Advertisment

Parenting Tips: ଆପଣଙ୍କ ପିଲାର ଷ୍ଟାମିନା ବଢାଇବାକୁ ଚାହାନ୍ତି କି… ଦିଅନ୍ତୁ ଏହିସବୁ ଖାଦ୍ୟ

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ପିଲା ସୁସ୍ଥ ଏବଂ ଶକ୍ତିଶାଳୀ ହୁଅନ୍ତୁ। ଏପରି ପରିସ୍ଥିତିରେ ପିଲାକୁ କିଛି ସୁସ୍ଥ ଜିନିଷ ଖାଇବାକୁ ଦିଆଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଶିଶୁର ବୃଦ୍ଧି ଏବଂ ଷ୍ଟାମିନା ଦ୍ରୁତ ଗତିରେ ବଢିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲାମାନଙ୍କର ଷ୍ଟାମିନା ବଢାଇବା ପାଇଁ ପିଲାମାନଙ୍କୁ କ’ଣ ଖାଇବାକୁ ଦେବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Five best food must include in diet of kids for stamina

Five best food must include in diet of kids for stamina

ଋତୁ ଯାହା ବି ହେଉ ନା କାହିଁକି ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବା ବାପାମାଆଙ୍କ ପ୍ରଥମ ପ୍ରାଥମିକତା। ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର ପିଲା ସୁସ୍ଥ ଏବଂ ଶକ୍ତିଶାଳୀ ହୁଅନ୍ତୁ। ସେଥିପାଇଁ ପ୍ରତ୍ୟେକ ବାପାମାଆ ନିଜ ପିଲାଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ଦିଅନ୍ତି। ଡାକ୍ତରଙ୍କ ଅନୁଯାୟୀ ବିକାଶଶୀଳ ପିଲାମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଏବଂ ଶକ୍ତି ଭରା ଖାଦ୍ୟ ଖାଇବାକୁ ଦେବା ଜରୁରୀ।

Advertisment

ଏପରି ପରିସ୍ଥିତିରେ ପିଲାକୁ କିଛି ସୁସ୍ଥ ଜିନିଷ ଖାଇବାକୁ ଦିଆଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଶିଶୁର ବୃଦ୍ଧି ଏବଂ ଷ୍ଟାମିନା ଦ୍ରୁତ ଗତିରେ ବଢିଥାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ପିଲାମାନଙ୍କର ଷ୍ଟାମିନା ବଢାଇବା ପାଇଁ ପିଲାମାନଙ୍କୁ କ’ଣ ଖାଇବାକୁ ଦେବା ଜରୁରୀ। ଏନେଇ କ’ଣ କୁହନ୍ତି ଡାଏଟିସିଆନ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାଇ ଦିଅନ୍ତୁ ଜୀବନର ଏହି ୬ ମୂଳ ମନ୍ତ୍ର; ଦିନେ ଆପଣ ଗର୍ବ କରିବେ

Advertisment

ପନିର:

ଡାଏଟିସିଆନଙ୍କ ଅନୁଯାୟୀ ପନିରରେ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ। ଏଭଳି ପରିସ୍ଥିତିରେ ପିଲାକୁ ପନିର ଖାଇବାକୁ ଦେବା ଦ୍ୱାରା ସେମାନଙ୍କ ହାଡ ମଜବୁତ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢେ। ମାଂସପେଶୀର ସଠିକ୍ ବୃଦ୍ଧି ମଧ୍ୟ ହୁଏ। ଆପଣ ଏହାକୁ ଯେକୌଣସି ପ୍ରକାରେ ଖାଇବାକୁ ଦେଇପାରିବେ।

ଅଣ୍ଡା:

ଅଣ୍ଡାରେ ଥିବା ପ୍ରୋଟିନ୍ ପିଲାମାନଙ୍କର ମାଂସପେଶୀର ବିକାଶରେ ସାହାଯ୍ୟ କରେ। ଏହା ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରା ପେଟରେ ରହିବା ଭଳି ଅନୁଭବ ଦିଏ ଏବଂ ସେମାନଙ୍କଉ ଭଲ କୋଲେଷ୍ଟ୍ରଲ୍‌ ମିଳିଥାଏ। ଅଣ୍ଡାରେ ସୁପ୍ କିମ୍ବା ଅଣ୍ଡା ତରକାରୀ କରି ଦେଇପାରିବେ।

ସିଡ୍‌ସ୍:

ଶିଶୁର ଷ୍ଟାମିନା ବଢାଇବାକୁ ସେମାନଙ୍କୁ ଚିଆ ସିଡସ୍, କଖାରୁ ମଞ୍ଜି, ଧଳା ରାଶି ଭଳି ମଞ୍ଜିଜାତୀୟ ଖାଦ୍ୟ୍ ଦିଅନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ। ରୋଟି କିମ୍ବା ପରଟାରେ ମଧ୍ୟ ଏହାକୁ ପକାଇ ତିଆରି କରିପାରିବେ।

ଅଧିକ ପଢ଼ନ୍ତୁ: ସ୍କୁଲ୍ ଯିବାକୁ ଆପଣଙ୍କ ପିଲା କାନ୍ଦୁଛି କି… ଏମିତି କରନ୍ତୁ, ଖୁସିରେ ଖୁସିରେ ସ୍କୁଲ୍ ଯିବ

ବାଦାମଜାତୀୟ:

ଓମେଗା ୩ ଫ୍ୟାଟି ଏସିଡ୍‌ରେ ଭରପୂର ବାଦାମଜାତୀୟ ଖାଦ୍ୟ ମସ୍ତିଷ୍କ ଏବଂ ହୃଦୟ ସହିତ ହାଡ ଏବଂ ଦାନ୍ତକୁ ମଜବୁତ କରିଥାଏ। ଏହା ଆଲର୍ଜିକୁ ପ୍ରତିରୋଧ କରେ ଏବଂ ଓଜନ ପରିଚାଳନାରେ ସାହାଯ୍ୟ କରିଥାଏ। ଏହାକୁ ବିଭିନ୍ନ ଉପାୟରେ ଦେଇପାରିବେ।

ପ୍ରୋଟିନ୍ ଖାଦ୍ୟ:

ପିଲାମାନଙ୍କୁ ପ୍ରୋଟିନ୍ ଭରା ଖାଦ୍ୟ ଦେବା ଦ୍ୱାରା ସେମାନଙ୍କ ଟିସୁ ମରାମତିରେ ସାହାଯ୍ୟ କରେ। ବିଭିନ୍ନ ପ୍ରକାର ରୋଗକୁ ରୋକିଥାଏ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିଥାଏ। ପ୍ରୋଟିନ୍ ଭରା ଖାଦ୍ୟ ଯେପରିକି କ୍ୱିନୁଆ, ଦହୀ, ବାଦାମ, କାବୁଲି ବୁଟ, ବାଦାମ ବଟର ଆଦିକୁ ପିଲାମାନଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ।

ଅଧିକ ପଢ଼ନ୍ତୁ: ପିଲାମାନଙ୍କୁ ଶିଖାନ୍ତୁ ଏହି ୫ କଥା; କେବେ ବି ଖରାପ ପିଲାଙ୍କ ସାଙ୍ଗରେ ମିଶିବେ ନାହିଁ

Parents Parents Guide STAMINA Parenting Tips
Advertisment
Advertisment