/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633244821.jpg)
Vastu and Health
ସୁସ୍ଥ ଶରୀର ମଣିଷର ସବୁଠୁ ବଡ଼ ପୁଞ୍ଜି । ବେଳେବେଳେ ଏପରି ହୋଇଥାଏ ଘରର କୌଣସି ସଦସ୍ୟଙ୍କୁ ଦୀର୍ଘ ଦିନ ଧରି ରୋଗରେ ଆକ୍ରାନ୍ତ ରହିବାର ଦେଖା ଦେଇଥାଏ ଓ ବିଭିନ୍ନ ଉପାୟ କଲେ ମଧ୍ୟ ଶରୀର ଠିକ୍ ହୋଇନଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ବାସ୍ତୁ ଦୋଷ ବୋଲି କୁହାଯାଏ । ଆସନ୍ତୁ ଜାଣିବା କଣ ରହିଛି କାରଣ ।
Advertisment
- ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ଅଛି ତେବେ ଘରର ମୁଖ୍ୟଦ୍ୱାର ଓ ପଛପଟ ଦ୍ୱାରରେ ଧୂପ ଓ ଦୀପ ଦେବା ଆବଶ୍ୟକ । ଏହା ଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ।
- ଘରର ବିପରୀତ ଦିଗରେ ଉଭୟ କାନ୍ଥରେ ଝରକା ରହିବ ଅଶୁଭ ହୋଇଥାଏ । ଏଭଳି ଝରକା ରହିବ ଦ୍ୱାରା ବାସ୍ତୁଶାସ୍ତ୍ରରେ ଅଶୁଭ ସଂକେତର ଲକ୍ଷଣ ବୋଲି କୁହାଯାଏ।ଯଦି ଏପରି ଝରକା ରହିଛି ତେବେ ଆପଣ ଝରକା ଉପରେ କୌଣସି ଗଛ ରଖି ପାରିବେ କିନ୍ତୁ କଣ୍ଟା ଯୁକ୍ତ ଗଛ ହୋଇନଥିବା ଆବଶ୍ୟକ ।
- ଯଦି ଆପଣଙ୍କ ଘରର କୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିଛି ତେବେ ଏହି କଥାର ଧ୍ୟାନ ରଖନ୍ତୁ କି ଆପଣଙ୍କ ଘରର କୋଣ ,କାନ୍ଥରେ ବୁଢିଆଣୀ ଜାଲ ହେବ ଉଚିତ ନୁହେଁ । ଏହା ଦ୍ୱାରା ରୋଗୀର ମାନସିକ ସ୍ଥିତି ଖରାପ ହୋଇଥାଏ ।
- ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାରର କବାଟ ଭାଙ୍ଗି ନଥିବା ଆବଶ୍ୟକ ,ଯଦି ଏପରି କବାଟ ରହିଛି ତେବେ ଏହାର ପ୍ରଭାବ ଘରର ମୁରବୀଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ସେଥିପାଇଁ ଘରର ମୁଖ୍ୟ ଦ୍ଵାରର ସ୍ଥିତି ସବୁବେଳେ ଠିକ ରହିବ ଆବଶ୍ୟକ ।
- ଘରର ମୁଖ୍ୟ ଦ୍ୱାର ଆଗରେ ଯଦି ଅସନା ରୁହେ ତେବେ ପରିବାରର ଯେକୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିଥାଏ । ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
- ଯେଉଁ ସଦସ୍ୟ ଅସୁସ୍ଥ ରହୁଛନ୍ତି ତାଙ୍କ କୋଠରୀରେ ଠାକୁରଙ୍କର ଫଟୋ ଲଗାନ୍ତୁ ,ଯେପରି ତାର ମୁହଁ ଦକ୍ଷିଣ ଦିଗକୁ ରହିବ ଏବଂ ସକାରାତ୍ମକ ଶକ୍ତି ଘରକୁ ଆସିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)