Advertisment

ସନ୍‌ବର୍ଣ୍ଣ କଷ୍ଟରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ଘରୋଇ ଉପଚାର

ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ, ଟ୍ୟାନ, ସନ୍‌ବର୍ଣ୍ଣ ଆଦି ସମସ୍ୟା ଦେଖାଦେଇଥାଏ। ତେଣୁ ଆପଣ ଯେତେ ସମ୍ଭବ ନିଜ ତ୍ୱଚାକୁ ସୂର୍ଯ୍ୟଙ୍କ ସିଧା କିରଣରୁ ଦୂରେଇ ରଖିବା ଉଚିତ୍ ।

author-image
Pallipuspa Samal
ଅଦ୍ୟତନ ହୋଇଛି
skin care in summer

skin care in summer

ଖରାଦିନେ ସାଧାରଣତଃ ଲୋକମାନେ ସନ୍‌ବର୍ଣ୍ଣ ସମସ୍ୟାର ସାମ୍ନା କରନ୍ତି। ତେବେ ଏହି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ସନ୍‌ବର୍ଣ୍ଣ ଯୋଗୁ ହେଉଥିବା କଷ୍ଟକୁ ଦୂର କରିବାର କିଛି ବେଶ୍ ଭଲ ଘରୋଇ ଉପଚାର ରହିଛି। ଚାଲନ୍ତୁ, ସେ ବିଷୟରେ ଜାଣିବା।

Advertisment

ଆଲୋଭେରା:

  • ଏଥିରେ ଆଣ୍ଟି-ଇନ୍‌‍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ତ୍ୱଚାକୁ ଥଣ୍ଡା ଏବଂ ଆରାମ ପହଞ୍ଚାଇଥାଏ। ଆଲୋଭେରାକୁ ତ୍ୱଚାରେ କିଛି ସମୟ ଘସନ୍ତୁ। ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

କାକୁଡ଼ି:

  • ପ୍ରଥମେ ଗୋଟେ କାକୁଡ଼ିକୁ ଅଧା ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ତାକୁ କାଢ଼ି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହାକୁ ସନ୍‌ବର୍ଣ୍ଣ ହୋଇଥିବା ସ୍ଥାନରେ ଲଗାନ୍ତୁ ଓ ଅଧାଘଣ୍ଟା ପାଇଁ ସେମିତି ଛାଡ଼ି ଦିଅନ୍ତୁ। ପରେ ୱଚାକୁ ଧୋଇ ଦିଅନ୍ତୁ।
Advertisment
skin care in summerskin care in summer

ଦହି:

  • ଦହିରେ ପ୍ରୋବାୟୋଟିକ୍ସ ଏବଂ ଏନ୍‌ଜାଇମ୍‌ସ୍‌ ରହିଥାଏ, ଯାହା ତ୍ୱଚାକୁ ସଫା ରଖିବାରେ ସାହାଯ୍ୟ କରେ। ଏଥିପାଇଁ ଆପଣ ଅଧା କପ୍‌ ଦହି ନିଅନ୍ତୁ ଏବଂ ତାକୁ ତ୍ୱଚାରେ ଲଗାନ୍ତୁ। ୨୦ମିନିଟ୍‌ ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।

ଆପଲ୍‌ ସାଇଡର୍‌ ଭିନେଗାର:

  • ଗୋଟେ ପାତ୍ରରେ ଉଷୁମ ପାଣି ନିଅନ୍ତୁ। ଏଥିରେ ଗୋଟେ କପ୍‌ ଆପଲ୍‌ ସାଇଡର୍‌ ଭିନେଗାର ପକାନ୍ତୁ ଓ ତ୍ୱଚାକୁ ଧୁଅନ୍ତୁ। ଦିନକୁ ଥରେ ଏହି ପାଣିରେ ତ୍ୱଚାକୁ ଧୋଇଲେ ତ୍ୱଚାର ପିଏଚ୍‌ ସ୍ତରକୁ ସନ୍ତୁଳିତ ରହିବ।

ଆଳୁ ରସ:

ସନ୍‌ବର୍ଣ୍ଣ ହୋଇଥିବା ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ ଓ ଆଳୁରୁ ଚୋପା ଛଡ଼ାଇ ତାକୁ ଛେଚି ସେହି ସ୍ଥାନରେ ଲଗାନ୍ତୁ। ୧୫ରୁ ୨୦ ମନିଟ୍‌ ପରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ।

Summer Skin Care
Advertisment
Advertisment