ଆପଣ କେବେ ‘ସାହି ମଟନ୍ କୋର୍ମା’ର ରେସିପି ଖାଇଛନ୍ତି କି ? ଆଜି ଶୁକ୍ରବାର ରାନ୍ଧଣାରେ ଘରେ ବନାନ୍ତୁ ‘ସାହି ମଟନ୍ କୋର୍ମା’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ସାହି ମଟନ୍ କୋର୍ମା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ମଟନ୍, ପିଆଜ, ତେଜପତ୍ର, ଅଳେଇଚ, ଗୁଜୁରାତି, ଷ୍ଟାରଫୁଲ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଦହି, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଲୁଣ, ତେଲ ଓ ଘିଅ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ପାତ୍ରରେ ମଟନ୍, ଦହି, ଧନିଆ ଗୁଣ୍ଡ, ଗରମ ମସାଲା ଗୁଣ୍ଡ, ଜୀରା ଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ, ଅଦାରସୁଣ ପେଷ୍ଟ, ଲୁଣ ଇତ୍ୟାଦିକୁ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଅଧଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ।
- ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରି ସେଥିରେ କଟା ପିଆଜକୁ ଫ୍ରାଏ କରନ୍ତୁ।
- ଏହାପରେ ପିଆଜ ଗୋଲ୍ଡେନ ବ୍ରାଉନ୍ ହୋଇଗଲା ପରେ ଏହାକୁ ପ୍ୟାନ୍ରୁ ବାହାରକୁ କାଢ଼ି ଦିଅନ୍ତୁ ଏବଂ ଗ୍ରାଇଣ୍ଡରରେ ଅଳ୍ପ ପାଣି ଦେଇ ବାଟି ରଖନ୍ତୁ।
- ଏହାପରେ କଡ଼େଇରେ ଅଳ୍ପ ଘିଅ ଗରମ କରି ତେଜପତ୍ର, ଅଳେଇଚ, ଗୁଜୁରାତି ଓ ଷ୍ଟାରଫୁଲ ପକେଇ ହାଲକା ଭାଜିଦିଅନ୍ତୁ।
- ଏହାପରେ ଏଥିରେ ପୂର୍ବରୁ ଗୋଳା ହୋଇ ରଖାଯାଇଥିବା ମଟନ୍କୁ ପକାଇ ଦିଅନ୍ତୁ।
- ଏହାପରେ ୫ରୁ ୧୦ମିନିଟ୍ ମଟନ୍କୁ କସିଲା ପରେ ଏବେ ଏଥିରେ ଅଳ୍ପ ପାଣି ଦେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କମ୍ ଆଞ୍ଚରେ ଘୋଡ଼ାଇ ରଖନ୍ତୁ।
- ମଝିରେ ମଝିରେ ଏହାର ଘୋଡ଼ଣୀକୁ କାଢି ଗୋଳାଇ ଦେଉଥିବେ, ଯେପରି ମଟନର କଷା ତଳେ ନଲାଗିବ।
- ଅଧଘଣ୍ଟା ପରେ ପୂର୍ବରୁ ରଖା ହୋଇଥିବା ପିଆଜ ବଟାକୁ ଏଥିରେ ପକାଇ ଭଲ ଭାବରେ କଷନ୍ତୁ।
- ପ୍ରାୟ ୧୦ମିନିଟ୍ ଏଭଳି କଷିଲା ପରେ ପାଣି ଦେଇ ପୁଣିଥରେ ଏହାର ଘୋଡ଼ଣୀ ଘୋଡ଼ାଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ।
- ମଝିରେ ମଝିରେ ଏହାର ଘୋଡ଼ଣୀ କାଢ଼ି କଷି ଦିଅନ୍ତୁ, ନଚେତ୍ ଏହା କଡ଼େଇରେ ଲାଗିଯିବ।
- ଅଧଘଣ୍ଟା ପରେ ଘୋଡ଼ଣା କାଢ଼ି ଦିଅନ୍ତୁ ଓ ଉପରେ ଟିକେ ଗରମ ମସଲା ଛିଞ୍ଚି ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ସାହି ମଟନ୍ କୋର୍ମା’। ଏହି ରେସିପିଟିକୁ ରୁଟି କିମ୍ବା ନାନ୍ ସହିତ ଖାଇଲେ ବେଶୀ ଭଲ ଲାଗିଥାଏ । ମଟନ୍ର ଏହି ସୁଆଦିଆ ରେସିପି ବନାଇ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷି ଦିଅନ୍ତୁ ।