Advertisment

Hair Care: ଖପୁରୀକୁ ଏମିତି କରନ୍ତୁ ମସାଜ୍; ଚୁଟି ଲମ୍ବା ହେବ, ଝଡ଼ିବ ନାହିଁ

କିଛି ଲୋକ ଚୁଟିରେ ତେଲ ଲଗାଇବା ସମୟରେ ଖପୁରୀକୁ ସଠିକ୍ ଭାବରେ ମାଲିସ୍ କରନ୍ତି ନାହିଁ। ସେମାନେ କେବଳ ଚୁଟିରେ ହିଁ ତେଲ ମାରି ଦିଅନ୍ତି। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ସୁସ୍ଥ ରହୁ ଏବଂ ଲମ୍ବା ହେଉ, ତେବେ ଆପଣ କିପରି ଖପୁରୀକୁ ସଠିକ୍ ଭାବରେ ମସାଜ୍ କରିବେ ତାହା ଜାଣିବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Upside-down scalp massage for hair growth

upside down scalp massage keeps hair healthy and boost growth

ଆଜିର ଫେସନ ଦୁନିଆରେ ସମସ୍ତେ ନିଜ ନିଜ ଚୁଟିର ଯତ୍ନ ନେବା ଦେଖାଯାଏ। ତେବେ ଚୁଟିର ଯତ୍ନ ନେବା ପାଇଁ କେବଳ ମହଙ୍ଗା ସାମ୍ପୁ ଏବଂ କଣ୍ଡିସନର ଲଗାଇବା ଯଥେଷ୍ଟ ନୁହେଁ। ନିୟମିତ ଭାବରେ ଚୁଟିରେ ତେଲ ଲଗାଇବା ଏବଂ ଏହାକୁ ସଠିକ୍ ଭାବରେ ମସାଜ୍ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଖପୁରୀ ମଧ୍ୟ ସୁସ୍ଥ ରହିବା ଜରୁରୀ, ଯାହା ଦ୍ୱାରା ଚୁଟି ମୂଳରୁ ମଜବୁତ୍ ରହିଥାଏ।

Advertisment

ଆଉ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ ଖପୁରୀକୁ ମାଲିସ୍ କରିବା ଦ୍ୱାରା ମଧ୍ୟ ଚୁଟିର ସଠିକ୍ ବୃଦ୍ଧିରେ ସାହାଯ୍ୟ କରିଥାଏ। କିଛି ଲୋକ ଚୁଟିରେ ତେଲ ଲଗାଇବା ସମୟରେ ଖପୁରୀକୁ ସଠିକ୍ ଭାବରେ ମାଲିସ୍ କରନ୍ତି ନାହିଁ। ସେମାନେ କେବଳ ଚୁଟିରେ ହିଁ ତେଲ ମାରି ଦିଅନ୍ତି। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଚୁଟି ସୁସ୍ଥ ରହୁ ଏବଂ ଲମ୍ବା ହେଉ ତେବେ ଆପଣ କିପରି ଖପୁରୀକୁ ସଠିକ୍ ଭାବରେ ମସାଜ୍ କରିବେ ତାହା ଜାଣିବା ଜରୁରୀ।

ଅଧିକ ପଢ଼ନ୍ତୁ: Hair Care: ଘରେ ତିଆରି କରନ୍ତୁ ଅଁଳାରେ ମାସ୍କ; ଧଳା ଚୁଟିରେ ଲଗାନ୍ତୁ, ହୋଇଯିବ କଳା

Advertisment

ଖପୁରୀକୁ ମସାଜ୍ କରିବାର ସଠିକ୍ ଉପାୟ:

