• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜ୍ୟୋତିଷ ଶାସ୍ତ୍ର ଅସୁନାରେ ଆଜି ୨୦୨୨ ମସିହା ଜାନୁଆରୀ ୯ ତାରିଖ ରବିବାର । ଧନୁ ୨୫ ଦିନ ପୌଷ ମାସ ଶୁଳ୍କ ପକ୍ଷ । ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ।

ତେବେ ଆଜି ଜାଣିବା ଘରେ ଶଙ୍ଖ ରଖିଲେ କ’ଣ ସବୁ ଫାଇଦା ମିଳିଥାଏ ? ଏହାସହ କେଉଁ ଶଙ୍ଖ ରଖିଲେ ଘରେ କେବେ ବି ଧନ ସମସ୍ୟା ଦେଖା ଦିଏ ନାହିଁ ?

ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ଦାୟକ । ନିୟମିତ ଭାବେ ସନ୍ଧ୍ୟାରେ ଘର ଭିତରେ ଶଙ୍ଖ ବଜାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖ ଫୁଙ୍କିବା ଦ୍ୱାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ । ଶଙ୍ଖ ଧ୍ୱନୀରେ ଏଭଳି ଅଦ୍ଭୁତ କ୍ଷମତା ଥାଏ ବୋଲି କୁହାଯାଏ ।

ଯେଉଁ ଘରେ ନିୟମିତ ଶଙ୍ଖ ଫୁଙ୍କା ଯାଏ, ସେଠାରେ ଆଖପାଖର ପାଣି ପବନ ମଧ୍ୟ ସୁଦ୍ଧ, ପବିତ୍ର ଏବଂ ସକରାତ୍ମକ ହୋଇଯାଏ । ମନରେ ସକାରାତ୍ମକ ଚିନ୍ତା ଓ ଚେତନା ଜାଗ୍ରତ ହୋଇଥାଏ ।

ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ଦକ୍ଷିଣ ବର୍ତ୍ତି ଶଙ୍ଖ ଥାଏ ସେଠାରେ ମା’ ଲକ୍ଷ୍ମୀ ସ୍ୱୟଂ ବାସ କରନ୍ତି । ଏମିତି ସେହି ଘରେ କିମ୍ବା ପରିବାରରେ କେବେବି ଧନର ସମସ୍ୟା ଦେଖା ଦିଏ ନାହିଁ । ଏହି ଶଙ୍ଖକୁ ଲାଲ୍ କପଡାରେ ଗୁଡ଼ାଇ ପୂଜା ସ୍ଥାନରେ ରଖାଯାଇଥାଏ । ଖାଲି ସେତିକି ନୁହେଁ, ଠାକୁର ଘରେ ଏହି ଶଙ୍ଖକୁ ନିୟମିତ ଭାବେ ପୂଜା କରାଯାଇଥାଏ । ପୂଜା କରିବା ଦ୍ୱାରା ଏହାର ଅନେକ ଶୂଭଫଳ ପ୍ରାପ୍ତି ହୋଇଥାଏ ।