ଶୀତ ଦିନ ଆସିଲେ ଅଧିକାଂଶ ଝିଅ ନିଜ ପୋଷାକକୁ ନେଇ ଚିନ୍ତାରେ ପଡ଼ିଯା’ନ୍ତି। କାରଣ ସେମାନଙ୍କ ଧାରଣା ରହିଥାଏ ଯେ ଶୀତ ଦିନେ ଗରମ ପୋଷାକ ପିନ୍ଧିବା ହେତୁ ସେମାନଙ୍କ ଫ୍ୟାଶନେବଲ୍ ଡ୍ରେସ୍ ସମ୍ପୁର୍ଣ୍ଣ ଲୁଚିଯାଏ, ଫଳରେ ସେମାନେ ଷ୍ଟାଇଲିଶ୍ ଲୁକ୍ ହରାଇ ବସନ୍ତି। ତେବେ ଏଥିପାଇଁ ଚିନ୍ତିତ ନହୋଇ ମନେରଖନ୍ତୁ ଏହି ଫ୍ୟାସନ୍ ଟିପ୍ସ୍ ଗୁଡିକ...
Also Read
- ଶୀତଦିନରେ ସାଧାରଣତଃ ଚେହେରା ଶୁଖିଲା ଓ ଝାଉଁଳି ପଡ଼ିଥିବା ଭଳି ଦେଖାଯାଏ । ତେଣୁ ଜିନ୍ସ୍ କିମ୍ବା ଜେଗିଙ୍ଗ୍ସ୍ ସହ ଲାଲ୍, ଗୋଲାପି, ମେରୁନ୍, ବାଇଗଣି, ସବୁଜ ଓ ନୀଳ ପରି ଗାଢ଼ ରଙ୍ଗର ଟପ୍ ପିନ୍ଧନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ଫୁଟି ଉଠିବା ସହ ଫ୍ରେଶ୍ ଓ ଉଜ୍ଜ୍ୱଳ ଦିଶିବ।
- ଶଟ୍ ଜ୍ୟାକେଟ୍ ମହିଳାଙ୍କ ପ୍ରଥମ ପସନ୍ଦ। ଅଧିକାଂଶ ମହିଳା ଏହି ଜ୍ୟାକେଟ୍ ପିନ୍ଧିବା ଲାଗି ବାହାନା ଖୋଜିଥା’ନ୍ତି। ଏହାକୁ ଆପଣ ଯେକୌଣସି ପୋଷାକ ସହ ପିନ୍ଧି ପାରିବେ।
- ଶୀତ ଦିନେ ହାଇ ନେକ୍ ସ୍ୱେଟର୍ କିମ୍ବା ସ୍ୱେଟ୍ ଟପ୍ ପିନ୍ଧନ୍ତୁ। ଏହା ସହ ସ୍ଲିମ୍ ଫିଟ୍ ଜିନ୍ସ ଓ କ୍ୟାଜୁଅଲ୍ ଶୁ’ଜ୍ ପିନ୍ଧନ୍ତୁ, ଏଥିରେ ଆପଣ ସ୍ମାର୍ଟ ଲାଗିବେ।
- fashionable in the winter
- ଯଦି ଆପଣ ଆହୁରି ଷ୍ଟାଇଲିଶ୍ ଦେଖାଯିବାକୁ ଚାହାନ୍ତି, ତେବେ ବିଭିନ୍ନ ରଙ୍ଗର ପ୍ଲେନ୍ ଟପ୍ ସହ ଶଟ୍ ଜ୍ୟାକେଟ୍ ପିନ୍ଧି ପାରିବେ। ଏହାକୁ ଆପଣ ଲଙ୍ଗ୍ ଟପ୍ ଉପରେ ମଧ୍ୟ ପିନ୍ଧି ପାରିବେ। ଏପରିକି ଗାଉନ୍ ଓ ୱାନ୍ ପିସ୍ ଉପରେ ମଧ୍ୟ ପିନ୍ଧିଲେ, ଏହା ଖୁବ୍ ଭଲ ଲାଗିବ।
- ଉଲ୍ରେ ତିଆରି ସ୍ଲିମ୍ ଫିଟ୍ ଲଙ୍ଗ୍ କୋର୍ଟ ଶୀତ ଦିନ ପାଇଁ ଏକ ଭଲ ଅପ୍ଶନ୍। ଏହା ମଧ୍ୟ ଆପଣଙ୍କୁ ସ୍ମାର୍ଟ୍ ଲୁକ୍ ଦେବ। ଏହା ସହ ଆପଣ ରଙ୍ଗ ବେରଙ୍ଗର ସ୍କାର୍ଫ୍ କିମ୍ବା ମଫଲର୍ ବେକରେ ପକାଇ ପାରିବେ।
- ଯଦି ଆପଣ କ୍ଲାସି ଓ ଗ୍ଲାମରସ୍ ଲୁକ୍ ଚାହୁଛନ୍ତି, ତେବେ ଜିନ୍ସ ଉପରେ ଗାଢ଼ ରଙ୍ଗର ଲଙ୍ଗ୍ ଜ୍ୟାକେଟ୍ ପିନ୍ଧି ପାରିବେ। ଏହାସହ ଆପଣ ହାଇ ଆଙ୍କଲ୍ଯୁକ୍ତ ବୁଟ୍ ପିନ୍ଧିଲେ, ଗ୍ଲାମରସ୍ ଲାଗିବେ।
fashionable in the winter
- ବେ ଲେଦର୍ ଜ୍ୟାକେଟ୍ର ମଧ୍ୟ ବେଶ୍ ଚାହିଦା ରହିଛି। ଏହା ଆପଣଙ୍କୁ ଫ୍ୟାଶନିଷ୍ଟା ଓ ଟ୍ରେଣ୍ଡି ଲୁକ୍ ଦେବ। ରଙ୍ଗ ବେରଙ୍ଗର ଲଙ୍ଗ୍ କିମ୍ବା ଶଟ୍ ଲେଦର ଜ୍ୟାକେଟ୍ ପିନ୍ଧନ୍ତୁ, ସମସ୍ତଙ୍କ ନଜର ଆପଣଙ୍କ ଉପରେ ହିଁ ରହିବ।