Advertisment

ଘରେ ବନାନ୍ତୁ ଆମ୍ବର ଏହି ସୁଆଦିଆ ରେସିପି

ଏବେ ଚାଲିଛି ଆମ୍ବର ଋତୁ । ଆମ୍ବରେ ବିଭିନ୍ନ ପାନୀୟ ଓ ଆଚାର,ଖଟା ପ୍ରସ୍ତୁତ କରାଯାଏ । ହେଲେ ଆଜି ଆମେ ଆପଣଙ୍କ ପାଇଁ ଆମ୍ବର ଏକ ସୁଆଦିଆ ପିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଆମ୍ବ କାକରା’।

author-image
Pallipuspa Samal
ଅଦ୍ୟତନ ହୋଇଛି
mango kakra

mango kakra

ପର୍ବପର୍ବାଣୀରେ ଆମ ଓଡ଼ିଆ ଘରେ ତିଆରି ହୁଏ ଭଳି କି ଭଳି ପିଠା । କେତେବେଳେ ମଣ୍ଡା ପିଠା ତ କେବେ ଆରିଷା ପିଠା,ଏହି ଭଳି ଭିନ୍ନ ଭିନ୍ନ ପିଠା ତିଆରି ହୁଏ । ତେବେ ଆମେ ଆପଣ ମାନଙ୍କୁ ଏକ ଭିନ୍ନ ଓ ନିଆରା କାକରା ପିଠା ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଆମ୍ୱ କାକରା’ । ଆପଣମାନେ ରେସିପିଟିକୁ ଦେଶୀ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

Advertisment

‘ଆମ୍ବ କାକରା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଆମ୍ବ, ସୁଜି, ପାନମଧୁରୀ, ଲୁଣ, ଗୁଡ, ଗୁଆ ଘିଅ, ନଡ଼ିଆ ଓ ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ :

  • ପ୍ରଥମେ ପାଚିଲା ଆମ୍ବର ରସ ବାହାର କରି ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
  • ଏବେ ଗ୍ୟାସରେ କଡ଼େଇ ବସାଇ ପାଣି ଦିଅନ୍ତୁ।
  • ଏହାପରେ ପାଣି ଫୁଟିଲେ ସେଥିରେ ପାନମଧୁରୀ, ଲୁଣ, ଗୁଡ଼, ଗୁଆ ଘିଅ ଓ ନଡ଼ିଆ କୋରା ପକାନ୍ତୁ।
  • ଏହା ଭଲ ଭାବେ ଫୁଟି ଗଲେ ଗ୍ୟାସକୁ ସିମ୍‌ କରି ସେଥିରେ ଆମ୍ବ ପ୍ୟୁରୀ ପକାନ୍ତୁ।
  • କିଛି ସମୟ ଫୁଟିବା ପରେ ଗ୍ୟାସକୁ ସିମ୍‌ କରି ସେଥିରେ ସୁଜି ପକାଇ ଲଗାତାର ଘାଣ୍ଟନ୍ତୁ।
  • ଜନ୍ତଣି ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ।
  • ଏହା ଥଣ୍ଡା ହେବା ପରେ କାକରା ଗଢ଼ିବା ଆରମ୍ଭ କରି ଦିଅନ୍ତୁ।
  • ପରେ ଅନ୍ୟ ଏକ କଡ଼େଇ ତେଲ ଗରମ କରି ପୂର୍ବରୁ ପ୍ରସ୍ତୁତ କାକରାକୁ ଛାଣି ଦିଅନ୍ତୁ।

ଏବେ ପ୍ରସ୍ତୁତ ହେଇଗଲା ଆମ୍ବ କାକରା । ଏଥର ଅତିଥିଙ୍କୁ ପରସନ୍ତୁ ଆମ୍ବ କାକରା। ଏହି ରେସିପିଟିକୁ ଆପଣ ପର୍ବପର୍ବାଣିରେ ତିଆରି କରି ଖାଇ ପାରିବେ

Advertisment

ରୋଷେଇ ଟିପସ୍:

ଏଠାରେ ମନେ ରଖନ୍ତୁ, ୧ କପ୍‌ ଆମ୍ବ ରସ ନେଲେ ସେହି ମାପର ସୁଜି ଓ ଅଧା କପ ଗୁଡ କିମ୍ବା ଚିନି ନିଅନ୍ତୁ l ଏହାକୁ ଜନ୍ତିବା ପାଇଁ ୧ କପ୍‌ ପାଣି ନିଅନ୍ତୁ l

Odia Food And Recipes
Advertisment
Advertisment