/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632640792.jpg)
Vastu for money
ବହୁ ଲୋକ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରନ୍ତି ହେଲେ ଅର୍ଥ ସଞ୍ଚୟ କରିପାରନ୍ତି ନାହିଁ । କାରଣ ଘରେ ଥିବା ନକାରାତ୍ମକ ଶକ୍ତି ଅଶାନ୍ତି ସୃଷ୍ଟି କରିଥାଏ ଏବଂ ଘରେ ଉତ୍ତେଜନା ଦେଖାଦେଇଥାଏ । ଏହା ବାସ୍ତୁ ଦୋଷର ବଡ଼ କାରଣ ହୋଇପାରେ । ଘରେ ସକରାତ୍ମକ ଶକ୍ତି ରହିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ ଏବଂ ଟଙ୍କା ଅଭାବ ଦେଖା ଦେଇନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଘରେ ଅର୍ଥର ଅଭାବର ସମସ୍ୟା ଦୂର ହୋଇପାରିବ । ତେବେ ଚାଲନ୍ତୁ ଜାଣିବା ବସ୍ତୁ ଅନୁଯାୟୀ କିପରି ଦୂର ହେବ ଆର୍ଥିକ ସମସ୍ୟା ।
Advertisment
- ଶୋଇବା ଘରର ଝରକାରେ ସ୍ଫଟିକ୍ ବା କ୍ରିଷ୍ଟାଲ ଲଗାଇଲେ ଘରେ ଟଙ୍କା ଅଭାବ ରହେନାହିଁ । ଏହାକୁ ଛୁଇଁ ଘରକୁ ଯେଉଁ ଆଲୋକ ଆସିଥାଏ ତାହା ସାକରାତ୍ମକ ଶକ୍ତି ଆଣିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ଦେଇଥାଏ ।
- ଘରେ ଜଳର ଅପଚୟ ଏକ ଭଲ ସଙ୍କେତ ନୁହେଁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଜଳ ଅପଚୟ ଦ୍ୱାରା ଘରେ ଟଙ୍କା ଅଭାବ ଦେଖାଦେଇଥାଏ । ଏହି କାରଣରୁ ମନୁଷ୍ୟର ଚନ୍ଦ୍ର ଦୁର୍ବଳ ହୋଇଥାଏ । ସେଥିପାଇଁ ଜଳ ନଷ୍ଟ କରିବା ଅନୁଚିତ ।
- ଘରେ ଏକ ଦର୍ପଣ ରଖନ୍ତୁ ଯେପରି ଏହାର ପ୍ରତିବିମ୍ବ ଘରର ଟ୍ରେଜେରି କିମ୍ବା ଆଲମାରୀ ଉପରେ ପଡ଼ିବ । ଏହା ଦ୍ୱାରା ଅଯଥା ଖର୍ଚ୍ଚ ହ୍ରାସ ହୋଇଥାଏ ଏବଂ ଜମା ପୁଞ୍ଜି ବୃଦ୍ଧି ହୁଏ ।
- ଘରର ମୁଖ୍ୟ ପ୍ରବେଶ ପଥକୁ ସର୍ବଦା ସଫା ରଖନ୍ତୁ ଏବଂ ଏହାର ଚାରିପାଖରେ ଥିବା କାନ୍ଥର ରଙ୍ଗ ପରିବର୍ତ୍ତନ କରନ୍ତୁ । ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ କେବେ ବି ଟଙ୍କାର ଅଭାବ ହୁଏ ନାହିଁ ।
- ଘରର ଉତ୍ତର-ପୂର୍ବ କାନ୍ଥରେ ଗଣେଶଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଅର୍ଥାଭାବ ଦୂର କରିବାକୁ ମା’ ଲକ୍ଷ୍ମୀଙ୍କ ସହ ଗଣେଶଙ୍କୁ ମଧ୍ୟ ପ୍ରସନ୍ନ କରିବା ଆବଶ୍ୟକ ।
- ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚାରେ ଏକ କଦଳୀ ଗଛ ଲଗାଇବା ଦ୍ୱାରା ଘରେ ଶାନ୍ତି ରହିଥାଏ ଏବଂ ଟଙ୍କା ଅଭାବ ହୁଏ ନାହିଁ ।
- ହିନ୍ଦୁ ଧର୍ମରେ କଦଳୀ ଗଛ ଭଗବାନ ବିଷ୍ଣୁଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ । ଘରର ପୂର୍ବ-ଉତ୍ତର ଦିଗରେ କଦଳୀ ଗଛ ଲଗାଯିବା ଉଚିତ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)