Advertisment

Parenting Tips: ପିଲାକୁ ଜ୍ୱର ବେଳେ କେବେ ବି କରନ୍ତୁ ନାହିଁ ଏହି ୫ ଭୁଲ୍, ନଚେତ୍…

ପିଲାମାନଙ୍କୁ ଜ୍ୱର ହେଲେ ସଠିକ୍ ଯତ୍ନ ଏବଂ ଭାବିଚିନ୍ତି ନିଷ୍ପତ୍ତି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଛୋଟ ଛୋଟ ଭୁଲ ମଧ୍ୟ ପିଲାର ସ୍ୱାସ୍ଥ୍ୟକୁ ଖରାପ କରିପାରେ। ତେବେ ଜ୍ୱର ସମୟରେ ବାପାମାଆ କେଉଁ ୫ଟି ଭୁଲରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Common Fever Mistakes Parents Should Avoid

Common Fever Mistakes Parents Should Avoid

ପାଣିପାଗର ପରିବର୍ତ୍ତନ ହେରୁ ପିଲାମାନଙ୍କଠାରେ ରୋଗ ହେବାର ଆଶଙ୍କା ବଢିଯାଏ। ଅଧିକାଂଶ କ୍ଷେତ୍ରରେ ଥଣ୍ଡା ଏବଂ ଜ୍ୱରର ସମସ୍ୟା ଦେଖାଯାଏ। ଏଭଳି ପରିସ୍ଥିତିରେ ଜ୍ୱର ଭଲ ହେବା ନେଇ ବାପାମାଆମାନେ ତରବରିଆ ଭାବେ ଅନେକ ଭୁଲ ପଦକ୍ଷେପ ନେବାକୁ ଚେଷ୍ଟା କରନ୍ତି, ଯାହା ପିଲାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

Advertisment

ପିଲାମାନଙ୍କଠାରେ ଜ୍ୱର ହେଲେ ସଠିକ୍ ଯତ୍ନ ଏବଂ ଭାବିଚିନ୍ତି ନିଷ୍ପତ୍ତି ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବେଳେବେଳେ ଛୋଟ ଛୋଟ ଭୁଲ ମଧ୍ୟ ପିଲାର ସ୍ୱାସ୍ଥ୍ୟକୁ ଖରାପ କରିପାରେ। ତେବେ ଜ୍ୱର ସମୟରେ ବାପାମାଆ କେଉଁ ୫ଟି ଭୁଲରୁ ଦୂରେଇ ରହିବା ଉଚିତ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: Parenting Tips: ପାଠ ପଢ଼ିବା ବେଳେ ଆପଣଙ୍କ ପିଲାର ମନ ଲାଗୁନି କି… ମାନନ୍ତୁ ଏହି ଟିପ୍ସ, ହେଇଯିବ ସମାଧାନ

Advertisment

ଅଧିକ ଔଷଧ:

ଅନେକ ବାପାମାଆ ଶୀଘ୍ର ଜ୍ୱର ଭଲ କରିବା ପାଇଁ ଶୀଘ୍ର ଶିଘ୍ର ଔଷଧ ଦିଅନ୍ତି। ଏହା ଓଭରଡୋଜ୍ ହୋଇଯାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଦେବା ଉଚିତ। ଜ୍ୱରକୁ ଭଲ କରିବା ପାଇଁ ତୁରନ୍ତ ଔଷଧ ଦେବା ପରିବର୍ତ୍ତେ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ଶରୀରକୁ ଥଣ୍ଡା ପାଣିରେ ପୋଛି ଜ୍ୱରକୁ ଭକ କରିବାକୁ ଚେଷ୍ଟା କରନ୍ତୁ।

ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍:

ଅଧିକାଂଶ କ୍ଷେତ୍ରରେ ପିଲାମାନଙ୍କଠାରେ ଭାଇରାଲ୍ ଜ୍ୱର ହୁଏ, ଯାହା ଆପେ ଆପେ ଭଲ ହୋଇଯାଏ। ଏପରି ପରିସ୍ଥିତିରେ ତୁରନ୍ତ ଆଣ୍ଟିବାୟୋଟିକ୍ ଦେବା ଠିକ୍ ନୁହେଁ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ଦେବା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇପାରେ।

ପିଲାକୁ ଘୋଡାଇ ଦେବା:

ଜ୍ୱର ସମୟରେ ଅନେକ ବାପାମାଆ ପିଲାକୁ ଗରମ ପୋଷାକରେ ଘୋଡାଇ ଦିଅନ୍ତି, ଯେଉଁ କାରଣରୁ ଶରୀରର ତାତି ବାହାରି ନ ଥାଏ ଏବଂ ତାପମାତ୍ରା ଆହୁରି ବଢିଯାଏ। ଏଭଳି ପରିସ୍ଥିତିରେ ପିଲାକୁ ହାଲୁକା ଏବଂ ଆରାମଦାୟକ ପୋଷାକ ପିନ୍ଧାନ୍ତୁ, ଯାହାଫଳରେ ଶରୀରର ତାପମାତ୍ରା ନିୟନ୍ତ୍ରିତ ହେବ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲା ଆପଣଙ୍କ କଥା ଶୁଣୁ ନାହାନ୍ତି… ଜାଣନ୍ତୁ ଆପଣଙ୍କ କେଉଁ ଭୁଲ୍ ପାଇଁ ଏମିତି ହୁଏ

ହାଇଡ୍ରେସନକୁ ଅଣଦେଖା:

ଜ୍ୱର ସମୟରେ ପିଲାର ଶରୀରରେ ଜଳ ଅଭାବ କରିବାକୁ ଦିଅନ୍ତୁ ନାହିଁ। ଡିହାଇଡ୍ରେସନ୍ ରୋକିବା ପାଇଁ ତାଙ୍କୁ ବାରମ୍ବାର ପଣି ପିଇବାକୁ ଦିଅନ୍ତୁ, ଯେପରିକି ପଇଡ ପାଣି, ସୁପ୍, ପାଣି କିମ୍ବା ORS। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଶରୀରର ତାତି କମିଯାଏ ଏବଂ ଜ୍ୱରରୁ ଶୀଘ୍ର ଆରାମ ମିଳେ।

ଘରୋଇ ଉପଚାର:

ଅନେକ ବାପାମାଆ ଘରୋଇ ଉପଚାରକୁ ଜ୍ୱରର ଏକମାତ୍ର ଚିକିତ୍ସା ଭାବରେ ବିବେଚନା କରନ୍ତି, ଯାହା ପିଲାର ଅବସ୍ଥାକୁ ଖରାପ କରିପାରେ। ଘରୋଇ ଉପଚାର ସାମାନ୍ୟ ଜ୍ୱରରେ ସାହାଯ୍ୟ କରିଥାଏ, କିନ୍ତୁ ଯଦି ଉଚ୍ଚ ଜ୍ୱର, ଦୁର୍ବଳତା କିମ୍ବା ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: Parenting Tips: ଆପଣଙ୍କ ପିଲାର ଉଚ୍ଚତା ବଢୁନି କି… ସେମାନଙ୍କୁ କରାନ୍ତୁ ଏହି ୩ ଆସନ, ଶୀଘ୍ର ବଢିବ ଉଚ୍ଚତା

Parents From Child Care Home Parenting Tips
Advertisment
Advertisment