Advertisment

Yogasana: ଅଛି କି ପ୍ରସବ ସମସ୍ୟା… ପ୍ରତିଦିନ ସକାଳେ କରନ୍ତୁ ଏହି ୫ ଆସନ

ଅନେକ ଦମ୍ପତି ପ୍ରଜନନ ସମସ୍ୟା ସହିତ ସଂଘର୍ଷ କରନ୍ତି, ଯାହା ସେମାନଙ୍କର ମାନସିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗ ଆସନ ବିଷୟରେ କହିବୁ ଯାହା ଆପଣଙ୍କର ଗର୍ଭଧାରଣ କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ।

author-image
Pramod Behera
ଅଦ୍ୟତନ ହୋଇଛି
Start your day with these 5 yoga poses to boost fertility

Start your day with these 5 yoga poses to boost fertility

ଆପଣ କ’ଣ ଏକ ନୂଆ ଏବଂ କୁନି ଅତିଥିଙ୍କୁ ସ୍ୱାଗତ କରିବାକୁ ଚାହୁଁଛନ୍ତି, କିନ୍ତୁ ଗର୍ଭାବସ୍ଥାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି? ଆଜିକାଲି ପ୍ରାୟ ଏଭଳି ସମସ୍ୟା ଅନେକଙ୍କ ପାଖରେ ଦେଖିବାକୁ ମିଳେ। ତେବେ ନିରାଶ ହେବାର କିଛି କାରଣ ନାହିଁ। ଅନେକ ଦମ୍ପତି ପ୍ରଜନନ ସମସ୍ୟା ସହିତ ସଂଘର୍ଷ କରନ୍ତି, ଯାହା ସେମାନଙ୍କର ମାନସିକ ଏବଂ ଭାବନାତ୍ମକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

Advertisment

ଅନେକ ଲୋକ ଏହାର ଉପଶମ ପାଇଁ ଚିକିତ୍ସାର ସାହାଯ୍ୟ ନେଉଥିବାବେଳେ କିଛି ମହିଳା ଯୋଗର ସାହାଯ୍ୟ ନିଅନ୍ତି। ଯୋଗ ହେଉଛି ଏକ ପ୍ରାଚୀନ ଅଭ୍ୟାସ ଯାହା କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ନଥାଏ, ଏହା ଆପଣଙ୍କ ମନ ଏବଂ ଶରୀରକୁ ସନ୍ତୁଳିତ କରିଥାଏ ଏବଂ ଆପଣଙ୍କ ଗର୍ଭଧାରଣ ସମ୍ଭାବନାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଗ ଆସନ ବିଷୟରେ କହିବୁ ଯାହା ଆପଣଙ୍କର ଗର୍ଭଧାରଣ କ୍ଷମତା ବୃଦ୍ଧିରେ ସାହାଯ୍ୟ କରିବ।

Advertisment

ଉତ୍ତାନ ଶିଶୋସନ:

yoga poses to boost fertilityଉତ୍ତାନ ଶିଶୋସନ

ଏହାକୁ କରିବାକୁ ହେଲେ କାନ୍ଧକୁ ମଣିବନ୍ଧ(ରିଷ୍ଟ୍) ଉପରେ ଏବଂ ପିଚାକୁ ଆଣ୍ଠୁ ଉପରେ ରଖନ୍ତୁ। ପାଦକୁ ଆରାମରେ ରଖି ନିଜକୁ ଏକ ଖଟ ପରି କରନ୍ତୁ। ଶ୍ୱାସ ନେଇ ହାତକୁ କିଛି ଇଞ୍ଚ ଆଗକୁ ବଢାନ୍ତୁ। ଆଙ୍ଗୁଠି ଫର୍ଚା କରନ୍ତୁ ଏବଂ ହାତକୁ ରଖନ୍ତୁ। ବାହୁକୁ କହୁଣୀ ଠାରୁ ଭୂମିରୁ ଉପରେ ରଖନ୍ତୁ। ଟେଲ୍‌ବୋନକୁ ଛାତ ଆଡକୁ ରଖି କପାଳକୁ ତଳକୁ ନିଅନ୍ତୁ। ପିଠିକୁ ଷ୍ଟ୍ରେଚ୍ କରନ୍ତୁ ଏବଂ ମେରୁଦଣ୍ଡକୁ ଲମ୍ୱା କରନ୍ତୁ। ୩୦ ସେକେଣ୍ଡରୁ ଏକ ମିନିଟ୍ ପର୍ଯ୍ୟନ୍ତ ଏହିପରି ରଖନ୍ତୁ।

