/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636973962.jpg)
Vastu and Love
ପ୍ରାୟ ସମସ୍ତ ବ୍ୟକ୍ତି ପ୍ରେମର ସ୍ୱାଦ ଚାଖିଥାନ୍ତି କେତେବେଳେ ତାହା ସଫଳ ହୋଇଥାଏ ପୁଣି କେତେବେଳେ ଅସଫଳ । ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ କେତେଗୁଡିଏ କଥା ରହିଛି ଯାହା ଆମ ପ୍ରେମମୟ ଜୀବନରେ ବହୁତ ଦରକାରି ଅଟେ । ଆଜିର ବାସ୍ତୁ ଟିପସରେ ଜାଣିବା ଆପଣ ନିଜ ଲଭ ଲାଇଫରୁ କିପରି ଚିନ୍ତା ଶୂନ୍ୟ ହୋଇପାରିବେ । ଟାଲନ୍ତୁ ଜାଣିବା...
Advertisment
- ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ । ବାସ୍ତୁ ଅନୁସାରେ ଯଦି ଆପଣ ଓଟର କୌଣସି ମୂର୍ତି କିମ୍ବା ଫୋଟ ନିଜ ଶୋଇବା ଘରେ ଲଗାଇବେ ତେବେ ଆପଣଙ୍କ ମନକୁ ଏହା ସଜାଗ ରଖିବା ସହିତ ଆପଣଙ୍କୁ ଅନେକଗୁଡ଼ିଏ କାମ ପାଇଁ ମଧ୍ୟ ସକାରତ୍ମକ ଉର୍ଜା ଯୋଗାଇବ । କାରଣ ଓଟ ଏହି ଭଳି ଏକ ପ୍ରାଣୀ, ଯିଏ କି ଜୀବନରେ ଅନେକ ପ୍ରକାରର କଠିନ କାମକୁ କରିଥାଏ ।
PAIR OF CAMEL- ବାସ୍ତୁ ଅନୁଯାୟୀ ଆପଣଙ୍କ ପ୍ରେମ ଜୀବନରେ ଯଦି ବି କିଛି ଅସୁବିଧା ଦେଖାଦେଉଛି ତେବେ ନିଜ ପ୍ରିୟତମ କିମ୍ବା ପ୍ରିୟତମାଙ୍କୁ ଓଟର ଫଟୋ କିମ୍ବା ମୂର୍ତ୍ତି ଉପହାର ଦେଇପାରିବେ । ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଯେତେବେଳେ ମଧ୍ୟ ଉପହାର ଦେବେ ତାହା କୌଣସି କାଗଜରେ ଦେବେ ଓ ତାହା ଗୋଟିଏ ଯୋଡି ହୋଇଥିବା ଆବଶ୍ୟକ ।
- ବାସ୍ତୁ ଶାସ୍ତ୍ର ପ୍ରେମ କରୁଥିବା ବ୍ୟକ୍ତି କଦାପି ନିଜ ପାର୍ଟନରଙ୍କୁ ଗୋଟିକିଆ ଜିନିଷ ଉପହାର ଦେବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ରଖିବା ଉଚିତ ନୁହେଁ । ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଜାରେ ଭରିଦେବ ।
- ବାସ୍ତୁ ଅନୁଯାୟୀ କେବେବି ନିଜ ବେଡ଼ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ଓ ସମ୍ପର୍କରେ ଫାଟ ସୃଷ୍ଟି କରିଦେବ ।
Advertisment
PAIR OF SWAN- ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ପ୍ରେମକୁ ନେଇ ନିଜ ପାର୍ଟନରଙ୍କ ସହିତ ସର୍ବଦା କଳହ ଉପୁଜୁଛି ତେବେ ଗୋଟିଏ ହଂସ ଯୋଡି ଉପହାର ଦିଅନ୍ତୁ ଓ ନିଜେ ମଧ୍ୟ ରଖନ୍ତୁ । କାରଣ ଏହା ଉଭୟଙ୍କ ମଧ୍ୟରେ ନିବିଡ଼ତା ଭରିବା ସହିତ କଳହ ମଧ୍ୟ ଦୂର କରିବ । କାରଣ ବାସ୍ତୁ ଅନୁଯାୟୀ ହଂସ ହେଉଛି ଶାନ୍ତିର ପ୍ରତୀକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)