• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଘରେ ବନାନ୍ତୁ 'ମଲାଇ ମଟର ମସ୍‌ରୁମ୍’

ଆପଣ ଆଗରୁ ଛତୁର ବିଭିନ୍ନ ରେସିପି ପ୍ରସ୍ତୁତ କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ଛତୁ ବା ମସରୁମ୍‌ର ଏକ ନିଆରା ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମଲାଇ ମଟର ମସ୍‌ରୁମ୍’ ।

'ମଲାଇ ମଟର ମସ୍‌ରୁମ୍’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:

ଗ୍ରୀନ୍ ମଟର, କ୍ରୀମ୍ କାଜୁ, ଅଦା,ରସୁଣ, ପିଆଜ ପେଷ୍ଟ, ତେଲ, ଗୋଟା ଜିରା, ଗରମ ମସଲା ,ଦହି, ଧନିଆ ପାଉଡର, ଜିରା ପାଉଡର,ମେଥି, ଗୋଲମରିଚ ଗୁଣ୍ଡ, ଲୁଣ ସ୍ୱାଦନୁସାରେ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ମସ୍‌ରୁମ୍ ପରଟା’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କାଜୁ, ଅଦା,ରସୁଣ, ପିଆଜକୁ ପେଷ୍ଟ କରନ୍ତୁ। ମଲାଇ ମଟର ମସରୁମ୍‌ ତିଆରି କରିବା ପାଇଁ କରେଇରେ ତେଲ ଗରମ କରନ୍ତୁ।
  • ତେଲ ଗରମ ହୋଇଗଲେ ମସରୁମ୍‌କୁ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ।
  • ଏହାପରେ ଗ୍ରୀନ ମଟରକୁ ଭାଜି ଦିଅନ୍ତୁ। ଏହା ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ପୁଣି କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା, ଗରମ ମସଲା ପକାଇ ଦିଅନ୍ତୁ।
  • ଏହାପରେ ସେଥିରେ ପେଷ୍ଟ କରି ରଖିଥିବା କାଜୁ, ଅଦା,ରସୁଣ, ପିଆଜକୁ ପକାଇ କିଛି ସମୟ କଷନ୍ତୁ।
  • ଏହାପରେ ସେଥିରେ ଅଳ୍ପ ଦହି, ଧନିଆ ପାଉଡର, ଜିରା ପାଉଡର, ମେଥି, ଗୋଲମରିଚ ଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
  • ସେଥିରେ ଭାଜି ରଖିଥିବା ମସରୁମ୍‌ ଓ ଗ୍ରୀନମଟର ପକାଇ ଗୋଳାଇ ଦିଅନ୍ତୁ। 
  • ଏହାପରେ ସେଥିରେ କ୍ରୀମ୍ ପକାଇ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ। କିଛି ସମୟ ପରେ କରେଇ ତଳକୁ ଓହ୍ଲାଇ ଦିଅନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା ମଲାଇ ମଟର ମସରୁମ୍‌। ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ..