Paneer Chatpata
ଯଦି ଆପଣଙ୍କୁ ପନିର ଖାଇବାକୁ ଭଲ ଲାଗେ ତେବେ ଏହି ଡିସଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଏହା ଟିକିଏ ସ୍ପାଇସି ସହ ଟାଙ୍ଗି ଫ୍ଲେଭର ରହିବ । ଘରକୁ ଯଦି ଗେଷ୍ଟ ଆସୁଛନ୍ତି ତେବେ ସେମାନଙ୍କୁ ବି ଖୁଆଇପାରିବେ ।
ଆବଶ୍ୟକ ସାମଗ୍ରୀ: ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, କସ୍ତୁରି ମେଥି, ଧନିଆ ପତ୍ର, ଲେମ୍ବୁ ରସ ଓ ତେଲ
ଅଧିକ ପଢନ୍ତୁ: ଘରେ ବନାନ୍ତୁ ନରମ ନରମ ଓଟ୍ସ ଇଟଲି
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲକା ଭାଜନ୍ତୁ।
ଏହାପରେ ଏଥିରେ ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ଲୁଣ ଦେଇ ଭଲରେ କଷନ୍ତୁ । ମସଲାରୁ ତେଲ ଛାଡ଼ିବା ପରେ ସେଥିରେ ଭଜା ଯାଇଥିବା ପନିର ଖଣ୍ଡ ପକାନ୍ତୁ ।
ଏଥିରେ ଏବେ ଲେମ୍ବୁ ରସ (ଗୋଟିଏ ଲେମ୍ବ) ପକାନ୍ତୁ । ଏହା ପରେ କସ୍ତୁରି ମେଥି ଓ ଧନିଆ ପତ୍ର ପକାନ୍ତୁ ।
ମସଲା ଟିକେ ଶୁଖିଲା ହୋଇଗଲେ ଗ୍ୟାସ ଆଞ୍ଚକୁ ବନ୍ଦ କରି ଏହାକୁ ଏକ ପ୍ଲେଟ୍କୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପନିର ଚଟପଟା । ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752076818.jpg)