• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରକୁ ବାଦୁଡ଼ି ପ୍ରବେଶ କରିଲେ ଦେଖାଦିଏ ଆର୍ଥିକ ସମସ୍ୟା 

ଶାସ୍ତ୍ରରେ ପଶୁ ପକ୍ଷୀଙ୍କ ଶୁଭ ଅଶୁଭ ସଂକେତ ସମ୍ପର୍କରେ କୁହାଯାଇଛି । ବେଳେବେଳେ ଜୀବନରେ ହେବାକୁ ଥିବା ଭଲ ଖରାପ ଘଟଣା ଆଡକୁ ଏହି ପଶୁ ପକ୍ଷୀ ସଂକେତ ଦେଇଥାନ୍ତି । ଘରେ ବାଦୁଡ଼ି ଦେଖାଦେଲେ କିମ୍ବା ଘର ଭିତରକୁ ବାଦୁଡ଼ି ପ୍ରବେଶ କଲେ ଅଶୁଭ ବୋଲି ବିବେଚନା କରାଯାଏ । ତେବେ ଜୀବନରେ ଏହାର କଣ ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।

  • ଘରେ ବାଦୁଡ଼ି ଦେଖାଦେବ କିମ୍ବା ଘର ଭିତରକୁ ପ୍ରବେଶ କରିବା ଶୁଭ କୁହାଯାଏ ନାହିଁ । ଏହା ଅନେକ ପ୍ରକାର ସମସ୍ୟା ସମ୍ପର୍କରେ ସଂକେତ ଦେଇଥାନ୍ତି। ସେଥିପାଇଁ ଘରେ ବାଦୁଡ଼ି ଦେଖାଦେଲେ ସତର୍କ ରହିବା ଉଚିତ।
  • ଘରେ ବାଦୁଡ଼ି ଦେଖାଦେବ କାରଣ ଏହା ଘରର ସକାରାତ୍ମକ ଶକ୍ତିକୁ ପ୍ରଭାବିତ କରିଥାଏ । ଏହା ସହ ଧନ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସଂକେତ ଦେଇଥାଏ ।
  • ବାସ୍ତୁ ଶାସ୍ତ୍ର ଅନୁସାରେ ନକାରାତ୍ମକ ଶକ୍ତି ଯୋଗୁଁ ଘରର ବାସ୍ତୁ ପ୍ରଭାବିତ ହୋଇଥାଏ। ଘରେ ବାଦୁଡ଼ି ପ୍ରବେଶ କଲେ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ପୁରାଣରେ ମଧ୍ୟ ବାଦୁଡ଼ି ସମ୍ପର୍କରେ କୁହାଯାଇଛି।
  • ବାଦୁଡ଼ିକୁ ପୁରାଣରେ ମଧ୍ୟ ଅଶୁଭ ପକ୍ଷୀ ବୋଲି କୁହାଯାଇଛି। ଘରକୁ ବାଦୁଡ଼ି ଆସିବା ଅଶୁଭ ବୋଲି କୁହାଯାଏ।
  • ଘରକୁ ବାଦୁଡ଼ି ପ୍ରବେଶ କରିବା ଆର୍ଥିକ ସମସ୍ୟା ଆଡକୁ ମଧ୍ୟ ଇସାରା କରିଥାଏ।
  • ଋଣ ସମସ୍ୟା, ଧନ ହାନି ଆଦି ହୋଇଥାଏ। ଯଦି ଘରକୁ ପ୍ରତିଦିନ ବାଦୁଡ଼ି ପ୍ରବେଶ କରୁଥାଏ ତାହେଲେ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ।
  • ଧନ ସମ୍ବନ୍ଧରେ ବିଶେଷ ସତର୍କ ରହିବା ଉଚିତ। ଘରେ ବାଦୁଡ଼ି ଦେଖାଦେଲେ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଓ କଳହ ଦେଖାଦେଇଥାଏ।
  • ଘରେ ବାଦୁଡ଼ି ଦେଖାଦେଲେ ଦାମ୍ପତ୍ୟ ଜୀବନରେ ମଧ୍ୟ ସମସ୍ୟା ନେଇ ସଂକେତ ଦେଇଥାଏ। ଏହା ଗମ୍ଭୀର ରୋଗର ମଧ୍ୟ ସଂକେତ ଦେଇଥାଏ।
  • ବିଜ୍ଞାନ ଅନୁଯାୟୀ, ବାଦୁଡ଼ି ପରରେ ଅନେକ ପ୍ରକାର ଘାତକ ବ୍ୟାକ୍ଟେରିଆ ରହିଥାଏ ଯାହାଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥାଏ। ସେଥିପାଇଁ ଘରେ ବାଦୁଡ଼ି ପ୍ରବେଶ କଲେ ଘରକୁ ସ୍ୱଚ୍ଛ କରିବା ଉଚିତ। ତେବେ ବାଦୁଡ଼ିକୁ ମଧ୍ୟ ହାନି ପହଞ୍ଚାଇବା ଉଚିତ ନୁହେଁ।