/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690993694.jpg)
Maa Bhattarika
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି । ପ୍ରବଳ ବର୍ଷା ଯୋଗୁ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣି ପଶିଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି । ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଛି ।
Advertisment
ପ୍ରବଳ ବର୍ଷା ହେବା ଫଳରେ ମା’ଙ୍କ ମନ୍ଦିର ଛୁଇଁଥିଲା ମହାନଦୀର ବନ୍ୟାଜଳ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ଥିବାରୁ ମାଙ୍କ ସେବାୟତ ସମେତ ଦେବୋତ୍ତର ବିଭାଗ ସଜାଗ ରହିଥିଲା । ବର୍ତ୍ତମାନ ମନ୍ଦିର ଭିତରେ ପାଣି ବଢ଼ିବାରୁ ନିକଟରେ ଥିବା ରତ୍ନଗିରି ପାହାଡରେ ମାଆଙ୍କର ଅନ୍ୟ ଏକ ଗମ୍ଭୀରାକୁ ସ୍ଥାନାନ୍ତର କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)