/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632724733.jpg)
Kitchen Vastu
ଆମ ସାଧାରଣ ଜୀବନରେ ବାସ୍ତୁ ଶାସ୍ତ୍ର ବହୁତ ପ୍ରଭାବ ପକାଇଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ସହ ଆର୍ଥିକ ଅଭାବ ମଧ୍ୟ ଦେଖାଦେଇଥାଏ । ବାସ୍ତୁ ଅନୁଯାୟୀ ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ ବହୁ ସମସ୍ୟାର ସମାଧାନ ହୋଇପାରିବ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ ।
Advertisment
Also Read
- ରୋଷେଇ ଘରର ସୁବୁଠୁ ମହତ୍ଵପୂର୍ଣ୍ଣ ଉପକରଣ ହେଉଛି ଚୁଲି । ଗ୍ୟାସ ଚୁଲାକୁ ରଖିବା ବେଳେ ଏହାର ଦିଗ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ବାସ୍ତୁ ଅନୁଯାୟୀ ଗ୍ୟାସ ଚୁଲାକୁ ଏଭଳି ସ୍ଥାନରେ ରଖିବା ଉଚିତ ଯେମିତିକି ଖାଦ୍ୟ ତିଆରି କରୁଥିବାବେଳେ ଆମେ ସହଜରେ ରୋଷେଇ ଘରର ଦୁଆର ମୁହଁକୁ ଦେଖି ପାରୁଥିବା । ଏହିଭଳି କରିବା ଦ୍ୱାରା ଘରେ ଓ ସାଧାରଣ ଜୀବନରେ ମାନସିକ ଚାପ ଦୂର ହୋଇଥାଏ ।
- ଯଦି ଆପଣ ରୋଷେଇ ଘରେ ମାଇକ୍ରୋ ଓଭେନ ରଖିଛନ୍ତି ତାହେଲେ ବାସ୍ତୁ ଅନୁଯାୟୀ ଏହାକୁ ଦକ୍ଷିଣ ଦିଗରେ ରଖିବା ଜରୁରୀ ଅଟେ । ଏହିଭଳି କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ଓ ପରଷ୍ପର ମଧ୍ୟରେ ସକାରାତ୍ମକ ଭାବନା ଆସିଥାଏ ।
- ଯଦି ଆପଣଙ୍କ ରୋଷେଇ ଘରେ ବାସ୍ତୁ ଦୋଷ ରହିଥାଏ, ବାସ୍ତୁ ଅନୁଯାୟୀ ରେଷେଇ ଘରେ ପଞ୍ଚ ରତ୍ନ ନେଇ ଗୋଟିଏ ତମ୍ବାର କଳସରେ ପକାଇ ଐଶାନ୍ୟ କୋଣରେ ଏହାକୁ ସ୍ଥାପନ କରନ୍ତୁ । ଏହିଭଳି କରିବା ଦ୍ୱାରା ଵାସ୍ତୁ ଦୋଷ ସମାପ୍ତ ହୋଇଯାଇଥାଏ ।
- ରୋଷେଇ ଘରେ କୃଷ୍ଣଙ୍କର ଲହୁଣୀ ଖାଉଥିବା ଫଟୋ ଲଗାଇବା ଅତ୍ୟନ୍ତ ଭଲ ଅଟେ, ବାସ୍ତୁ ଅନୁଯାୟୀ ଏଭଳି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ । ଧନର ଅଭାବ ଦୂର ହୋଇଥାଏ ।
- ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଫ୍ରୀଜ୍ କୁ ଦକ୍ଷିଣ ଦିଗରେ ରଖିବେ ନାହିଁ, କାରଣ ଏଥିରେ ରଖାଯାଇଥିବା ବସ୍ତୁକୁ ବ୍ୟବହାର କଲେ ଶରୀର ଉପରେ ପ୍ରଭାବ ପକାଇଥାଏ । କାରଣ ଦକ୍ଷିଣ ଦିଗ ହେଉଛି ଅଗ୍ନିଙ୍କ କୋଣ ଓ ଏଭଳି ରଖିବା ଦ୍ୱାରା ଆପଣଙ୍କ ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)