/odishatv-khabar/media/post_attachments/uploadimage/library/16_9/16_9_0/vastu_tips_1644740500.jpg)
vastu tips
ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଠିକ୍ ଓ ଭୁଲ୍
Advertisment
ଜାଣନ୍ତୁ ……..
- ରାତିରେ ଖିର ହେଉ ଅଥବା ଅନ୍ୟ ଖାଦ୍ୟପଦାର୍ଥ ଏହାକୁ ଘୋଡ଼ାଇ ରଖିବା ଉଚିତ।
- ଏହାକୁ ଫ୍ରିଜରେ ରଖିଲେ ମଧ୍ୟ ଘୋଡ଼ାଇ ରଖିବା ଉଚିତ।
- ଖାଦ୍ୟ ଖୋଲା ରହିଲେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ମାନ୍ୟତା ରହିଛି।
- ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟ ଖୋଲା ରହିବା ଦ୍ୱାରା ଏଥିରେ ଧୂଳି ଓ ଅନ୍ୟାନ୍ୟ କ୍ଷୁଦ୍ର ଜୀବାଣୁ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ରୋଗ ମଧ୍ୟ ହୋଇଥାଏ।
- ମାନ୍ୟତା ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ ସ୍ନାନ କରିବା ପରେ ମଥାରେ ତିଳକ ଲଗାଇବା ଉଚିତ ନୁହେଁ। ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି ରାତିରେ ଶୋଇବା ସମୟରେ ଏହି ତିଳକ ଅଜାଣତରେ ଆଖି ପଡ଼ିଲେ ଚକ୍ଷୁ ପାଇଁ ଏହା କ୍ଷତିକାରକ ହୋଇଥାଏ।
- ରାତିରେ କ୍ଷୀର ପିଇବା ସମୟରେ ଏଥିରେ ସାମାନ୍ୟ କେସର କିମ୍ବା ହଳଦୀ ମିଶାଇ ପିଅନ୍ତୁ।
- ଖାଲି କ୍ଷୀର ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସହ କାଶ ମଧ୍ୟ ହୋଇଥାଏ।
- ବାରମ୍ବାର ଦେହ ଖରାପ ହୋଇ ଶୋଇ ରହିଲେ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।
- ଏହାସହ ସୂର୍ୟ୍ୟାସ୍ତ ପରେ ଭୁଲରେ ମଧ୍ୟ ମହିଳା ହୁଅନ୍ତୁ ଅଥବା ପୁରୁଷ କେଶ କାଟିବା ଉଚିତ ନୁହେଁ।
- ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ।
- ରାତିରେ ଲୁଗା ସଫା କରିବା ଉଚିତ ନୁହେଁ ମାନ୍ୟତା ଅନୁଯାୟୀ, ରାତିରେ ଲୁଗା ସଫା କରିବା ଉଚିତ ନୁହେଁ।
- ରାତିରେ ଲୁଗା ଧୋଇ ବାହାରେ ଶୁଖାଇବା ଦ୍ୱାରା ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
- ବ୍ୟକ୍ତିଙ୍କ ଉପରେ କୁପ୍ରଭାବ ପଡ଼ିଥାଏ।
- ଏହାସହ ସକାଳ ସମୟରେ ସୂର୍ୟ୍ୟଙ୍କ କିରଣରେ ଲୁଗା ଶୁଖିବା ଦ୍ୱାରା ଏଥିରେ ଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଆନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)