Advertisment

ପ୍ରାକୃତିକ ଉପାୟରେ କୁଞ୍ଚୁକୁଞ୍ଚିଆ ଚୁଟିକୁ କରନ୍ତୁ ସିଧା

ସବୁବେଳେ ସେଲୁନ୍‌ ଯାଇ ଚୁଟି ସିଧା କରିବା ସମ୍ଭବ ନୁହେଁ। କାରଣ ଏହା ବ୍ୟୟବହୁଳ ହୋଇଥାଏ। ଚୁଟି ସିଧା କରିବା ପାଇଁ କେମିକାଲ ବ୍ୟବହାର ହୋଇଥାଏ। ଯାହାଦ୍ୱାରା ଚୁଟି ଖରାପ ହେବାର ଭୟ ମଧ୍ୟ ଥାଏ। ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଉପାୟରେ ଚୁଟିକୁ କେମିତି ସିଧା କରିହେବ ଜଣାଇବୁ। ଯାହାଦ୍ୱାରା ଆପଣ କମ୍‌ ଖର୍ଚ୍ଚରେ ଘରେ ହିଁ ଚୁଟିକୁ ସିଧା କରିପାରିବେ।

author-image
Pallipuspa Samal
Hair straighten naturally

Hair straighten naturally

ବହୁତ ଲୋକଙ୍କ ମୁଣ୍ଡରେ କୁଞ୍ଚକୁଞ୍ଜିଆ ଚୁଟି ଦେଖିବାକୁ ମିଳିଥାଏ। ହେଲେ ଅନେକ ଏପରି ଚୁଟି ରଖିବାକୁ ପସନ୍ଦ କରି ନଥାନ୍ତି। କାରଣ ଏହାକୁ ସଜାଡ଼ିବା କାଠିକର ପାଠ। ମୁଣ୍ଡ କୁଣ୍ଡାଇବା ପରେ ମଧ୍ୟ ଏଥିରେ ଜଟ ହୋଇଯାଏ। ସାମ୍ପୁ କଲେ କେଶ ଫୁଲି ରହିଥାଏ ଓ ବହୁତ ଉଡ଼ିଥାଏ। ଏପରିସ୍ଥିତିରେ ଲୋକେ ସେଲୁନ୍‌କୁ ଯାଇ ଚୁଟି ସିଧା କରିଦିଅନ୍ତି । ତେବେ ଚାଲନ୍ତୁ ଜାଣଇବା ପ୍ରାକୃତିକ ଉପାୟରେ କୁଞ୍ଚୁକୁଞ୍ଚିଆ କେଶକୁ କିପରି କରିବେ ସିଧା ।

Advertisment
  • ଆପଲ ଭିନେଗାର୍‌କୁ ଚୁଟିରେ ଲଗାଇଲେ ଏହା ସଫା ହେବା ସହ ସିଧା ଓ ସିଲ୍କି ହୋଇଥାଏ। ତିନି ଚାମଚ ଆପଲ୍‌ ଭିନେଗାର୍‌ରେ ୨ କପ୍‌ ପାଣି ମିଶାଇ ଲଗାନ୍ତୁ। କିଛି ସମୟ ପରେ ସାମ୍ପୁ କରିଦିଅନ୍ତୁ। ଏପରି କରିବା ଦ୍ୱାରା ଧୀରେ ଧୀରେ ଚୁଟି ସିଧା ହୋଇଯିବ।
  • ନଡ଼ିଆ ରସ୍‌ର ଅନେକ ଫାଇଦା ରହିଛି। ଦୁଇ ଚାମଚ ନଡ଼ିଆ ରସ୍‌ରେ କିଛି କର୍ନ ଷ୍ଟ୍ରାଚ୍‌ ମିଶାଇ ଲଗାନ୍ତୁ। ଏକ ଘଣ୍ଟା ପରେ ସାମ୍ପୁ କରିଦିଅନ୍ତୁ। ଏପରି କିଛିଦିନ କଲା ପରେ ଆପଣଙ୍କ ଚୁଟି ସିଧା ହୋଇଯିବ।
  • ମୁଲତାନୀ ମିଟି ମଧ୍ୟ ଚୁଟିକୁ ଭଲ ରଖିଥାଏ। ମୁଲତାନୀ ମିଟି ଲଗାଇ କେଶ ଧୋଇଲେ ଚୁଟି ସିଧା ହୋଇଥାଏ।
  • ଏକ କପ୍‌ କ୍ଷୀରରେ ଏକ ଅଣ୍ଡା ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଏକ ବ୍ରଶ୍‌ ସାହାଯ୍ୟରେ ଲଗାନ୍ତୁ। ଚୁଟିକୁ ଦେଢ଼ ଘଣ୍ଟା ସେହି ଅବସ୍ଥାରେ ଛାଡ଼ି ଦିଅନ୍ତୁ। ଏହା ପରେ ଏକ ମାଇଲ୍ଡ ସାମ୍ପୁରେ ଚୁଟିକୁ ଧୋଇ ଦିଅନ୍ତୁ।
  • ଆଲୋଭେରା ତ୍ୱଚା ସହ କେଶ ପାଇଁ ମଧ୍ୟ ଲାଭଦାୟୀ। ଅଧା କପ୍‌ ଆଲୋଭେରାକୁ ଅଧା କପ୍‌ ନଡ଼ିଆ ତେଲ ସହ ମିଶାଇ ଲଗାନ୍ତୁ। ଏକ ଘଣ୍ଟା ପରେ ଶୁଖିଗଲେ ସାମ୍ପୁ କରିଦିଅନ୍ତୁ।
Beauty Tips
Advertisment
Advertisment