Advertisment

କେଉଁ ଦିଗରେ ରହିବ ଘରର କଠୋରୀ, କଣ କହେ ବାସ୍ତୁ

ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ ଦିଗରେ କୋଉଁ କଠୋରୀ ରହିବା ଦରକାର । କଣ ଶୁଭ ଓ କୁଣ ଅଶୁଭ ।

author-image
Pallipuspa Samal
ଅଦ୍ୟତନ ହୋଇଛି
vastu tips

vastu tips

ଆମେ ରହୁଥିବା ଘରର କଠୋରୀ ଠିକ୍ ଦିଗରେ ନହେଲେ ଜୀବନରେ ଅନେକ ସମସ୍ୟ ଦେଖା ଦେଇଥାଏ । ଆମ ଶୋଇବା ଘର,ରୋଷେଇ ଘର,ଶୈଚାଳୟ ସଠିକ୍ ଦିଗରେ ରହିବା ଉଚିତ୍ ।ବାସଗୃହ ବାସ୍ତୁ ସିଦ୍ଧାନ୍ତ ବହିର୍ଭୂତ ହେଲେ ଘରର ପରିବାରଙ୍କ ଉପରେ ଏହାର ଅନେକ କୁପ୍ରଭାବ ପଡ଼ିଥାଏ । ଚାଲନ୍ତୁ ଏ ସମ୍ପର୍କରେ ଜାଣିବା ।

Advertisment

ଶୟନକକ୍ଷ :

  • ଶୟନକକ୍ଷଟି ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥାପିତ ହେଲେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହେ।
  • ଉତ୍ତର-ପୂର୍ବ ଦିଗରେ ଶୟନ କକ୍ଷ ରହିଲେ, ଅଧିକ କନ୍ୟା ସନ୍ତାନ ଜନ୍ମ ନିଅନ୍ତି ଓ ସେମାନଙ୍କ ବିବାହ ବିଳମ୍ବ ହୁଏ ।
  • ଶୟନକକ୍ଷ ଗୃହର ମଧ୍ୟଭାଗରେ ରହିଲେ ବହୁ ପ୍ରକାର ବିଘ୍ନ ଘଟିଥାଏ ।

ରୋଷେଇ ଘର:

  • ଉତ୍ତର-ପୂର୍ବ ଦିଗରେ ରୋଷେଇ ଗ୍ରହ ଅବସ୍ଥାପିତ ହେଲେ ମାନସିକ ଅଶାନ୍ତି, ଝଗଡ଼ା ଓ ଅନେକ ପ୍ରକାରର କ୍ଷତି ଘଟିଥାଏ ।
  • ଦକ୍ଷିଣ-ପଶ୍ଚିମ ଦିଗରେ ରୋଷେଇ ଗ୍ରହ ରହିଲେ ସର୍ବଦା ପରିବାରର ସଦସ୍ୟମାନଙ୍କ ମଧ୍ୟରେ କଳହ ଲାଗି ରୁହେ ।
  • ଉତ୍ତର ଦିଗରେ ରୋଷେଇ ଗ୍ରହ ରହିଲେ ବିଶେଷ ଉନ୍ନତି ଘଟେ ନାହିଁ ।
  • ପଶ୍ଚିମ ଦିଗରେ କୂପ କିମ୍ବା ନଳକୂପ ଥିଲେ, ଉନ୍ନତିମୂଳକ କାର୍ଯ୍ୟରେ ସମସ୍ୟା ଉପୁଜିଥାଏ । ଉତ୍ତର-ପଶ୍ଚିମ ଦିଗରେ କୂପ କିମ୍ବା ନିଳକୂପ ଥିଲେ, ଶତ୍ରୁ ଓ ଚୋର ଭୟ ଦେଖାଦିଏ ।
Advertisment

କୂପ :

  • ଦକ୍ଷିଣ-ପୂର୍ବ ଆଗ୍ନେୟ କୋଣରେ କୂପ କିମ୍ବା ନଳକୂପ କଲେ ଧନହାନୀ, ପ୍ରାଣପୀଡ଼ା ସହ ଗୃହ ମଧ୍ୟରେ ଝଗଡ଼ା ଲାଗିରହେ । ସ୍ତ୍ରୀଲୋକମାନଙ୍କର ବିଶେଷ କ୍ଷତି ଘଟିଥାଏ ।
  • କେନ୍ଦ୍ରସ୍ଥଳରେ ମଧ୍ୟ କୂପ କିମ୍ବା ନଳକୂପ କରିବା ନିଷେଧ; କାରଣ ବଂଶ ନାଶ ହେବାର ସମ୍ଭାବନା ପ୍ରଭୃତି ଥାଏ ବୋଲି ବାସ୍ତୁଶାସ୍ତ୍ର ମତବ୍ୟକ୍ତ କରିଥାଏ ।

ଶୌଚାଳୟ :

-ଐଶାନ୍ୟ କୋଣରେ ଶୌଚାଳୟ ରହିଲେ ଧନ ହାନୀ, କେନ୍ଦ୍ର ସ୍ଥଳରେ ରହିଲେ ଗୃହରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଏ ଓ ବଂଶ ନାଶ ହେବାର ସମ୍ଭାବନା ଥାଏ ବୋଲି ବାସ୍ତୁଶାସ୍ତ୍ର ପ୍ରମାଣିତ କରେ ।

Vastu Tips For Money
Advertisment
Advertisment