Advertisment

ୱାର୍କ ଫ୍ରମ ହୋମ୍ କାରଣରୁ ବୃଦ୍ଧି ହେଉଛି କି ଓଜନ ?

ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କରୋନା ସମୟରେ ୱାର୍କ ଫ୍ରମ ହୋମ ଯୋଗେ ଅଫିସ କାର୍ଯ୍ୟ ପୁରା କରୁଛନ୍ତି । ଘରେ ବସି ବସି କମ୍ପ୍ୟୁଟର ଆଗରେ ଅଫିସ କାମ କରୁଥିବା କାରଣରୁ ଓଜନ ବୃଦ୍ଧି ହେଉଛି । ଯେଉଁ କାରଣରୁ ବିଭିନ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଉଛି ।

author-image
Pallipuspa Samal
 weight gain due to work from home

weight gain due to work from home

ୱାର୍କ ଫ୍ରମ ହୋମ ସମୟରେ ଆମେ ନିଜର ଦୈନନ୍ଦିନ ରୁଟିନ କୁ ଫଲୋ କରୁ ନାହୁଁ । ଏହା ଓଜନ ବୃଦ୍ଧିର କାରଣ ହେଉଛି l ତା ସହିତ ଏହା ମାନସିକ ଚାପର କାରଣ ମଧ୍ୟ ହେଉଛି । ଏପରି କିଛି ଉପାୟ ଆମର ହେଲ୍ଥ ଏକ୍ସପର୍ଟ ମାନେ ଦେଇଛନ୍ତି ଯାହା ଆପଣଙ୍କ ଓଜନ ନିୟନ୍ତ୍ରିତ କରି ପାରିବ ।

Advertisment
  • ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ୱାର୍କ ଫ୍ରମ ହୋମ୍ ସମୟରେ ପାଣି ପିଇବା ମାତ୍ରା ଅଧିକ ବଢ଼ାଇ ଦିଅନ୍ତୁ l
  • ପାଣି ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିଥାଏ ଓ ଓଜନ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ ।
  • ସାଧାରଣତଃ ଆମେ ଘରେ ରହିଲେ ପାଣି କମ ପିଇ ଥାଉ । ଏହି କାରଣରୁ ମୋଟାପଣ ର ଶିକାର ହୋଇଥାଉ । ତେଣୁ ପ୍ରତିଦିନ ଆମେ ୭ରୁ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ ।
  • ୱାର୍କ ଫ୍ରମ ହୋମ ସମୟରେ କିଛିଟା ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ ।
  • ଯେପରିକି ତୈଳଯୁକ୍ତ ଖାଦ୍ୟ,ମୈଦା ଯୁକ୍ତ ଖାଦ୍ୟ,ମିଠା ଜିନିଷ ଏହିସବୁ ଠାରୁ ଦୁରେଇ ରହିବା ଉଚିତ ।
  • ଏହିସବୁ ଖାଦ୍ୟକୁ ନଖାଇ ଅଧିକ ପରିମାଣରେ ଫଳ, ବଏଲ ଭେଜିଟେବୁଲସ ଇତ୍ୟାଦି ସେବନ କରନ୍ତୁ । ଯାହାଦ୍ୱାରା ଶରୀର ସୁସ୍ଥ ରହିବ ।
  • ସାନ୍ଧ୍ୟ ଭ୍ରମଣ ନିହାତି ଜରୁରୀ । ଯେବେବି ଆପଣ ସାନ୍ଧ୍ୟ ଭ୍ରମଣ କରୁଛନ୍ତି ଖାଲି ପାଦରେ କରନ୍ତୁ । ଏହାଦ୍ୱାରା ଉତେଜନା ହ୍ରାସ ପାଇବା ସହ ରାତିରେ ଭଲ ନିଦ ହେବ । ତା ସହିତ ଓଜନ ମଧ୍ୟ ହ୍ରାସ ହେବ ।
  • ରାତିରେ ସର୍ବଦା ହାଲୁକା ଖାଦ୍ୟ ଖାଇବା ଉଚିତ ଓ ରାତି ୮ଟା ସୁଧା ରାତ୍ରି ଭୋଜନ ସମ୍ପୂର୍ଣ କରନ୍ତୁ ।
Health Tips
Advertisment
Advertisment