Advertisment

ପ୍ରାକୃତିକ ଉପାୟରେ ମେହେନ୍ଦୀକୁ କରନ୍ତୁ ଗାଢ଼,ଜାଣି ରଖନ୍ତୁ କିଛି ଟିପ୍ସ୍

କୁହାଯାଏ ବାହାଘର ସମୟରେ ମେହେନ୍ଦୀ ଯେତେ ଗାଢ଼ ହୁଏ ବୈବାହିକ ଜୀବନ ସେତେ ପ୍ରେମରେ ଭରିଯାଏ। ତେବେ ଆପଣ ବି ଚାହୁଁଛନ୍ତି ଥିବେ ଯେ ମେହେନ୍ଦୀର ରଙ୍ଗ ଗାଢ଼ ହେଉ ଓ ଏହା ଅଧିକ ସମୟ ଧରି ହାତରେ ରହୁ । ତେବେ ବିଲକିଲ୍ ଚିନ୍ତା କରନ୍ତୁ ନାହିଁ। ଅଳ୍ପ ପରିଶ୍ରମରେ ମେହେନ୍ଦୀ କିପରି ଅଧିକ ଗାଢ଼ ଦେଖାଯିବ ଆଜି ଆମେ ଆପଣଙ୍କୁ ଜଣେଇବୁ। ଚାଲନ୍ତୁ ଜାଣିବା ମେହେନ୍ଦୀକୁ ନେଇ କିଛି ବିଉଟି ଟିପ୍ସ୍ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Make the henna so thick

Make the henna so thick

ବହୁ ପ୍ରାଚୀନ କାଳରୁ ମେହେନ୍ଦୀକୁ ସଜାଇ ହେବା ଲାଗି ବ୍ୟବହାର କରାଯାଉଛି। ବିଭିନ୍ନ ଡିଜାଇନ୍‌ରେ ମେହେନ୍ଦୀକୁ ହାତ ଏବଂ ପାଦରେ ଲଗାଯାଉଛି। ବାହାଘର ଓ ବିଭିନ୍ନ ପର୍ବ ପର୍ବାଣୀରେ ଝିଅ ଓ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି। ବାହାଘର ବେଳେ ସବୁ ଯୁବତୀ ଚାହାନ୍ତି ସେମାନଙ୍କ ମେହେନ୍ଦୀ ସବୁଠାରୁ ଗାଢ଼ ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଟିପ୍ସ ଅନୁସରଣ କରିଥାନ୍ତି। ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ବିଷୟରେ ।

Advertisment
  • ମେହେନ୍ଦୀ ଲଗାଇବା ପୂର୍ବରୁ ହାତ ଓ ପାଦକୁ ଭଲ ଭାବେ ସଫା କରନ୍ତୁ। ହାତ ଓ ପାଦ ଭଲ ଭାବେ ପରିଷ୍କାର ହୋଇଗଲେ ମେହେନ୍ଦୀ ଭଲ ଭାବେ ପାଚିଥାଏ।
  • ମେହେନ୍ଦୀ ଲଗାଇବା ପରେ କିଛି ଘଣ୍ଟା ଶୁଖିବା ଲାଗି ଛାଡ଼ି ଦିଅନ୍ତୁ। ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ମେହେନ୍ଦୀ ଲଗାଇ ରଖିବା ଫଳରେ ଏହା ଅଧିକ ଗାଢ଼ ହୋଇଥାଏ।
  • ମେହେନ୍ଦୀକୁ କେବେହେଲେ ହିଟର କିମ୍ବା ଡ୍ରାୟରରେ ଶୁଖାନ୍ତୁ ନାହିଁ। ସବୁବେଳେ ପ୍ରାକୃତିକ ଭାବେ ଶୁଖାଇବାକୁ ଚେଷ୍ଟା କରନ୍ତୁ।
  • ମେହେନ୍ଦୀର ରଙ୍ଗ ଗାଢ଼ କରିବା ଲାଗି ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ।
  • ମେହେନ୍ଦୀ ଛଡ଼ାଇବା ପରେ ସୋରିଷ ତେଲ ଲଗାଇଲେ ମେହେନ୍ଦୀ ଅଧିକ ଗାଢ଼ ଦେଖାଯିବ।
  • ମେହେନ୍ଦୀ ଲଗାଇବା ପରେ ଅଳ୍ପ ଶୁଖି ଯିବା ପରେ ସେଥିରେ ଲେମ୍ବୁ ଓ ଚିନିର ରସ ଲଗାନ୍ତୁ । ଏହାଦ୍ୱାରା ମେହେନ୍ଦୀର ରଙ୍ଗ ଗାଢ଼ ହୋଇଥାଏ ।
  • ଆପଣ ଚାହିଁଲେ ମେହେନ୍ଦୀକୁ ରାତିରେ ଲଗାଇ ଶୋଇବାକୁ ଯାଇପାରିବେ। ସକାଳୁ ଏହାକୁ ଛଡ଼ାଇବା ଦ୍ୱାରା ଏହା ଅଧିକ ଗାଢ଼ ଦେଖାଯାଏ।
  • ମେହେନ୍ଦୀକୁ ସାବୁନରେ ସଫା କରନ୍ତୁ ନାହିଁ। ଏପରି କଲେ ମେହେନ୍ଦୀର ରଙ୍ଗ ହାଲୁକା ହୋଇପାରେ। ଛୁରୀ କିମ୍ବା ଚାମଚରେ ଧିରେ ଧିରେ ମେହେନ୍ଦୀ ଛଡ଼ାଇପାରିବେ। ମେହେନ୍ଦୀ ଛଡ଼ାଇବାର କିଛି ଘଣ୍ଟା ପର୍ଯ୍ୟନ୍ତ ପାଣି ବ୍ୟବହାର କରନ୍ତୁ ନାହିଁ।
mehendi designmehendi design
Beauty Tips
Advertisment
Advertisment