• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ତ୍ୱଚ୍ଚା ପାଇଁ ମସୁର ଡାଲି ବହୁତ ଉପକାରୀ

ସୁନ୍ଦର ଦେଖାଯିବା ପାଇଁ କିଏ ବା ନ ଚାହେଁ। ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି। କଣ ଆପଣ ଜାଣନ୍ତି ତ୍ୱଚ୍ଚା ପାଇଁ ମସୁର ଡାଲି କେତେ ଉପକାରୀ । ଏହା ତ୍ୱଚ୍ଚା ନରମ ଓ ଉଜ୍ୱଳ କରିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ବ୍ୟବହାର କରିବେ...

  • ମସୁର ଡାଲିକୁ ବାଟି ଏଥିରେ ମହୁ ଏବଂ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ।
  • ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ ଯାଏଁ ମୁହଁରେ ଲଗାନ୍ତୁ। ପରେ ଧୀରେ ଧୀରେ ମସାଜ କରନ୍ତୁ। ଏହାପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
  • ଆପଣ ଚାହିଁଲେ ଏଥିରେ କ୍ଷୀର ମିଶାଇ ମଧ୍ୟ ଲଗାଇ ପାରିବ।
  • ସପ୍ତାହରେ ୨ ଥର ଏହି ଫେସ ପ୍ୟାକକୁ ଲଗାଇଲେ ରିଙ୍କଲ୍ସ ଦୂର ହେବା ସହ ମୁହଁର ଉଜ୍ଜଳତା ବଢ଼ିଥାଏ।
  • ଏକ ଚାମଚ ମସୁର ଡାଲି ଗୁଣ୍ଡରେ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ।
  • ଯଦି ଆପଣଙ୍କ ବ୍ରଣ ସମସ୍ୟା ଥାଏ ତେବେ ଏଥିରେ ଏକ ଚୁଟକି ହଳଦୀ ମିଶାଇ ପାରିବ।
  • ଏହି ମିଶ୍ରଣକୁ ମୁହଁରେ ୧୦ରୁ ୧୫ ମିନିଟ ଯାଏ ଲଗାଇ ରଖନ୍ତୁ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
  • ଯଦି ମୁହଁରେ କିଛି କଳା ଦାଗ ଥାଏ ତେବେ ଏହାକୁ ଦୂର କରିବା ପାଇଁ ମସୁର ଡାଲିକୁ ବାଟି ସେଥିରେ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ।
  • ଏଥିରେ ଆପଣ ଚାହିଁଲେ ମହୁ ମଧ୍ୟ ମିଶାଇ ପାରିବ। ଏହି ମଶ୍ରଣକୁ ମୁହଁ, ବେକ, ହାତ ଏବଂ ଗୋଡରେ ଥିବା କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ।
  • ଏହି ପେଷ୍ଟକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଥିବା ଦାଗ ଦୂର ହେବା ସହ ମୁହଁର ସୁନ୍ଦରତା ଧୀରେ ଧୀରେ ବଢ଼ିବ।
  • ମସୁର ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି। ଏହାକୁ ଫେସ ପ୍ୟାକ ଭଳି ବ୍ୟବହାର କଲେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ତ୍ୱଚା ନରମ ହେବା ସହ ଚିକ୍କଣ ମଧ୍ୟ ହୋଇଥାଏ।