Advertisment

ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ, ଆସନ୍ତୁ ଜାଣିବା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ । ହଁ ଆଜ୍ଞା , ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ ସାବଧାନ ରଖିବା ଆବଶ୍ୟକ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Vastu for kitchen

Vastu for kitchen

ଶାସ୍ତ୍ର ଅନୁସାରେ ମାନ୍ୟତା ଅଛି ଯେ ରୋଷେଇ ଘର ମାଆ ଲକ୍ଷ୍ମୀ ରହିଥାନ୍ତି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଆମେ ରୋଷେଇ ଘରେ ଅନେକ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ । ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ ରୋଷେଇ ଘରେ କିପରି କରିବେ ଉପଚାର..

Advertisment
  • ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡ଼ାଇ ରାହୁଙ୍କ ପ୍ରତୀକ ଅଟେ । ସେଥିପାଇଁ ଏଥିରେ ବିଶେଷ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ତେଣୁ କେବେବି ରୁଟି ପ୍ରସ୍ତୁତ କରିବା ପରେ ଓ ତରକାରୀ ପ୍ରସ୍ତୁତ କରିବା ପରେ ସେହିପରି ଛାଡିବା ଆବଶ୍ୟକ ନୁହେଁ ,ତାହାକୁ ତୁରନ୍ତ ଧୋଇଦେଇ ରଖିବା ଆବଶ୍ୟକ। ନଚେତ ଗୃହ କର୍ତ୍ତାଙ୍କ ଉପରେ ବିପଦ ରହିଥାଏ ।
  • ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ କେବେବି ରନ୍ଧା ସାରିବା କଡେଇ ଓ ତାୱା ଉପରେ ଅଇଁଠା ବାସନ ପକାଇବା ଉଚିତ ନୁହେଁ । ଯାହାଦ୍ୱାରା ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ପଡିପାରେ । ଯଦି ଆପଣ ସକାଳୁ ଉଠି ତାୱା ବ୍ୟବହାର କରିବେ ତେବେ ଗ୍ୟାସ ଉପରେ ରଖି ସେଥିରେ କିଛି ଲୁଣ ପକାନ୍ତୁ ଓ ଏହାକୁ ସାମାନ୍ୟ ଉଷୁମ କରି କାଢି ଫୋପାଡ଼ି ଦିଅନ୍ତୁ । ଯାହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ ।
  • ଆପଣ ଯେତେବେଳେ ତାୱାରେ ରୁଟି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଧ୍ୟାନ ରଖନ୍ତୁ ଯେ ଯେପରି ପ୍ରସ୍ତୁତ କରୁଥିବା ପ୍ରଥମ ରୁଟି ଗାଈ କିମ୍ବା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଦୂର ହୋଇଯାଇଥାଏ । ଗୃହରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ।
  • ତାୱା ଓ କଡେଇକୁ କେବେବି ଓଲଟେଇ ରଖିବା ଉଚିତ ନୁହେଁ ,ଓଲଟେଇ ରଖିବା ଦ୍ୱାରା ଜୀବନରେ ବିଭିନ୍ନ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ । ତାହାକୁ ସର୍ବଦା ସିଧା ରଖିବା ଉଚିତ । ତା ସହିତ ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠି କାହରବି ନଜର ପଡିବ ନାହିଁ ।
Vastu Tips
Advertisment
Advertisment