ବିବାହ ହିନ୍ଦୁ ଧର୍ମର ପ୍ରମୁଖ ୧୬ ସଂସ୍କାର ମଧ୍ୟରୁ ଗୋଟିଏ । ବିବାହ ଏକ ମହତ୍ତ୍ୱପୂର୍ଣ୍ଣ ସଂସ୍କାର । ଏଥିପାଇଁ ଅନେକ ରୀତିନୀତି ପାଳନ କରାଯାଏ । ବେଳେବେଳେ କିଛି କାରଣବଶତଃ ବିବାହ ବିଳମ୍ବ ହୋଇଥାଏ । ତେବେ ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଳମ୍ବ ବିବାହକୁ ନେଇ କଣ କହେ ବାସ୍ତୁ ।
Also Read
ଶୀଘ୍ର ବିବାହ ପାଇଁ ବାସ୍ତୁ ଉପାୟ :
- ଯଦି ଆପଣଙ୍କ ଘରକୁ କିଏ ବିବାହ ନେଇ ଆସେ ତାହେଲେ ବାସ୍ତୁ ଅନୁଯାୟୀ ଚାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ।
- ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ ।
- ମଙ୍ଗଳ ଦୋଷ ଯୋଗୁଁ ମଧ୍ୟ ବିବାହରେ ସମସ୍ୟା ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଦୋଷ ଦୂର କରିବାକୁ କୋଠରୀର ଦ୍ୱାରରେ ଗୋଲାପୀ କିମ୍ବା ହାଲୁକା ନାଲି ରଙ୍ଗ ମାରନ୍ତୁ ।
- ନିଜ କୋଠରୀରେ କୌଣସି ଖାଲି ବାସନ କିମ୍ବା ଟାଙ୍କି ରଖନ୍ତୁ ନାହିଁ। ଯଦି ପୂର୍ବରୁ ଥାଏ ତାହେଲେ ତାକୁ ହଟେଇ ଦିଅନ୍ତୁ। ଅଧିକ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ।
Vastu say about late marriage
- ବାସ୍ତୁ ଅନୁସାରେ ଯଦି ଘରର ମୁଖ୍ୟଦ୍ଵାର ସହ ସମ୍ବନ୍ଧିତ କୌଣସି ବାସ୍ତୁଦୋଷ ଥାଏ ତାହେଲେ ବିବାହ ଠିକ କରିବାକୁ ଅନ୍ୟ କୌଣସି ଜାଗା ଚୟନ କରନ୍ତୁ ।
ଶୀଘ୍ର ବିବାହ ପାଇଁ ଅନ୍ୟ ଉପାୟ :
- ସୋମବାର ଦିନ ଅଧା କିଲୋ ଚଣା ଡାଲି ଓ ଅଧା ଲିଟର କଞ୍ଚା କ୍ଷୀର ଦାନ କରନ୍ତୁ। ବିବାହରେ ବିଳମ୍ବ ସମସ୍ୟା ଦୂର ହେବ।
- ଶନି ଦୋଷ କାରଣରୁ ବିବାହ ବିଳମ୍ବ ହେଉଥିଲେ ଶନିବାର ଦିନ ସୋରିଷ ତେଲରେ ନିଜ ଛାଇ ଦେଖି ଏହାକୁ ଦାନ କରନ୍ତୁ। ଲଗାତାର ୭ଟି ଶନିବାର ଯାଏଁ ଏହି ଉପାୟ କରନ୍ତୁ।
- ଯଦି ଯୁବତୀଙ୍କ ବିବାହରେ ବିଳମ୍ବ ହେଉଛି ତାହେଲେ ବିବାହ ହେଉଥିବା କୌଣସି ଯୁବତୀଙ୍କ ହାତରୁ ମେହେନ୍ଦି ଲଗାନ୍ତୁ । ଏହାଦ୍ୱାରା ଶୀଘ୍ର ବିବାହ ହୋଇଥାଏ ।