Advertisment

ଚୁଟି କଲର୍ କରୁଛନ୍ତି କି ? ଆପାଣାନ୍ତୁ ଏହି ଟିପ୍ସ୍

ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।

author-image
Pallipuspa Samal
ଅଦ୍ୟତନ ହୋଇଛି
Is hair coloring? Here are some tips

Is hair coloring? Here are some tips

ଆଜିକାଲି ସମସ୍ତେ ସୁନ୍ଦର ଦେଖାଯିବାକୁ କାହିଁ କେତେ ଉପାୟ ଆପଣାଉଛନ୍ତି। ତେବେ ଆପଣ ଫ୍ୟାସନ୍ କଥା କହିଲେ ପ୍ରଥମେ କେଶ କଥା ସାମ୍ନାକୁ ଆସେ। କେଶ ଆମର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ସୁନ୍ଦର କେଶ ସବୁଦିନ ପାଇଁ ରଖିବାକୁ ହେଲେ ତାହାର ଯତ୍ନ ମଧ୍ୟ ନେବାକୁ ହୋଇଥାଏ। ଆଜିକାଲିର ଯୁବବର୍ଗ କେଶକୁ ବିଭିନ୍ନ ରଙ୍ଗ ଦେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ମାର୍କେଟରେ ଭିନ୍ନ ଭିନ୍ନ କମ୍ପାନୀ ଓ କଲରର ହେୟାର୍‌ କଲର୍‌ ଉବଲବ୍ଧ। ପାର୍ଲରରେ କେଶକୁ କଲର୍‌ କରନ୍ତୁ କିମ୍ବା ବେଳେ କେତେଜଣ ଏହାକୁ ଘରେ କରିବାକୁ ପସନ୍ଦ କରିଥାନ୍ତି ।

Advertisment
  • ବଜାରରେ ଅନେକ ପ୍ରକାର ହେୟାର୍ କଲର୍ ମିଳିଥାଏ। ତେବେ ଆପଣ ଆପଣଙ୍କ ବ୍ୟକ୍ତିତ୍ୱକୁ ଖାପ ଖୁଆଇଲା ଭଳି ରଙ୍ଗ ବାଛନ୍ତୁ। ଯେପରିକି କେଶ ରଙ୍ଗ କରିବା ସହ ଏହା ଆପଣଙ୍କୁ ଅଲଗା ଲୁକ୍ ଦେବ।
  • ରଙ୍ଗ କିଣିବା ଆଗରୁ ସେ ବିଷୟରେ ପୂରା ତଥ୍ୟ ନିଅନ୍ତୁ। ଏହା ଆପଣଙ୍କ କେଶ ମୂଳ ବା କେଶରେ କିଛି ସାଇଡ୍ ଇଫେକ୍ଟ ଭଳି ସମସ୍ୟା ସୃଷ୍ଟି କରିବ ନାହିଁ ତ? ତେବେ ଆପଣ ଯଦି ପ୍ରଥମ ଥର ପାଇଁ କେଶ ରଙ୍ଗ କରୁଛନ୍ତି, ତାହାଲେ କୌଣସି ହେୟାର୍ କଲର୍ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ।
  • କେଶକୁ ରଙ୍ଗ କରି ଧୋଇ ସାରିଲା ପରେ କଣ୍ଡିସନର୍ ଲଗାନ୍ତୁ। ଏହା ସହ କିଛି ପ୍ରଫେସନାଲ୍ ହେୟାର୍ ସ୍ପା କିମ୍ବା ହେୟାର୍ ଟ୍ରିଟମେଣ୍ଟ କରନ୍ତୁ। ଏହା କରିବାରୁ କେଶରେ ରଙ୍ଗ ଅଧିକା ଦିନ ଯାଏ ରହିଥାଏ।
  • ଆପଣ କେଶ ରଙ୍ଗ କଲା ପରେ ରୂପି ପାଇଁ ବ୍ୟବହାର କରୁଥିବା ସାମ୍ପୂ ବ୍ୟବହାର କରନ୍ତୁ ନାହିଁ। ସେହି ସାମ୍ପୂରେ ଥିବା କେମିକାଲ୍ ରଙ୍ଗକୁ ଫିକା କରିପାରେ।
  • ରଙ୍ଗ କରିବା ଆଗରୁ କେଶକୁ ଭଲରେ ଧୋଇ ଶୁଖାଇ ଦିଅନ୍ତୁ। ଏହା ପରେ ରଙ୍ଗ କରନ୍ତୁ।
  • ଆପଣ କେଶ ରଙ୍ଗ କରିବା ପରେ ଥଣ୍ଡା ପାଣିର ବ୍ୟବୟାର କରନ୍ତୁ। ଏହା କଲେ ଆପଣଙ୍କ କେଶର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିବ।
  • ଯଦି ଆପଣ ପାର୍ଲର ନ ଯାଇ ଘରେ କେଶ ରଙ୍ଗ କରୁଛନ୍ତି ତାହାଲେ ହାତରେ ଗ୍ଲୋବସ୍ ବ୍ୟବହାର କରନ୍ତୁ। ନ ହେଲେ ଏହା ଆପଣଙ୍କ ତ୍ୱଚାକୁ ଖରାପ କରିପାରେ ।

  • ଯଦି ଆପଣ କେଶକୁ ରଙ୍ଗ କଲେ ଆଲର୍ଜି ଭଳି କୌଣସି ସମସ୍ୟା ହେଉଛି ତାହାଲେ କେଶ ରଙ୍ଗ କରନ୍ତୁ ନାହିଁ।
  • ଆପଣ ଅନ୍ୟଠୁ ଦେଖି ବା ଫ୍ୟାସନ୍ ପାଇଁ କେବେ ହେଲେ ରଙ୍ଗ କରନ୍ତୁ ନାହିଁ। ଥରେ କେଶ ରଙ୍ଗ କଲା ପରେ ଯେତେବେଳେ ଛାଡ଼ି ଥାଏ କେଶ ଖରାପ ହୋଇଯାଇଥାଏ। ତେଣୁ ଏହା କରିବାରୁ ଦୂରେଇ ରୁହନ୍ତୁ।
Is hair coloring? Here are some tipsIs hair coloring? Here are some tips
Beauty Tips For Hair
Advertisment
Advertisment