Advertisment

Yogasana: ଆପଣ ଦିନସାରା ଦୁର୍ବଳ ଅନୁଭବ କରୁଛନ୍ତି କି… କରନ୍ତୁ ଏହି ୪ ଆସନ, ଶରୀର ହେବ ଶକ୍ତିଶାଳୀ

ଖରାପ ଜୀବନଶୈଳୀ କାରଣରୁ ଆଜିକାଲି ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି। ଯେତେ ଶୋଇଲେ ବି ଏହି ଥକାପଣ ଦୂର ହେଉନି। ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗ ହିଁ ଏକମାତ୍ର ଉପାୟ। ତେବେ କେଉଁ ଯୋଗ କଲେ ଥକାପଣ ଦୂର ହେବ ଜାଣନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Yoga Tips For Weakness

Yoga Tips For Weakness

ଆଜିକାଲିର ଖରାପ ଜୀବନଶୈଳୀ, ଖରାପ ପୌଷ୍ଟିକତା ଏବଂ ନିଦ୍ରା ଅଭାବ କାରଣରୁ ଲୋକମାନେ ଅନେକ ଶାରୀରିକ ଏବଂ ମାନସିକ ସମସ୍ୟାର ଶିକାର ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଦିନସାରା କ୍ଳାନ୍ତ ଅନୁଭବ କରୁଛନ୍ତି।

Advertisment

ଯଦିବା ଜଣେ ଅନେକ ବିଶ୍ରାମ ନେଉଛନ୍ତି କିମ୍ବା କୌଣସି କାମ ନ କରୁଛନ୍ତି ତଥାପି ମଧ୍ୟ ସେମାନେ ଆଭ୍ୟନ୍ତରୀଣ ଭାବରେ ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରୁଛନ୍ତି। ଏହି ଅବସ୍ଥାକୁ କ୍ରନିକ୍ ଫଟିଗ୍ ସିଣ୍ଡ୍ରୋମ କୁହାଯାଏ। ଥକାପଣ ଏବଂ ଦୁର୍ବଳତାକୁ ଦୂର କରିବା ପାଇଁ ଜଣେ ଦିନସାରା ବିଛଣାରେ ଶୋଇଲେ ମଧ୍ୟ ଏହା ଦୂର ହୁଏନି।

ଏପରି ପରିସ୍ଥିତିରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଯୋଗ କରିପାରିବେ। ଯୋଗ କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ ବରଂ ଆପଣଙ୍କ ଷ୍ଟାମିନାକୁ ମଧ୍ୟ ବଢାଇଥାଏ। ଆଭ୍ୟନ୍ତରୀଣ ଭାବରେ ଆପଣଙ୍କ ଶରୀର ହାଲୁକା ଏବଂ ଶକ୍ତିଶାଳୀ ଅନୁଭବ କରେ। ଯଦି ଆପଣ ମଧ୍ୟ ଦିନସାରା ଏମିତି କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଏହିସବୁ ଯୋଗାସନକୁ ଆପଣଙ୍କର ନିୟମିତ ଅଭ୍ୟାସରେ ଅନ୍ତର୍ଭୁକ୍ତ କରନ୍ତୁ।

Advertisment

ବାଳାସନ:

Yoga Tips For Weaknessବାଳାସନ

ଯଦି ଆପଣ ଦୁର୍ବଳତା ଏବଂ ଥକାପଣର ଶିକାର ହେଉଛନ୍ତି, ତେବେ ନିୟମିତ ଭାବରେ ବାଳାସନ ଅଭ୍ୟାସ କରନ୍ତୁ। ଏହି ଆସନ ଚାପକୁ ହ୍ରାସ କରିଥାଏ ଏବଂ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ। ବାଳାସନ କରିବାକୁ ହେଲେ ମ୍ୟାଟ୍ ଉପରେ ଆଣ୍ଠୁରେ ବସନ୍ତୁ। ବର୍ତ୍ତମାନ ଉଭୟ ଆଣ୍ଠୁ ଏବଂ ଗୋଇଠି ଏକାଠି ସ୍ପର୍ଶ କରନ୍ତୁ। ଏକ ଗଭୀର ଶ୍ୱାସ ନେଇ, ହାତକୁ ଉପରକୁ ନେଇ ପରେ ଶ୍ୱାସ ଛାଡି ଆଗକୁ ନଇଁଯାଆନ୍ତୁ। ଜଙ୍ଘରେ ପେଟକୁ ଲଗାନ୍ତୁ। ଆଗକୁ ଚାହିଁ ଏହି ଅବସ୍ଥାରେ କିଛି ସମୟ ରୁହନ୍ତୁ। ପରେ, ଆଣ୍ଠୁକୁ ସିଧା କରି ସାଧାରଣ ସ୍ଥିତିକୁ ଫେରନ୍ତୁ।

ଧନୁରାସନ:

ଧନୁରାସନ ଅଭ୍ୟାସ କରିବା ଥାଇରଏଡ୍ ପାଇଁ ଅତ୍ୟନ୍ତ ଲାଭଦାୟକ। ଉର୍ଜାବାନ ରହିବା ସହିତ, ଆପଣ ମୋଟାପା କମେଇବା ପାଇଁ ଧନୁରାସନ ଅଭ୍ୟାସ କରିପାରିବେ। ଧନୁରାସନ ଅଭ୍ୟାସ କରିବା ପାଇଁ, ମ୍ୟାଟ୍ ଉପରେ ପେଟ ମାଡି ଶୋଇ ପଡନ୍ତୁ ଏବଂ ଆଣ୍ଠୁକୁ ଭାଙ୍ଗି ଦୁଇ ପାଦ ପିଚା ଆଡକୁ ଆଣନ୍ତୁ।

Yoga Tips For Weaknessଧନୁରାସନ

ବର୍ତ୍ତମାନ ଉଭୟ ବଳାଗଣ୍ଠିକୁ ଦୁଇ ହାତରେ ଧରି ରଖିବାକୁ ଚେଷ୍ଟା କରନ୍ତୁ। ତା’ପରେ ମୁଣ୍ଡ, ଛାତି ଏବଂ ଜଙ୍ଘକୁ ଉପରକୁ ଉଠାନ୍ତୁ ଏବଂ ଶରୀରର ଓଜନକୁ ପେଟର ନିମ୍ନ ଭାଗରେ ରଖନ୍ତୁ। ଏହି ଅବସ୍ଥାରେ କିଛି ସମୟ ରୁହ, ପରେ ସାଧାରଣ ସ୍ଥିତିକୁ ଫେରି ଆସନ୍ତୁ।

ତାଡାସନ:

ତାଡାସନ କରିବା ଦ୍ୱାରା ସମଗ୍ର ଶରୀର ପ୍ରସାରିତ ହୁଏ। ଏହି ଆସନ କରିବାକୁ ହେଲେ ପ୍ରଥମେ ଯୋଗ ମ୍ୟାଟ୍ ଉପରେ ସିଧା ଠିଆ ହୁଅନ୍ତୁ ଏବଂ ଗୋଡ ମଧ୍ୟରେ କିଛି ଦୂରତା ରଖନ୍ତୁ। ଏକ ଗଭୀର ଶ୍ୱାସ ନେବା ସହିତ, ଉଭୟ ହାତକୁ ଛନ୍ଦି ଉପରକୁ ଉଠାନ୍ତୁ। ଏହି ସମୟରେ ଗୋଇଠି ଉଠାଇ ଆଙ୍ଗୁଠି ଉପରେ ଠିଆ ହୁଅନ୍ତୁ ଏବଂ ଶରୀରକୁ ଉପରରୁ ଷ୍ଟ୍ରେଚ୍‌ କରନ୍ତୁ।
 
Yoga Tips For Weaknessତାଡାସନ

ଏହି ଅବସ୍ଥାରେ ଆପଣ ଶରୀରର ପ୍ରତ୍ୟେକ ଅଙ୍ଗରେ ପ୍ରଭାବ ପଡିବାର ଅନୁଭବ କରିବେ। ବର୍ତ୍ତମାନ ଏହି ଅବସ୍ଥାରେ କିଛି ସମୟ ରହିବା ପରେ ସାଧାରଣ ସ୍ଥିତିକୁ ଫେରନ୍ତୁ। ଏହି ଆସନକୁ ୧୦ରୁ ୧୫ ଥର ପୁନରାବୃତ୍ତି କରନ୍ତୁ।

ଶବାସନ:

Yoga Tips For Weaknessଶବାସନ

ଶାରୀରିକ ଏବଂ ମାନସିକ ଥକାପଣ ଦୂର କରିବା ପାଇଁ ଶବାସନ ଖୁବ ଲାଭଦାୟକ। ଏହି ଆସନ କରିବା ପାଇଁ, ଲମ୍ବ ହୋଇ ମ୍ୟାଟ୍ ଉପରେ ଶୋଇଯାଆନ୍ତୁ ଏବଂ ଗୋଡକୁ ଢିଲା ଛାଡିଦିଅନ୍ତୁ। ଉଭୟ ହାତକୁ ଶରୀରଠାରୁ ଅଳ୍ପ ଦୂରରେ ରଖନ୍ତି, ଧୀରେ ଧୀରେ ଆଙ୍ଗୁଠି ଠାରୁ ଆରମ୍ଭ କରି ଶରୀରର ସମସ୍ତ ଅଂଶ ଉପରେ ଧ୍ୟାନ ଦିଅନ୍ତୁ। ମନକୁ ଶାନ୍ତ ରଖନ୍ତୁ ଏବଂ ଶରୀରରେ ଶକ୍ତି ଉତ୍ପନ୍ନ ହେବା ଅନୁଭବ କରନ୍ତୁ।

Yogasana Yoga Yoga Tips
Advertisment
Advertisment