ବିପରୀତକରଣୀ:

yoga poses to boost fertilityବିପରୀତକରଣୀ

ପ୍ରଥମେ ପିଠି ଉପରେ ଶୋଇପଡନ୍ତୁ ଏବଂ ନିଶ୍ୱାସ ନିଅନ୍ତୁ। କାନ୍ଧ ଏବଂ ପିଠିକୁ ତଳେ ରଖି ଗୋଡକୁ ସିଧା ଉପରକୁ ଉଠାନ୍ତୁ, ପେଟପାଖରେ ଯଥାସମ୍ଭବ ୯୦-ଡ଼ିଗ୍ରୀ କୋଣ କରନ୍ତୁ। ହାତକୁ ପାପୁଲିକୁ ଅଣ୍ଟା ଉପରେ ଢିରା ଦେଇ ରଖନ୍ତୁ। ୫ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରୁହନ୍ତୁ।

ସୁପ୍ତ ବଦ୍ଧକୋଣାସନ:

yoga poses to boost fertilityସୁପ୍ତ ବଦ୍ଧକୋଣାସନ

ଆଣ୍ଠୁଙ୍କୁ ଭାଙ୍ଗି ପିଠିରେ ଶୋଇ ପଡନ୍ତୁ। ପାଦକୁ ଏକାଠି କରନ୍ତୁ ଏବଂ ପିଚା ଆଡକୁ ନେଇ ଆସନ୍ତୁ। ଗୋଡ ଖୋଲା ରଖନ୍ତୁ। କାନ୍ଧକୁ ଆରାମ ଦିଅନ୍ତୁ ଏବଂ ହାତକୁ ଦୁଇ କଡରେ ରଖନ୍ତୁ। କିଛି ସମୟ ଏହି ଅବସ୍ଥାରେ ରୁହନ୍ତୁ।

ମଳାସନ:

yoga poses to boost fertilityମଳାସନ

ପାଦକୁ ଅଲଗା କରି ଛିଡା ହୁଅନ୍ତୁ ଏବଂ ଗଭୀର ନିଶ୍ୱାସ ନିଅନ୍ତୁ। ଆଣ୍ଟୁ ଭାଙ୍ଗି ବସିଯାଆନ୍ତୁ। ଜଙ୍ଘ ଓ ପେଣ୍ଡା ଲାଗିବ ନାହିଁ। ହାତକୁ ନମସ୍କାର ମୁଦ୍ରାରେ ରଖନ୍ତୁ। କାନ୍ଧକୁ ଚଉଡା କରି ଚଟାଣ ସହିତ ସମାନ୍ତରାଳ ଭାବରେ ସିଧା ରଖାନ୍ତୁ। ପିଚାକୁ ଖୋଲି ରଖନ୍ତୁ, କହୁଣୀକୁ ଜଙ୍ଘରେ ଦାବି ରଖନ୍ତୁ। ଏହି ସ୍ଥିତିକୁ ୩୦ସେକେଣ୍ଡରୁ ଏକ ମିନିଟ୍ ପର୍ଯ୍ୟନ୍ତ ଧରି ରଖନ୍ତୁ।

ପାଦହସ୍ତାସନ:

yoga poses to boost fertilityପାଦହସ୍ତାସନ

ପାଦକୁ ଯୋଡି ରଖନ୍ତୁ। ହାତକୁ ଉପରକୁ ଉଠାନ୍ତୁ। ଧିରେ ଧିରେ ଶ୍ୱାସ ଛାଡି ଅଣ୍ଟାକୁ ଭାଙ୍ଗି ଦୁଇ ହାତକୁ ପାଦ ଆଡକୁ ଆଣନ୍ତୁ। ଆଣ୍ଠୁ ଭାଙ୍ଗିବ ନାହିଁ। ପାପୁଲି କିମ୍ବା ଆଙ୍ଗୁଠିକୁ ଭୂମି ସ୍ପର୍ଶ କରାନ୍ତୁ। କପାଳକୁ ଯଥା ସମ୍ଭବ ଆଣ୍ଠୁ ପାଖରେ ରଖନ୍ତୁ। ୩୦ ସେକେଣ୍ଡରୁ ଏକ ମିନିଟ୍ ଧରି ରଖନ୍ତୁ।

Yogasana Yoga Yoga Tips
Advertisment
Advertisment