• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  କେଶ ପାଇଁ ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ

ଚାଉଳ ପାଣି ବା ପେଜ ଆପଣଙ୍କ ତ୍ୱଚାକୁ ଟାଇଟ୍ କରି କେଶକୁ ସୁସ୍ଥ ରଖିଥାଏ । କେବଳ ଏତିକି ନୁହେଁ, ପେଜ ଆପଣଙ୍କ ଶରୀରରେ ବ୍ଲଡ୍‌ ସର୍କୁଲେସନକୁ ବୃଦ୍ଧି କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ପେଜକୁ କିପରି କେଶରେ ବ୍ୟବହାର କରାଯାଇଥାଏ ।

  • ଗୋଟିଏ ଗ୍ଲାସ୍‌ ପେଜରେ କିଛି ବୁନ୍ଦା ଗୋଲାପ ଜଳ, ଲାଭେଣ୍ଡର ଓ ଏସେନସିଆଲ୍‌ ଅଏଲ୍‌ ମିଶାନ୍ତୁ।
  • ଏହାପରେ କେଶରେ ଶାମ୍ପୂ ଲଗାଇ ପେଜ ପାଣିରେ ଧୁଅନ୍ତୁ। କେଶରେ ଏହି ପାଣିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ।
  • କେଶରେ ପେଜ ପାଣି ଲଗାଇ ଭଲ ଭାବରେ ମାଲିସ କରନ୍ତୁ।
  • ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏହିପରି ସପ୍ତାହକୁ ଥରେ କେଶରେ ପେଜ ପାଣି ଲଗାନ୍ତୁ। ଦେଖିବେ କେଶ ଝଡ଼ିବା କମ୍ ହୋଇଯିବ।
  • ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପେଜ ବା ଚାଉଳ ପାଣିରେ ଇନୋସିଟୋଲ ଓ କାର୍ବୋହାଇଡ୍ରେଟ୍‌ ରହିଛି।
  • ତେଣୁ ଏହାକୁ କେଶରେ ଲଗାଇ ସାରିବା ପରେ ମଧ୍ୟ ଇନୋସିଟୋଲ ଆପଣଙ୍କ କେଶରେ ରହିଥାଏ ଏବଂ କେଶକୁ ନଷ୍ଟ ହେବାରୁ ରକ୍ଷା କରିଥାଏ।
  • ଏହା ବ୍ୟତୀତ ପେଜରେ ଆମିନୋ ଏସିଡ୍‌ ରହିଛି, ଯାହା କେଶ ମୂଳକୁ ମଜବୁତ କରି ଘନକଳା କରିଥାଏ। ଯାହା ଯୋଗୁଁ ଆପଣଙ୍କ କେଶ ସାଇନ୍‌ କରିଥାଏ।
  • ଏଥିପାଇଁ ଚାଉଳ ପାଣି ବା ପେଜ ଖୁବ୍ ଲାଭକାରୀ ଓ ସୁରକ୍ଷିତ। ପେଜର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ନାହିଁ।

OTV is now on Whatsapp

Join and get latest news update delivered to you via whatsapp

Join Now