Advertisment

ଖରାଦିନେ ଦେଖା ଯାଆନ୍ତୁ ଫ୍ୟାସନେବୁଲ, ପିନ୍ଧନ୍ତୁ ଏହି ପୋଷାକ

ଯୁଗ ଏବେ ଫ୍ୟାସନ୍ ଟ୍ରେଣ୍ଡର। ଟିକିଏ ଫ୍ୟାସନବେଲ ଦେଖା ଯିବା ପାଇଁ କାହିଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛନ୍ତି ଯୁବପୀଢି । ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌ ସମ୍ପର୍କରେ…

author-image
Pallipuspa Samal
summer fashion

summer fashion

ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଖରାଦିନରେ ଅତ୍ୟଧିକ ଗରମ ଯୋଗୁ ଶରୀରରେ ଝାଳ ଅଧିକ ବାହାରିଥାଏ । ତେବେ ଖରାଦିନେ ବିଭିନ୍ନ ଫ୍ୟାସନେବଲ ପୋଷାକ ପିନ୍ଧିବା ପାଇଁ ଇଛାଥିଲେ ବି ପିନ୍ଧି ହୁଏନି । ଏହାଛଡ଼ା ବିଭିନ୍ନ ବାହାଘର ଓ ଫଙ୍କସନ୍‌ରେ ମେକଅପ୍ ନେବା ପାଇଁ ମଧ୍ୟ କଷ୍ଟକର ହୋଇଥାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ ଏବଂ ଆପଣ ଫ୍ୟାସନେବଲ ଦେଖାଯାଆନ୍ତୁ । ତେବେ ଆପଣାନ୍ତୁ ଏହି ସବୁ ଟିପ୍ସ....

Advertisment

ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌ ସମ୍ପର୍କରେ:

  • ସମର ଫ୍ୟାଶନରେ ଏବେ ପୁଣି ଥରେ କାଫତାନ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାର୍କେଟରେ ସିଫନ୍‌, କର୍ଟନ୍‌ ଆଦି ବିଭିନ୍ନ ପ୍ରକାର କାଫତାନ୍‌ ମିଳୁଛି। ଏହି ପୋଷାକ ଲମ୍ବା ଏବଂ ଖୋଲା ଖୋଲା ରହିଥାଏ। ତେଣୁ ଖରାଦିନେ ପିନ୍ଧିବାକୁ ଆରାମ ଲାଗେ ଓ ଫ୍ୟାଶନେବୁଲ ମଧ୍ୟ ଦେଖାଯାଏ।
  • ଓଭର ସାଇଜ୍‌ ସର୍ଟ ମଧ୍ୟ ସମର ଲୁକ୍‌ ପାଇଁ ପୂରା ପରଫେକ୍ଟ ଲାଗିବ। ଜିନ୍ସ ସହିତ ଢିଲା ଓ ଲମ୍ବା ସର୍ଟ ମଧ୍ୟ ଆପଣ ଖରାଦିନେ ପିନ୍ଧିପାରିବେ। ଏହା ଆରାମଦାୟକ ହେବା ସହ ଷ୍ଟାଇଲିଶ୍‌ ଲାଗିବ।
  • ଖରାଦିନେ କୁଲ୍‌ ଏବଂ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହୁଁଥିଲେ ଟି-ସାର୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କୌଣସି ପାର୍ଟି କିମ୍ବା ବାହାରକୁ ବୁଲିବାକୁ ଯିବା ସମୟରେ ଆପଣ ଏହି ଡ୍ରେସ୍‌ ପିନ୍ଧି ଯାଇପାରିବେ। ଟି-ସାର୍ଟ ଡ୍ରେସ୍‌ ସହିତ ଧଳା ଷ୍ଟାଇଲିଶ୍‌ ଜୋତା ବେଶ୍‌ ସୁନ୍ଦର ଲାଗିବ।

ଖରାଦିନେ କିପରି ନେବେ ମେକଅପ୍:

ଖରାଦିନେ ନିଜକୁ ଆକର୍ଷଣୀୟ ଲୁକ ଦେବା ପାଇଁ ମେକଅପ ନେଉଛନ୍ତି ମହିଳା ମାନେ । କିନ୍ତୁ ସବୁବେଳେ ମେକଅପ କଲେ ତ୍ୱଚାରେ ବ୍ରଣ, କଳାଦାଗ ପରି ସମସ୍ୟା ବଢ଼ିବାର ଭୟ ଥାଏ । ଆକର୍ଷଣୀୟ ଦେଖାଯିବା ପାଇଁ ଏଥରକ ୫ ମିନିଟରେ ମେକଅପ କରନ୍ତୁ

Advertisment
  • କ୍ଲିନଜର୍ ନଚେତ୍ କଚାଂ ଖିରକୁ ତୁଳାରେ ନେଇ ପ୍ରଥମେ ମୁହଁକୁ ଭଲ ଭାବେ ପୋଛିନେବେ ।
  • ମଏଶ୍ଚରାଇଜରରେ ସନ୍-ସ୍କିନ୍ ଅଳ୍ପ ମିଶାଇ ପୂରା ମୁହଁରେ ଲଗାନ୍ତୁ ।
  • ଏହାପରେ କାଜଲ୍, ଲାଇନର୍ ଲଗାଇବେ ।
  • ହାଲକା ମେକଅରେ ଆଇସ୍ୟାଡୋଠାରୁ ଦୂରେଇ ରହିବା ଭଲ ।
  • ଲିପ ଲାଇନରରେ ସହ ଗାଢ଼ ରଙ୍ଗର ଲିପଷ୍ଟିକ୍ ଲଗାନ୍ତୁ ।
  • ଫେସ୍ ପାଉଡରକୁ ପୂରା ମୁହଁରେ ଲଗାଇ ଶେଷରେ ପୁଣି ଥରେ କାଜଲକୁ ଗାଢ଼ କରି ଆଖିରେ ଲଜାଇବେ ।
Fashion Life Style
Advertisment
Advertisment