ କପାଳରେ ସିନ୍ଦୁର ବା ଟିକିଲି ଲଗାଇଲେ ଆଖିର ଦୃଶ୍ୟ ମଧ୍ୟ ତେଜିୟାନ ହୋଇଥାଏ। ଭ୍ରୁଲତା ମଝିରେ ସୁପ୍ରାଟ୍ରୋକ୍ଲିୟର ଶିରାଗୁଡ଼ିକ ଯାଇଥାଏ, ଯାହା ଆଖିର ସମସ୍ତ ସ୍ନାୟୁ ସହିତ ଯୋଡି ହୋଇଥାଏ। ଏହି ଶିରା ଉପରେ ଚାପ ଯୋଗୁଁ ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ।

ଏହା ବ୍ୟତୀତ ଟ୍ରାଇଗେମିନାଲ୍ ଶିରାଗୁଡ଼ିକ ମଧ୍ୟ କପାଳର ଏହି ସ୍ଥାନ ଦେଇ ଯାଇଥାଏ। ପ୍ରତିଦିନ କିଛି ସେକେଣ୍ଡ ପାଇଁ ଏହି ଶିରାକୁ ଦବାଇବା ଦ୍ୱାରା ଚେହେରାର ମାଂସପେଶୀ ସୁସ୍ଥ ରହିଥାଏ, ଯେଉଁଥିପାଇଁ ବ୍ୟକ୍ତିଙ୍କ ମୁହଁରେ କୌଣସି କୁଞ୍ଚନ ପଡି ନଥାଏ ଏବଂ ଏହା ଡିପ୍ରେସନ୍‌ରେ ପୀଡିତ ଲୋକଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ହୋଇଥାଏ।