• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭାଗ୍ୟ ବଦଳାଇବ କପାଳର ରେଖା

କଥାରେ ଅଛି କପାଳ ଲିଖନ କେ କରିବ ଆନ । ମାନେ ମଣିଷ ଭାଗ୍ୟରେ ଯାହା ଅଛି ତାହା ହିଁ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କର କପାଳର ରେଖା ଦ୍ୱାରା ଆପଣଙ୍କର ଭାଗ୍ୟ ନିର୍ଦ୍ଧାରିତ ରଣ ହୋଇଥାଏ ।  ଭାଗ୍ୟ ଦର୍ଶାଇବା ପାଇଁ ମସ୍ତିଷ୍କରେ ୭ଟି ରେଖା ଥାଏ । ମସ୍ତିଷ୍କର ରେଖା  ଗ୍ରହର ପ୍ରତିନିଧିତ୍ୱ କରିଥାନ୍ତି । ମସ୍ତିଷ୍କର ସବୁଠାରୁ ତଳେ ଚନ୍ଦ୍ରମା ରେଖା ଅବସ୍ଥିତ। ଚନ୍ଦ୍ରମା ମନର କାରକ । ଏହି ରେଖା ସ୍ପଷ୍ଟ ଥିଲେ ଚନ୍ଦ୍ରମା ବଳବାନ ହୋଇଥାଏ।

  • ଯେଉଁ ବ୍ୟକ୍ତିଙ୍କର ଚନ୍ଦ୍ରମା ରେଖା ସ୍ପଷ୍ଟ ସେମାନେ ସୃଜନଶୀଳ କାର୍ଯ୍ୟକଳାପ ସହ ଜଡିତ ଥାଆନ୍ତି। ଏମାନେ ବିଶେଷତଃ ଭଲ କଳାକାର ହୋଇଥାନ୍ତି ଏବଂ ଏମାନଙ୍କ ସ୍ମରଣ ଶକ୍ତି ବହୁତ ଭଲ ରହେ ।
  • ଚନ୍ଦ୍ରମା ରେଖା ଉପରେ ବୁଧ ରେଖା ଅବସ୍ଥିତ। ଏହା ଭଲ ସ୍ୱାସ୍ଥ୍ୟ ଓ ତର୍କ ବୁଦ୍ଧିଯୁକ୍ତ ହୋଇଥାନ୍ତି।
  • ଚନ୍ଦ୍ରମା ରେଖା ସ୍ପଷ୍ଟ ଥିଲେ ବ୍ୟକ୍ତି ସଫଳ ବ୍ୟବସାୟୀ ଏବଂ ଏମାନଙ୍କ ବିଚାରଧାରା ସକ୍ରିୟ । ବୁଧ ରେଖା ଉପରେ ଶୁକ୍ର ରେଖା ଥାଏ।
  • ଯେଉଁମାନଙ୍କ ଶୁକ୍ର ରେଖା ସବଳ ସେମାନେ ସୁନ୍ଦର ଓ ସମସ୍ତ ଲୌକିକ ସୁଖ ଭୋଗ କରିଥାନ୍ତି।
  • ଶୁକ୍ର ରେଖା ଉପରେ ସୂର୍ଯ୍ୟ ରେଖା ରହିଛି। ଏହା ପ୍ରଶାସନିକ ଓ ପରିଚାଳନା ମାମଲାରେ ସଫଳତା ପ୍ରଦାନ କରିଥାଏ।
  • ବ୍ୟକ୍ତି ଶାସନ ସହ ଜଡିତ ମାମଲାରେ ସଫଳତା ଅର୍ଜନ କରିଥାଏ। ସୂର୍ଯ୍ୟ ରେଖା ଉପରେ ମଙ୍ଗଳ ରେଖା ଅବସ୍ଥିତ। ଏହିଭଳି ବ୍ୟକ୍ତି ସବଳ, ଯୋଦ୍ଧା, ବୀର ଓ ସାହସୀ ହୋଇଥାନ୍ତି। ଏମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି ଏବଂ ଜୀବନରେ ମହତ୍ତ୍ୱପୂର୍ଣ୍ଣ ପଦବୀ ପ୍ରାପ୍ତ କରିଥାନ୍ତି।
  • ମସ୍ତିଷ୍କର ଉପରୁ ଦ୍ୱିତୀୟ ରେଖା ଗୁରୁଙ୍କ ରେଖା। ଏହି ରେଖା ଦର୍ଶାଇଥାଏ ବ୍ୟକ୍ତି ଜ୍ଞାନୀ ଓ ଅନୁଭବଶୀଳ ହୋଇଥାନ୍ତି। ସମାଜରେ ପ୍ରତିଷ୍ଠା ଲାଭ କରନ୍ତି। ଭଲ ପରାମର୍ଶଦାତା ହୋଇଥାନ୍ତି।
  • ମସ୍ତିଷ୍କରେ ସବୁଠାରୁ ଉପରେ ଶନି ରେଖା ରହିଥାଏ । ଉନ୍ନତ ରେଖା ହୋଇଥିଲେ ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି। ଏହି ରେଖା ଅଲୌକିକ ବିଷୟରେ ରୁଚି ପ୍ରଦାନ କରିଥାଏ। ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ତୀକ୍ଷ୍ଣ ଦୃଷ୍ଟିଶକ୍ତି ଯୁକ୍ତ ହୋଇଥାନ୍ତି।