Advertisment

ବିବାହ ଋତୁରେ ପୁରୁଷଙ୍କ ପାଇଁ ଫ୍ୟାଶନ୍ ଟିପ୍ସ

ବାହାଘର ପାଖେଇ ଆସିଲେ ସମସ୍ତେ ନିଜର ଲୁକ୍ ଓ ଡ୍ରେସକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କଣ ପିନ୍ଧିବେ,କିଭଳି ନିଜକୁ ସଜେଇବେ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ପୁଅମାନଙ୍କ ପାଇଁ ଆଉଟଫିଟ୍ କଣ ରହିବ ସେ ବିଷୟରେ ଜଣେଇବୁ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Fashion tips for men

Fashion tips for men

ଏବେ ଚାଲିଛି ବିବାହର ଋତୁ । ବାହାଘରରେ ଉଭୟ ବର ଓ କନ୍ୟାଙ୍କ ଉପରେ ସଭିଙ୍କର ନଜର ରହିଥାଏ । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି । ଏଥିପାଇଁ ଝିଅମାନଙ୍କ ପାଖରେ ଅନେକ ଅପସନ୍ ରହିଛି । କିନ୍ତୁ ପୁଅମାନଙ୍କ ପାଇଁ ଆଉଟଫିଟ୍ କ୍ଷେତ୍ରରେ କିଛି ଦ୍ୱନ୍ଦ୍ୱ ରହିଥାଏ । ତେବେ ମେହେନ୍ଦିଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ନିଆରା ଲୁକ୍ ପାଇବାକୁ ହେଲେ କିଛି ଟିପ୍ସ ଆପଣଙ୍କୁ ବେଶ୍ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ।

Advertisment
  • କ୍ଲାସି ଲୁକ୍ ପାଇବାକୁ ହେଲେ ମେରୁନ୍ ଭଳି ଡାର୍କ ରଙ୍ଗର କୁର୍ତ୍ତା ସହିତ ଏମ୍ବ୍ରୋଡୋରୀ ହୋଇଥିବା ନେହେରୁ ଜ୍ୟାକେଟ୍ କ୍ୟାରି କରନ୍ତୁ । ଦୁଲହନ୍ ଡ୍ରେସ୍ ରଙ୍ଗ ସହିତ ମ୍ୟାଚିଙ୍ଗ୍ କରି ଆପଣ କୁର୍ତ୍ତା ଓ ଜ୍ୟାକେଟ୍ ଟ୍ରାଏ କରିପାରିବେ ।
  • ହେଭି ଓ ରୟାଲ୍ ଲୁକ୍ ପାଇଁ ଲଙ୍ଗ୍ ଜ୍ୟାକେଟ୍ ସହତ ଧୋତି ପ୍ୟାଣ୍ଟ୍ ହେଉଛି ପରଫେକ୍ଟ ଚଏସ୍ ।
  • ଯଦି ଏହାକୁ ଆଉଟଫିଟ୍ ଭାବେ ବାଛୁଛନ୍ତି, ତେବେ ଏହା ସହିତ ଅନ୍ୟ ଆସେସରିଜ୍ ସିମ୍ପଲ୍ ରଖନ୍ତୁ ।
  • ଗୋଲଡେନ୍ ଧୋତି ପ୍ୟାଣ୍ଟ୍ ସହିତ ବ୍ରୋକେଡ୍ ରେଡ୍ ଜ୍ୟାକେଟ୍ ଆପଣଙ୍କୁ ଏଥେନିକ୍ ଲୁକ୍ ଦେବ । ଏହି ଜ୍ୟାକେଟର ନେକ୍ ଲାଇନରେ ହାଲକା ଏମ୍ବ୍ରୋଡୋରୀ ଏହାକୁ ଆହୁରି ସୁନ୍ଦର କରିଥାଏ ।
  • ହଳଦୀ କିମ୍ବା ସଙ୍ଗୀତ ସେରିମନି ପାଇଁ ମେଟାଲିକ୍ ରଙ୍ଗର ଜ୍ୟାକେଟକୁ ପ୍ଲେନ୍ କୁର୍ତ୍ତା ସହିତ ପିନ୍ଧନ୍ତୁ । ଏହା ସହିତ ହାଲକା -ଷ୍ଟଲ୍ କିମ୍ବା ହାଲକା ଷ୍ଟୋନ୍ ଯୁକ୍ତ ବ୍ରୋଚ୍ ଏକ ନିଆରା ଲୁକ୍ ଦେଇଥାଏ ।
Fashion Tips
Advertisment
Advertisment