• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ରଖନ୍ତୁ ନାହିଁ ଭଙ୍ଗା ବାସନ, ହୋଇପାରେ ବିପଦ

ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ବାସ୍ତୁ ବିଶେଷଜ୍ଞମାନେ ଏ ନେଇ ଅନେକ ପରାମର୍ଶ ଦେଉଛନ୍ତି । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ । ଆସନ୍ତୁ ଜାଣିବା ସେଗୁଡିକ କଣ...

  • ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତ୍ତି ରଖିବା ଉଚିତ ନୁହେଁ । ଯଦି କୌଣସି ଖଣ୍ଡିତ ମୂର୍ତ୍ତି ଘରେ ରହିଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଆବଶ୍ୟକ ।
  • ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ । କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ ।
  • ଆମେ ସାଧାରଣତଃ ଦେଖିଥାଉ ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା ବାସନ ଦୀର୍ଘ ଦିନ ଧରି ରହିଥାଏ । ଯଦି ଏପରି ବାସନ ଘରେ ରୁହେ ତେବେ ଦରିଦ୍ରତା ଲାଗି ରୁହେ । ଏହାକୁ ବାସ୍ତୁ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ ନୁହେଁ ।
  • ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର, ଯଦି ଏପରି କିଛି ଲକ୍ଷ୍ୟ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁ l କାରଣ ଏଭଳି ବସ୍ତ୍ର ବାସ୍ତୁ ଦୃଷ୍ଟିରୁ ଅଶୁଭ ଅଟେ । ମହିଳାଙ୍କ ଶାଢ଼ୀ କାନିରେ ଲକ୍ଷ୍ମୀ ବାସ କରନ୍ତି ।
  • ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ । ଯାହାଦ୍ୱାରା ଘର ପ୍ରତି ଅସୁବିଧା ଲାଗି ରୁହେ ।

OTV is now on Whatsapp

Join and get latest news update delivered to you via whatsapp

Join Now