Advertisment

Chanakya Niti: ଭୁଲ୍‌ରେ ଏହି ଲୋକଙ୍କୁ ଡାକନ୍ତୁ ନାହିଁ ଘରକୁ; ଛଡ଼ାଇନେବେ ଆପଣଙ୍କ ଖୁସି...

ଆଚାର୍ଯ୍ୟ ଚାଣକ୍ୟ ନୀତିକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Chanakya Niti: Stay Away From These Kinds of People

Chanakya Niti for Home

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନ କାଳରେ ଅନେକ ନୀତି ଉପରେ ରଚନା କରିଛନ୍ତି, ଯାହାକୁ ଯଦି ଆପଣ ସଠିକ୍ ଭାବରେ ଅନୁସରଣ କରନ୍ତି, ତେବେ ଆପଣ ଜୀବନରେ ଅନେକ ସଫଳତା ପାଇବେ ଓ ଏହା ସହିତ ଆପଣ ଚାପରୁ ମଧ୍ୟ ମୁକ୍ତି ପାଇବେ । ଏମିତିରେ ଜୀବନରେ ଆମକୁ ବେଳେବେଳେ କିଛି ଲୋକଙ୍କ ପାଇଁ ବହୁତ ଚିନ୍ତାରେ ରହିବାକୁ ପଡ଼ିଥାଏ । ଯେଉଁ କାରଣକୁ ନେଇ ଆମେ ସେଭଳି ଲୋକଙ୍କୁ ଆଦୌ ପସନ୍ଦ କରିନଥାଉ । ଏମାନଙ୍କୁ କେବେ ନିଜ ଘରକୁ ଡାକିବା କିମ୍ବା ପାଖାପାଖି ଦେଖିବାକୁ ପସନ୍ଦ ଆସିନଥାଏ । ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ଲୋକଙ୍କୁ ନିଜ ଘରକୁ ଡାକିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛନ୍ତି । କାରଣ ଏପରି ଲୋକମାନେ ତୁମ ଘରକୁ ଆସନ୍ତି ତେବେ ଘରର ସମସ୍ତ ସୁଖ ଓ ଶାନ୍ତି ଛଡ଼ାଇ ନେଇ ଯାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଲୋକଙ୍କ ବିଷୟରେ...

Advertisment

ଦୋହରା ଚରିତ୍ରର ବ୍ୟକ୍ତି...

ଚାଣକ୍ୟଙ୍କ ଅନୁସାରେ ଦୋହରା ଚରିତ୍ରର ବ୍ୟକ୍ତି ଅତ୍ୟନ୍ତ କ୍ଷତିକାରକ । କାରଣ ସେ ଆପଣଙ୍କ ସମ୍ମୁଖରେ ମିଠା ମିଠା କଥା କହି ଆପଣଙ୍କ ପଛରେ ନିନ୍ଦା କରିଥାନ୍ତି । ତେଣୁ ସେଭଳି ଚରିତ୍ରର ବ୍ୟକ୍ତିଙ୍କଠାରୁ ନିଜକୁ ଆଉ ନିଜର ପରିବାରକୁ ଦୂରେଇ ରଖନ୍ତୁ ।

ଚରିତ୍ରହୀନ ବ୍ୟକ୍ତି...

ଚାଣକ୍ୟଙ୍କ ନୀତି ଅନୁସାରେ ଚରିତ୍ରହୀନ ବ୍ୟକ୍ତିଙ୍କ ଠାରୁ ଆପଣଙ୍କ ପରିବାରକୁ ଦୂରେଇ ରଖନ୍ତୁ। କାରଣ ସେ ଆପଣଙ୍କୁ ପ୍ରତ୍ୟକ୍ଷ ଭାବେ କ୍ଷତି ନକଲେ ବି ପରୋକ୍ଷ ଭାବରେ କ୍ଷତି ପହଁଞ୍ଚାଇଥାନ୍ତି । ଚରିତ୍ରହୀନ ଲୋକର ଆପଣଙ୍କ ଘରେ ପ୍ରବେଶ ଯୋଗୁଁ ସମାଜ ଆପଣଙ୍କୁ ଖରାପ ନଜରରେ ଦେଖିଥାଏ।

Advertisment

ଦୁଷ୍ଟ ବ୍ୟକ୍ତି...

ଯେଉଁ ବ୍ୟକ୍ତି ଦୁଷ୍ଟ କାମ କରିଥାଏ ଓ ଯାହାର କର୍ମ ଦ୍ୱାରା ମାନବ ଜାତିର କ୍ଷତି ହୋଇଥାଏ,ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହୋଇଥାଏ।

ନିଚ୍ଚ ବ୍ୟକ୍ତି...

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନିଚ୍ଚ ବ୍ୟକ୍ତି ଅର୍ଥାତ୍‌ ଯେଉଁ ବ୍ୟକ୍ତି ଅଶିକ୍ଷିତ କିମ୍ବା ଅଭଦ୍ର ହୋଇଥାଆନ୍ତି ଆଉ ଯାହାଙ୍କର ସମାଜର ଚାଲିଚଳନ, ସଂସ୍କୃତି ଉପରେ ଜ୍ଞାନ ନଥାଏ,କିମ୍ବା ଯେଉଁ ବ୍ୟକ୍ତି ସମାଜର ନିୟମକୁ ପାଳନ କରେ ନାହିଁ,ସେହିଭଳି ଲୋକଙ୍କୁ ମଧ୍ୟ ଆପଣଙ୍କର ଘରପରିବାର ଠାରୁ ଦୂରେଇ ରଖନ୍ତୁ।

ଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି...

ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଥାଏ,ସେହିଭଳି ବ୍ୟକ୍ତିଙ୍କ ସହ ସଂପର୍କ ରଖିବା ଉଚିତ୍‌ ହୋଇନଥାଏ। କାରଣ ଏଭଳି ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଆପଣଙ୍କୁ ଅପମାନିତ କରୁଥିବା ବ୍ୟକ୍ତି...

ଯେଉଁ ବ୍ୟକ୍ତି ଆପଣଙ୍କୁ ଅପମାନିତ କରିଥାଏ, ଯାହାଙ୍କ ଲାଗି ଆପଣଙ୍କ ଖୁସି ମନକୁ କଷ୍ଟ ଲାଗିଥାଏ,ସେହିଭଳି ଲୋକ ଆପଣଙ୍କ ଜୀବନରେ ରହିବାଟା ଉଚିତ ହୋଇନଥାଏ।କାରଣ ଏଭଳି ଲୋକ ପାଇଁ ଆପଣଙ୍କର ଏକାଗ୍ରତା ଭଗ୍ନ ହେବା ସହିତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ।

Chanakya Niti Happiness
Advertisment
Advertisment