• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ରେସିପି: ଏହା ଏକ ସ୍ବାଦିଷ୍ଟ ଚଟଣୀ ଯାହାକୁ ଆପଣ ଡାଲି, ଭାତ, ରୁଟି କିମ୍ବା ପରଟା ସହିତ ସାଇଡ ଡିସ ଭାବରେ ପରିବେଷଣ କରିପାରିବେ। ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସାଧାସିଧା ଖାଇବାକୁ କରିଥାଏ ମଜାଦାର ।

ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀର ଉପକରଣ

• ୨ଟି ଟମାଟୋ

• ୨ଟି ଗୋଟା ରସୁଣ
• ୨-୩ଟି କଞ୍ଚା ଲଙ୍କା
• ୧ଟି ଧନିଆ ପତ୍ର
• ୧ଟି ପିଆଜ
• ୧/୨ ଚାମଚ ଲୁଣ
• ୧/୨ ଚାମଚ ଭଜା ଜିରା ଗୁଣ୍ଡ

ବିହାରୀ-ଷ୍ଟାଇଲ ଟମାଟୋ ଚଟଣୀ ପ୍ରସ୍ତୁତ ପ୍ରଣାଳୀ

-ଟମାଟୋ, ରସୁଣ ଏବଂ ଲଙ୍କାକୁ ଗ୍ୟାସରେ ପୋଡିଦିଅନ୍ତୁ

-ଯେତେବେଳେ ଟମାଟୋ ଚୋପା ପୋଡିଯିବ, ତାହାକୁ ଗୋଟିଏ ପାତ୍ରକୁ କା‍ଢ଼ିଦିଅନ୍ତୁ । ଟମାଟୋ ଓ ରସୁଣର ଚୋପାକୁ ଛଢ଼ାଇ ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ରସୁଣ ଓ କଞ୍ଚାଲଙ୍କାକୁ ଭଲରେ ଚକଟି ଦିଅନ୍ତୁ ।

-ସେଥିରେ ଧନିଆ ପତ୍ର ପକାଇ ଭଲରେ ମିଶାଇ ଦିଅନ୍ତୁ ।

-ଏବେ ଟମାଟୋ ପକାଇ ଦରଦରା କରି ଚକୁଟି ଦିଅନ୍ତୁ ।

-କଟା ପିଆଜ, ଲୁଣ, ଲାଲ ଲଙ୍କା ଏବଂ ଭଜା ଜିରା ପକାଇ ଭଲଭାବେ ମିଶାନ୍ତୁ।

-ଆପଣଙ୍କର ବିହାରୀ ଷ୍ଟାଇଲ ଟମାଟୋ ଚଟଣୀ ପ୍ରସ୍ତୁତ ହୋଇଗଲା।

ଓଟିଭି ବିଜ୍ଞାପନ