Advertisment

ମନର ମଣିଷ ଆପଣଙ୍କଠୁ ଦୂରେଇ ଯାଉଛନ୍ତି କି...ଜାଣିବାକୁ ପଢ଼ନ୍ତୁ ଏଇ ୫ଟି ଟିପ୍ସ...

ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।

author-image
Minati Mishra
ଅଦ୍ୟତନ ହୋଇଛି
Five signs your partner is losing interest in you

is partner losing interest in you

ମନକୁ ବୁଝି ପାରୁଥିବା ପରି ମନଟିଏ ଥିଲେ କଣ୍ଟାର ଶେଯ ବି ଗୋଲାପର ପାଖୁଡା ପରି ଲାଗିବ। ପାଦରେ ପାଦ ମିଶାଇ ଚାଲିବା ଲାଗି ଜୀବନସାଥୀଟିଏ ଥିଲେ ଦୁର୍ଗମ ରାସ୍ତା କାଟିବାର ଅନୁଭୂତି ବି ମିଠା ମିଠା ଲାଗିବ । ତଥାପି ମଣିଷ କାହିଁକି କଷ୍ଟ ପାଏ ? କାହିଁକି ଏ ଭଲପାଇବା, ଏଇ ପ୍ରେମ, ବୁଝାମୁଣାର ଆୟୁଷ ଏତେ କମ୍‌ ହୋଇଥାଏ। ଆଖିରେ ଆଖିଏ ସ୍ୱପ୍ନକୁ ବାନ୍ଧି ରଖିଥିବା ମଣିଷ ଅତର୍କିତ ସାମ୍ନା କରେ ପ୍ରତାରଣାକୁ। ବୁଝିପାରେନି, କେତେବେଳେ ତା ହାତକୁ ଜାବୁଡି ଧରିଥିବା ହାତର ବନ୍ଧନ ଶିଥିଳ ହୋଇଯାଇଛି। ଆଉ ସେ କଥାକୁ ବୁଝୁ ବୁଝୁ ଜୀବନର ସାଥୀଟି ତାକୁ ମଝିରାସ୍ତାରେ ଛାଡି ଚାଲିଯାଇଥାଏ।

Advertisment

ଏମିତି ତ ଜୀବନ ! ହେଲେ ପ୍ରଶ୍ନ ଉଠେ ମିଠା ମିଠା କଥା ଦେଇଥିବା ମନର ମଣିଷଟି ଯେତେବେଳେ ହାତ ଛାଡ଼ିଦିଏ ଆଉ ଗୋଟିଏ ମନ ତାକୁ ଜାଣିପାରେନି କେମିତି ? ବୋଧହୁଏ ଅତ୍ୟଧିକ ବିଶ୍ୱାସ ତାକୁ ଏସବୁ ନ ଭାବିବା ପାଇଁ ବାଧ୍ୟ କରେ। ତେବେ ଭଲ ପାଉଥିବା ମଣିଷଟି ତୁମଠାରୁ ଦୂରେଇବାକୁ ଚାହୁଁଛି ଏକଥା ଜାଣିବେ କେମିତି ? 

ତୁମ ପାର୍ଟନର ତୁମଠାରୁ ଦୂରେଇବାକୁ ଚାହୁଁଛନ୍ତି କି ? ଏକଥା ଚାଣିବା ପାଇଁ ୫ଟି ଟିପ୍ସ। 

Advertisment

ଯେତେବେଳେ ସମ୍ପର୍କରେ ଯୋଶ ନ ଥିବ

ଏମିତି ଦିନ ଥିବ, ମନର ମଣିଷ ତୁମକୁ ଦେଖିବା ପାଇଁ, ତୁମ ସହ କଥା ହେବା ପାଇଁ ଚାହିଁ ବସିଥିବ। ତୁମକୁ ପାଖରେ ପାଇଲେ ଖୁସିରେ ଉଛୁଳି ପଡୁଥିବ। ପାର୍ଟନର ପାଖରେ ଏଇ ଉଚ୍ଛ୍ୱାସ ନ ଥିଲେ ତୁମେ ଜାଣିବ ଯେ ସମ୍ପର୍କରେ ଶିଥିଳତା ଆସିଛି। ତୁମ ପ୍ରତି ପାର୍ଟନରର ଆଉ ସେ ଆଗ୍ରହ ନାହିଁ । ତେଣୁ ସେଥିପ୍ରତି ଆରମ୍ଭରୁ ସତର୍କ ରୁହନ୍ତୁ।

ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା

ଏକାଠି ବସି ଭବିଷ୍ୟତ ପାଇଁ କିଛି ଯୋଜନା କରୁଛନ୍ତି ପାର୍ଟନରଙ୍କ ସହ। ଯଦି ସେ ଏହି ଆଲୋଚନାରେ ନିଜକୁ ସହଜ ମନେ କରୁନାହାନ୍ତି ତେବେ ଭାବି ନିଅନ୍ତୁ ଯେ, ତୁମ ପାର୍ଟନର ତୁମ ଠାରୁ ଦୂରଇବାକୁ ଚାହୁଁଛନ୍ତି। ପୂର୍ବରୁ ସେ ବିବାହ ସମ୍ପର୍କରେ ଆଲୋଚନା କରୁଥିଲେ, ତୁମକୁ ତାଙ୍କ ପରିବାର ସହ ପରିଚିତ କରାଉଥିଲେ। ହେଲେ ଏବେ ଯଦି ସେ ଏସବୁଠାରୁ ଦୂରେଇ ରହୁଛନ୍ତି ବା ଏପରି ପ୍ରସ୍ତାବକୁ ଟାଳି ଦେଉଛନ୍ତି ତେବେ ଜାଣି ନିଅନ୍ତୁ ସମ୍ପର୍କରେ ତିକ୍ତତା ଆସୁଛି।

ପ୍ରାଥମିକତାକୁ ବଦଳାଉଛନ୍ତି

ଯଦି ଆପଣ ଏକାଠି ସମୟ ବିତାଇପାରୁ ନାହାନ୍ତି, ଯଦି ଆପଣଙ୍କ ପାର୍ଟନର ତାଙ୍କ ସାଙ୍ଗମାନଙ୍କ ସହ କିଛି ପ୍ରୋଗ୍ରାମର ପ୍ଲାନିଂ କରୁଛନ୍ତି କିମ୍ବା ତୁମେ କରିଥିବା ପ୍ଲାନିଂକୁ ଏଡ଼ାଇ ଯାଉଛନ୍ତି ଏବଂ ଏପରି ଧାରା ଯଦି ଲାଗି ରୁହେ ତେବେ ଜାଣି ରଖ ସମ୍ପର୍କରେ ଫାଟ ସୃଷ୍ଟି ହେବାକୁ ଯାଉଛି।

ତୁମ ବିଷୟରେ ଜାଣିବାକୁ ଆଗ୍ରହ ନାହିଁ

ତୁମେ ଠିକ ସମୟରେ ଅଫିସରେ ପହଞ୍ଚିଲ କି ନାହିଁ, ତୁମେ ନିରାପଦରେ ଘରକୁ ଫେରିଲ କି ନାହିଁ, ତୁମେ କାହା ସହିତ ଅଛ, ତୁମ ଅଫିସ ହାଲଚାଲ କ’ଣ, ତୁମ ବ୍ୟକ୍ତିଗତ ଖବର କ’ଣ ଏ ବିଷୟରେ ଯଦି ପାର୍ଟନର ସଚେତନ ନୁହଁନ୍ତି ବା ସେ ସମ୍ପର୍କରେ ଜାଣିବାକୁ ଚାହୁଁ ନାହାନ୍ତି ତେବେ ଜାଣନ୍ତୁ ପାର୍ଟନର ତୁମ ହାତ ଛାଡ଼ିବାକୁ ଯାଉଛନ୍ତି।

ସବୁ କଥାକୁ ବିରୋଧ କରୁଛନ୍ତି

ଯେଉଁଠି ଆପଣାର ଭାବ ଥାଏ ସେଠି ଝଗଡା ହୁଏ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଅନେକ ସମୟରେ ଝଗଡା ହୁଏ। କିନ୍ତୁ ପରବର୍ତ୍ତୀ ସମୟରେ ବୁଝାମଣା ବି ହୁଏ। ସମ୍ପର୍କ ବିଗିଡେ, ପୁଣି ସୁଧୁରି ଯାଏ। ହେଲେ ଯଦି ନିୟମିତ ଭାବେ ତୁମର ପାର୍ଟନର ଝଗଡା କରୁଥାନ୍ତି, ତୁମର ଭୁଲ ଥାଉ ବା ନଥାଉ ତୁମ ସହ ଯୁକ୍ତି କରୁଥାନ୍ତି ତେବେ ଜାଣି ରଖନ୍ତୁ ଏ ସମ୍ପର୍କକୁ ବେଶି ଦିନ ସମ୍ଭାଳି ରଖିବା କଷ୍ଟକର ହୋଇପଡିବ।

Love Birds
Advertisment
Advertisment