  • ଆଜିକାଲି ଇଣ୍ଟର୍‌ନେଟ୍‌ରେ ଖପୁରୀକୁ ସଠିକ୍ ଭାବରେ ମସାଜ୍ କରିବାର ଏକ ନୂଆ ଧାରା ଭାଇରାଲ ହେବାରେ ଲାଗିଛି। ଆପଣ ନିଜ ଖପୁରୀକୁ ଏହି ଉପାୟରେ ମାଲିସ୍ କରନ୍ତି ତେବେ ଚୁଟି ଶୀଘ୍ର ବଢିବ ଏବଂ ଏହା ମଧ୍ୟ ସୁସ୍ଥ ଏବଂ ଶକ୍ତିଶାଳୀ ରହିବ।
  • ଏହା ଦ୍ୱାରା ନିଜ ମୁଣ୍ଡକୁ ମୁଣ୍ଡକୁ ଆଗକୁ ନୁଆଁଇ କିମ୍ବା ଏପାଖ ସେପାଖ କରି ଆଙ୍ଗୁଠି ସାହାଯ୍ୟରେ ଖପୁରୀକୁ ମସାଜ କରିବାକୁ ପଡିବ। ଏଥିପାଇଁ, ନିଜ ଆଙ୍ଗୁଠିକୁ ଖପୁରୀରେ ଉପରୁ ତଳକୁ ଦାବି ଦାବି ଆଣନ୍ତୁ। ଆପଣ ପ୍ରତିଦିନ ଏହା କରିପାରିବେ। ଏହା କରିବା ଦ୍ୱାରା ଚୁଟିର ଫୋଲିକଲ୍ସରେ ରକ୍ତ ପ୍ରବାହ ବଢିଯାଏ, ଯାହା ଚୁଟି ବଢିବାରେ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ।
  • ଖପୁରୀକୁ ଉପରୁ ତଳକୁ ମସାଜ୍ କରିବା ଦ୍ୱାରା ସମ୍ପୂର୍ଣ୍ଣ ପୋଷଣ ମିଳେ। ଏହା ଚୁଟିକୁ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଏ ଏବଂ ଏହା ଶୀଘ୍ର ବଢାଏ। ଖପୁରୀକୁ ମାଲିସ୍ କରିବାର ଏହି ପଦ୍ଧତିକୁ ଅନୁସରଣ କରନ୍ତୁ, ଆପଣଙ୍କ ଚୁଟି ଶୀଘ୍ର ବଢିବ।
  • ଏହି ଉପାୟରେ ମାଲିସ କରିବା ଦ୍ୱାରା ଖପୁରୀରେ ରକ୍ତ ସଞ୍ଚାଳନ ମଧ୍ୟ ଉନ୍ନତ ହୋଇଥାଏ। ଏହା ହେୟାର ଫୋଲିକଲ୍ସରେ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ଯୋଗାଣରେ ଉନ୍ନତି ଆଣେ। ଏହା ଦ୍ୱାରା ଖପୁରୀର ମାଂସପେଶୀ ଏବଂ ବେକ ଅଞ୍ଚଳରେ ଥିବା ଯନ୍ତ୍ରଣା ମଧ୍ୟ ଦୂର ହୁଏ। ଏହି ଉପାୟରେ ମୁଣ୍ଡବିନ୍ଧା ମଧ୍ୟ କମିଯାଇପାରେ।

ଅଧିକ ପଢ଼ନ୍ତୁ: Hair Care: ଚୁଟିରେ ଏହି ଉପାୟରେ ଲଗାନ୍ତୁ ରସୁଣ ରସ; ପାଚିବ ନାହିଁ କି ଝଡ଼ିବ ନାହିଁ

  • ମୁଣ୍ଡକୁ ଆଗକୁ ନୁଆଁଇ ମସାଜ୍ କରିବା ଦ୍ୱାରା ଏହା ଅସ୍ଥାୟୀ ଭାବରେ ରକ୍ତ ସଞ୍ଚାଳନକୁ ବଢାଇଥାଏ। ଏହା ଦ୍ୱାରା ଚୁଟିର ମୂଳରେ ପ୍ରାକୃତିକ ତେଲକୁ ପହଞ୍ଚାଇବାରେ ସାହାଯ୍ୟ କରିଥାଏ, କେଶକୁ ମଶ୍ଚରାଇଜ୍ କରିଥାଏ ଏବଂ ଶୁଖିଲା, ଦୁର୍ବଳ ଏବଂ ନିର୍ଜିବ ଚୁଟିକୁ କମ କରିଥାଏ।
  • ଖପୁରୀକୁ ମାଲିସ୍ କରିବାର ଏହି କୌଶଳ ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ଏହା ସହିତ ଖପୁରୀର ସ୍ୱାସ୍ଥ୍ୟ ଭଲ ରହିଥାଏ। ଯେତେବେଳେ ମୁଣ୍ଡରେ ସଠିକ୍ ରକ୍ତ ସଞ୍ଚାଳନ ହୁଏ, ଚୁଟି ମୂଳରୁ ଶକ୍ତିଶାଳୀ ହୁଏ ଏବଂ ଏହାର ବୃଦ୍ଧି ମଧ୍ୟ ସଠିକ୍ ଭାବରେ ଚାଲିଥାଏ। କେବଳ ଏତିକି ନୁହେଁ, ଏହା ଫୋଲିକଲ୍ ସ୍ୱାସ୍ଥ୍ୟରେ ଉନ୍ନତି କରି ଚୁଟି ଝଡିବାକୁ ମଧ୍ୟ ହ୍ରାସ କରିଥାଏ।

ଟିପ୍ପଣୀ:

ଏଠାରେ ମନେରଖିବା ଉଚିତ ଯେ ଯଦି ଖପୁରୀ ସଂକ୍ରମଣ, ଘାଆ ହୋଇଥାଏ କିମ୍ବା ଅଧିକ ଚୁଟି ଝଡୁଥାଏ ତେବେ ଏହି ଟିପ୍ସକୁ ଚେଷ୍ଟା କରିବା ଠାରୁ ଦୂରେଇ ରହିବା ଉଚିତ, କାରଣ ଏହା ଏହି ସମସ୍ୟାକୁ ଆହୁରି ବଢାଇପାରେ।

Hair Care Tips And Trick
Advertisment
Advertisment